ଟି -୨୦ ବିଶ୍ୱକପରେ ଆଜି ଅଭିଯାନ ଆରମ୍ଭ କରିବ ଭାରତ: ଜାଣନ୍ତୁ କେବେ ଏବଂ କିପରି ଦେଖିବେ ମ୍ୟାଚ

Published: Oct 4, 2024, 12:55 pm IST

ନୂଆଦିଲ୍ଲୀ: ବର୍ତ୍ତମାନ ଖେଳାଯାଉଥିବା ମହିଳା ଟି -୨୦ ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଆଜି ମୁହାଁମୁହିଁ ହେବେ। ଟୁର୍ଣ୍ଣାମେଣ୍ଟରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ବିଜୟ ସହ ଟି -୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଚାହୁଁଛି। ଦୁହିଁଙ୍କ ମଧ୍ୟରେ ଏହି ସଂଘର୍ଷ ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହେବ।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ୍ ହେବ। ଟିମ୍ ଇଣ୍ଡିଆ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ମ୍ୟାଚ୍ ମଧ୍ୟ ହେବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ସନ୍ଧ୍ୟା ୭:୩୦ ରୁ ଆରମ୍ଭ ହେବ।

ଲାଇଭ୍ କେଉଁଠାରେ ଦେଖିବେ?:

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ମଧ୍ୟରେ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ମାଧ୍ୟମରେ ଟିଭିରେ ସିଧା ପ୍ରସାରଣ ହେବ। ହଟଷ୍ଠାରରେ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ହେବ।

ମହିଳା ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ:

ଶେଫାଲି ବର୍ମା, ସ୍ମୃତି ମାନ୍ଧନା, ହରମାନପ୍ରୀତ କୌର (ଅଧିନାୟକ), ଜେମିମା ରୋଡ୍ରିଗୁସ୍, ରିଚା ଘୋଷ (ୱିକେଟ୍ କିପର), ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ଶ୍ରେୟଙ୍କା ପାଟିଲ, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ, ରେଣୁକା ଠାକୁର ସିଂ, ଦୟାଲନ ହେମଲତା, ଏସ୍ ସଜନା, ୟସ୍ତିକା ଭାଟିଆ, ଆଶା ଶୋଭାନା।

Related posts