Categories
ଜାତୀୟ ଖବର ବିଶେଷ ଖବର

ଆଜି ବି ଚାଲିଛି ଗୋତି ଶ୍ରମିକ ପ୍ରଥା : 20 ହଜାର ଟଙ୍କା ପାଇଁ 15 ମାସ ହେଲାଣି ଗୋତି ଶ୍ରମିକ ଭାବେ ଖଟୁଛନ୍ତି ସ୍ବାମୀସ୍ତ୍ରୀ

ଗୁଣା : ଭାରତରେ ଗୋତି ଶ୍ରମିକ ପ୍ରଥା କେବେ ଠୁ ଉଚ୍ଛେଦ ହୋଇଯାଇଛି । କିନ୍ତୁ ଆଜି ବି ଅନେକ ଜାଗାରେ ଏହି ପ୍ରଥା ରହିଆସିଛି । ଏହିପରି ଏକ ରୋଚକ ଘଟଣା ମଧ୍ୟପ୍ରଦେଶ ଗୁନା ଜିଲ୍ଲାରୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତି ମହାଜନଙ୍କଠାରୁ 20 ହଜାର ଟଙ୍କା ଧାର ନେଇଥିଲେ । ଉକ୍ତ ଟଙ୍କା ପରିଶୋଧ କରିବାରେ ବିଫଳ ହେବାରୁ  ଉକ୍ତ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଗତ 15 ମାସ ଧରି ମହାଜନଙ୍କଠାରେ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ ।

ଉଭୟ ସ୍ବାମୀ-ସ୍ତ୍ରୀ ଗୋତି ଶ୍ରମିକ ଭାବେ ଖଟୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ଋଣ ସୁଝି ହୋଇନାହିଁ। ବରଂ ଲୋଭୀ ମହାଜନ ଋଣ ଟଙ୍କାକୁ ସୁଧ ସହ ମିଶାଇ  50 ହଜାର ଟଙ୍କା କରି ଦେଇଥିଲେ । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ତାଙ୍କୁ ଏହି ଗୋତି ଶ୍ରମିକରୁ ମୁକ୍ତ କରାଯାଇ ଥଇଥାନ ବ୍ୟବସ୍ଥା କରାଯାଇଛି ।

ଗୋତି ଶ୍ରମିକ ମୁକ୍ତି ମୋର୍ଚ୍ଚାର ସାଧାରଣ ସମ୍ପାଦକ  ଅଗ୍ନିଙ୍କ କହିବା ମୁତାବକ  ସେ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ କାଶ୍ମୀରା ସର୍ଦାର ନାମକ ସାହୁକାର ଠାରୁ ସେମାନଙ୍କୁ ମୁକୁଳାଇ ଥିଲେ ଏବଂ ପରେ ତାଙ୍କୁ ଗୁନା ଏସ ଡି ଜେ ଏମଙ୍କ ସମ୍ମୁଖ ରେ ହାଜର କରାଇଥିଲେ । ତେବେ ତାଙ୍କୁ ଗୋତି ଶ୍ରମିକରୁ ମୁକ୍ତି ଦିଆଯିବା ସହ ସେମାନେ କିପରି ସମାଜରେ ସମ୍ମାନର ସହ ବଞ୍ଚିପାରିବେ ସେନେଇ ଦୃଷ୍ଟି ଦିଆଯାଉଛି ।

ଉକ୍ତ ଦମ୍ପତିଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ତତ୍‌କ୍ଷଣାତ ଅସ୍ଥାୟୀ ଆଶ୍ରୟ ପ୍ରଦାନ କରାଯାଇଛି । ଅପରପକ୍ଷରେସେମାନଙ୍କ ମୁକ୍ତି ନେଇ ଗୁନା ଏସଡି ଜେଏମଙ୍କ ପକ୍ଷରୁ ଏକ ମୁକ୍ତି ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ପୁନର୍ବାସ ଯୋଜନା 2016 ନିୟମାନୁସାରେ ପ୍ରତି ଗୋତି ଶ୍ରମିକଙ୍କୁ 20 ହଜାର ଟଙ୍କାର ସହାୟତା ରାଶି ଦିଆଯିବା ସହିତ ଉକ୍ତ ମହାଜନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ ହେବ ।

