ସର୍ବକାଳୀନ ଉଚ୍ଚ ସ୍ତରରେ ଭାରତୀୟ ଷ୍ଟକ ବଜାର: ସେନ୍ସେକ୍ସ ଏବଂ ନିଫ୍ଟିରେ ଐତିହାସିକ ବୃଦ୍ଧି

Published: Sep 20, 2024, 4:01 pm IST

ମୁମ୍ବାଇ: ସପ୍ତାହର ଶେଷ କାରବାର ଦିନରେ ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। BSE ସେନସେକ୍ସ ପ୍ରଥମ ଥର ପାଇଁ 84000 ମାର୍କ ଅତିକ୍ରମ କରିଥିବାବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ଏହାର ରେକର୍ଡକୁ ସ୍ପର୍ଶ କରିବାରେ ସଫଳ ହୋଇଛି। ବ୍ୟାଙ୍କିଙ୍ଗ, ଅଟୋ, ଆଇଟି, ଏଫଏମସିଜି ଏବଂ ଶକ୍ତି ଷ୍ଟକ୍ ରେ ଘରୋଇ ତଥା ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ଦ୍ୱାରା ବଜାରରେ ଏହି ବୃଦ୍ଧି ଘଟିଛି। ଆଜିର ଦିନରେ BSE ସେନ୍ସେକ୍ସ 1359 ପଏଣ୍ଟ ବୃଦ୍ଧି ସହିତ 84,544 ରେ ବନ୍ଦ ହୋଇଥିଲା ଏବଂ ନିଫ୍ଟି 375 ପଏଣ୍ଟ ବୃଦ୍ଧି ସହିତ ସର୍ବକାଳୀନ 25,790 ଉଚ୍ଚ ସ୍ତରରେ ବନ୍ଦ ହୋଇଥିଲା।

ସେୟାର ବଜାରରେ ଏହି ଚମତ୍କାର ବୃଦ୍ଧି ହେତୁ ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ 7 ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡିକର ବଜାର କ୍ୟାପ୍ 471.97 ଲକ୍ଷ କୋଟିରେ ବନ୍ଦ ହୋଇଛି ଯାହା ଗତ ଅଧିବେଶନରେ 465.47 ଲକ୍ଷ କୋଟିରେ ବନ୍ଦ ହୋଇଥିଲା। ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତିରେ 6.50 ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି।

Related posts