ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି: ଗାଇ କୁ ମିଳିଲା ‘ରାଜ୍ୟମାତା’ ମାନ୍ୟତା

Published: Sep 30, 2024, 3:06 pm IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଇକୁ ରାଜ୍ୟମାତା ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବାସ୍ତବରେ ସରକାର ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହା ସିନ୍ଦେ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।

ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ସ୍ୱଦେଶୀ ଗାଇ ର ସ୍ଥିତି, ମାନବ ଖାଦ୍ୟରେ ସ୍ୱଦେଶୀ ଗାଇ କ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗଭ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବ ଚାଷ ପ୍ରଣାଳୀରେ ଦେଶୀ ଗାଇ ଗୋବର ଏବଂ ଗୋ ମୂତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଧ୍ୟାନରେ ରଖି ସରକାରଙ୍କ ଅନୁଯାୟୀ, ବର୍ତ୍ତମାନଠାରୁ ଦେଶୀ ଗାଇ ମାନଙ୍କୁ “ରାଜ୍ୟମାତା ଗୋମାତା” ଭାବରେ ଘୋଷଣା କରିବାକୁ ଅନୁମୋଦନ କରାଯାଇଥିଲା।

Related posts