ଗୋଟିଏ ପରିବାରର ୯ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Sep 22, 2024, 10:17 am IST
poison

ରାଜକୋଟ: ଶନିବାର ଦିନ ଗୁଜୁରାଟର ରାଜକୋଟରେ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା କୁହାଯାଉଛି ଯେ, ପରିବାର ସଦସ୍ୟ ବିଷକ୍ତ ଔଷଧ ଖାଇଥିଲେ। ଏହି ମାମଲା ରାଜକୋଟର ଗୁନ୍ଦାୱାଡି ଅଞ୍ଚଳରେ ଘଟିଛି। ରାଜକୋଟ ନିବାସୀ ୭୨ ବର୍ଷିୟ ଲଲିତ ବଲ୍ଲବ ଦାସ ମୁମ୍ବାଇର କିଛି ବ୍ୟବସାୟୀଙ୍କଠାରୁ ୩.୪୫ କୋଟି ଟଙ୍କା ନେବାର ଥିଲା। ଏଥିପାଇଁ ସେ ଉଦ୍ୟମ କରିଥିଲେ ମଧ୍ୟ ବ୍ୟବସାୟୀମାନେ ବକେୟା ରାଶି ପ୍ରଦାନ କରିନଥିଲେ। ଏହା ପରେ, ସେହି ପରିବାରର ସମସ୍ତ ୯ ସଦସ୍ୟ ବିଶକତ ଔଷଧ ଖାଇଦେଇଥିଲେ।

ଯେତେବେଳେ ପଡ଼ୋଶୀମାନେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେମାନେ ତୁରନ୍ତ ପରିବାରର ସମସ୍ତ ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରିବାର ସଦସ୍ୟ କହିଛନ୍ତି ଯେ, ଆମର ଏକ ଅଳଙ୍କାର ବ୍ୟବସାୟ ଅଛି ଏବଂ ମୁମ୍ବାଇର ଚାରିଜଣ ବ୍ୟବସାୟୀ ସେମାନଙ୍କ ବକେୟା ଦେୟ ଦେବାକୁ ପ୍ରତିଶୃତି ଦେଇଛନ୍ତି। କିନ୍ତୁ ସେ ଦେୟ ଦେଉ ନାହାଁନ୍ତି। ଏହି କାରଣରୁ ପରିବାରର ଆର୍ଥିକ ଅବସ୍ଥା ବିଗିଡି ଯାଇଛି।

ସେ କହିଛନ୍ତି ଯେ, “ସେ ବିଜୟ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀଙ୍କଠାରୁ ଧମକ ମଧ୍ୟ ମିଳୁଥିଲା। ଯେତେବେଳେ ଟଙ୍କା ମିଳିଲା ନାହିଁ, ପରିବାରର ୯ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ”

ବର୍ତ୍ତମାନ ପରିବାରର ସମସ୍ତ ସଦସ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିସହ ପରିବାରର ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts