Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ନିଯୁକ୍ତି ପାଇଥିବା ଏହି ସାଗରିକା ନାଥ କିଏ ?
ବିଶେଷ ଖବର

ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ନିଯୁକ୍ତି ପାଇଥିବା ଏହି ସାଗରିକା ନାଥ କିଏ ?

September 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sagarikanath
ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ନିଯୁକ୍ତି ପାଇଥିବା ଏହି ସାଗରିକା ନାଥ କିଏ ?

ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେଥିରେ ଏସପି ସ୍ତରରେ ମଧ୍ୟ ବଡ ଅଦଳବଦଳ ହୋଇଛି। ଏହା ଭିତରେ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି ପାଇଛନ୍ତି ଆଇପିଏସ ସାଗରିକା ନାଥ। ସେ ବର୍ତ୍ତମାନ ବାଲେଶ୍ବର ଜିଲ୍ଲା ଏସପି ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର ଟ୍ରାଫିକ ଏସପି ଭାବେ କାର୍ଯ୍ୟ କରିଥିଲେ।

ସାଗରିକା ହେଉଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର। ସେ ବିଭିନ୍ନ ସମୟରେ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। କାରଣ ସେ କୋରାପୁଟ ଏସପି ଥିବା ବେଳେ ସେଠାରେ ଗଂଜେଇ ମାଫିଆଙ୍କୁ ସାବାଡ କରି ଚର୍ଚ୍ଚାକୁ ଆସିଥିଲେ। ସେହିପରି ସେ ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗ ଦେବା ପରେ ବେଶୀ ଚର୍ଚ୍ଚାକୁ ଆସିଥିଲେ।

ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗଦେବା ପରେ ସାଗରିକା ନାଥ ଅସଜଡା  ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଥିଲେ। ଏପରିକି ସେ ରାତି ଅଧରେ ନିଜେ ବୁଲେଟ ଧରି ଟ୍ରାଫିକ ବ୍ୟବସ୍ଥା ତଦାରଖ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ। ସେହିପରି ବେପାରୁଆ ଗାଡି ଚାଳକଙ୍କୁ ସାବାଡ କରିବାକୁ ସେ ପଦକ୍ଷେପ ଆରମ୍ଭ କରିଥିଲେ। ନିଜେ ଅହରହ ଭୁବନେଶ୍ବରରେ ବୁଲିବା ଅନ୍ୟ ଟ୍ରାଫିକ କର୍ମଚାରୀଙ୍କୁ ଭୟଭିତ କରିଥିଲା।

ତେବେ ସେ ଅନ୍ୟ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ। ତାହା ହେଲା ନିକଟରେ ଭୁବନେଶ୍ବର ଘାଟିକିଆରେ ରହୁଥିବା ତାଙ୍କ ବାପାଙ୍କୁ ରାସ୍ତାରେ ଦୁର୍ବୁତ୍ତମାନେ ଅଟକାଇ ମାଡ ମାରିବା ସହିତ ତାଙ୍କଠାରୁ ମୂଲ୍ୟବାନ ଜିନିଷ ଚୋରୀ କରି ନେଇଥିଲେ। ଏହାପରେ ସେହି ଦୁର୍ବତଙ୍କୁ ଭୁବନେଶ୍ବର ପୋଲିସ ଗିରଫ କରିଥିଲା। ତେବେ ସାଗରିକାଙ୍କ ବାପାଙ୍କ ଉପରେ ଦୁର୍ବୁତ୍ତମାନଙ୍କ ଆକ୍ରମଣକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା।

୧୯୮୮ ଅକ୍ଟୋବର ୮ରେ ଜନ୍ମ ଗ୍ରହଣ କରିଥିବା ସାଗରିକାଙ୍କ ନିଜ ଘର ଅନୁଗୋଳରେ ହୋଇଥିବା ବେଳେ ପିଲାଦିନ କୋରାପୁଟରେ କଟିଥିଲା। କାରଣ ତାଙ୍କ ବାପା ନାଲ୍‌କୋ କମ୍ପାନୀରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ସେ ଦାମନଯୋଡି ଦିଲ୍ଲୀ ପବ୍ଲିକ ସ୍କୁଲରେ ୧୦ମ ପାସ୍‌ କରିଥିବା ବେଳେ ବିଶାଖାପାଟଣାରୁ ଯୁକ୍ତ ୨ ଓ ଭୁବନେଶ୍ୱର ସିଇଟି କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି।

Sagarika Nath ଖୋର୍ଦ୍ଧା ଏସପି ସାଗରିକା ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026
Latest News

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.