ଏହି କ୍ରମରେ  ଆର୍ଥିକ ପୁନର୍ବାସ ଯୋଜନା ଅନ୍ତର୍ଗତ ମହିଳା ଗୋତି ଶ୍ରମିକଙ୍କୁ 2ଲକ୍ଷ ଟଙ୍କା ଏବଂ ପୁରୁଷ ଗୋତି ଶ୍ରମିକ 1 ଲକ୍ଷ ଟଙ୍କା ପାଇବାକୁ ହକଦାର ଅଟନ୍ତି । ତତସହିତ ସେମାନଙ୍କୁ ଚାଷ କରିବାକୁ ପାଞ୍ଚ ଏକର ଜମି ,ରାସନ କାର୍ଡ ,ନରେଗା ଜବ କାର୍ଡ ଏବଂ ସ୍ୱାସ୍ଥ୍ୟ ସୁବିଧା ତତ୍କାଳ ପ୍ରଦାନ କରାଯିବ। ଶ୍ରମିକମାନଙ୍କ ପାଇଁ ସରକାର ଅନେକ ପ୍ରକାରର ପଦକ୍ଷେପ ଆଣିଥିବାବେଳେ ଆଜି ଏହି ଯୋଜନା ଅନେକକଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଏପରିସ୍ଥଳେ ହିତାଧିକାରୀଙ୍କୁ ପ୍ରକୃତ ସୁବିଧା ସୁଯୋଗ ସମ୍ପର୍କରେ ସଚେତନ କରାଇବା ଆଜିର ସମୟରେ ବଡ ଆବଶ୍ୟକତା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଋଣଗ୍ରହୀତାଙ୍କୁ ଆଶ୍ବସ୍ତି : ଏଣିକି ସୁଧ ଉପରେ ଆଉ ପଡିବନି ସୁଧ

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ପ୍ରକାର ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା ଋଣ, ଗୃହଋଣ, କ୍ରେଡିଟ କାର୍ଡ, ଗାଡି ଋଣ, ପର୍ସନାଲ ଋଣ ପ୍ରତି ଏହା ଲାଗୁ ହେବ । ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ପରିଶୋଧ କରିଥିବା ଋଣଗ୍ରହୀତା ବି ଏହି ସୁବିଧା ପାଇବେ ।  ପୂର୍ବରୁ ଆରବିଆଇ 6 ମାସ ମୋରାଟୋରିୟମ୍‌ ଛାଡିଥିଲେ ବି ଋଣ ଦାତା ସୁଧ ଛାଡିନଥିଲେ । ମୂଳଧନ ସହ ସୁଧ ଉପରେ ସୁଧ ଦାବି ନେଇ ମାମଲା ସୁପ୍ରିମ୍‌କୋର୍ଟକୁଯାଇଥିଲା । ଏକ୍ସପର୍ଟ ପ୍ୟାନେଲର ରିପୋର୍ଟ ଆଧାରରେ ସୁଧ ଉପରେ ସୁଧ ଛାଡ ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ସୁଧ ଉପରେ ସୁଧ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି । ସୁପ୍ରିମକୋର୍ଟରେ ସରକାର କହିଛନ୍ତି ଯେ, ଏହି ବିପତ୍ତି ସମୟରେ କ୍ଷୁଦ୍ର ଋଣକାରୀଙ୍କ ସହିତ ସରକାର ଅଛନ୍ତି । ତେଣୁ 2 କୋଟି ଯାଏଁ ଋଣ ଉପରେ ଏହି ଅତିରିକ୍ତ ସୁଧ ବା ସୁଧ ଉପରେ ସୁଧ ଅସୁଲ କରାଯିବ ନାହିଁ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଚାଷୀଙ୍କୁ ମଳିବ ଦୁଇ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ବର: ରାଜ୍ୟରେ ଏଣିକି ସମବାୟ ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ବଳରାମ ଯୋଜନାରେ ଚାଷୀଙ୍କୁ ମିଳିବ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ଏଥିପାଇଁ ପ୍ରତି ପଞ୍ଚାୟତରେ ଋଣ ପାଇନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ରାଜ୍ୟ କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ପୂର୍ବରୁ କୃଷି ସମବାୟ ବ୍ୟାଙ୍କରୁ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଥିଲା। ଏଥିସହିତ ଏବେ ଭାଗ ଚାଷୀ ଏବଂ ଭୂମିହୀନଙ୍କୁ ମଧ୍ୟ ଋଣ ମିଳିବ ବୋଲି ସୂଚନା ରହିଛି। ଏହା ଫଳରେ ରାଜ୍ୟର ୧୪ ହଜାର ଚାଷୀ ଏହି ଯୋଜନାରୁ ଉପକୃତ ହୋଇପାରିବେ।