ପାକିସ୍ତାନ ବିରୋଧରେ ଜୋ ରୁଟ୍ ଙ୍କ ଦ୍ଵିଶତକୀୟ ପାଳି: ଏବେ କୋହଲିଙ୍କ ନିକଟତର ହେଲେ ଏହି ଇଂରାଜୀ ବ୍ୟାଟର

Published: Oct 10, 2024, 2:18 pm IST

ନୂଆଦିଲ୍ଲୀ: ମୁଲତାନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଜୋ ରୁଟ୍ ଦ୍ଵିଶତକୀୟ ପାଳି ଖେଳିଛନ୍ତି। ପାକିସ୍ତାନୀ ବୋଲରମାନେ ରୁଟ୍ ସାମ୍ନାରେ ସମ୍ପୂର୍ଣ୍ଣ ଫ୍ଲପ୍ ଦେଖାଯାଉଥିଲେ। ରୁଟ୍ ୧୪ ଚୌକା ଓ ୪ ଛକା ସହାୟତାରେ ୩୦୫ ବଲରେ ୨୦୦ ରନ୍ ପୂରଣ କରିଛନ୍ତି। ଇଂରାଜୀ ବ୍ୟାଟ୍ସମ୍ୟାନ୍ ଏହି ଦ୍ଵିଶତକ ସହ ବିରାଟ କୋହଲିଙ୍କ ଅତି ନିକଟତର ହୋଇଛନ୍ତି।

ଟେଷ୍ଟରେ ଏହା ରୁଟ୍ ଙ୍କ ଷଷ୍ଠ ଦ୍ଵିଶତକ ଥିଲା। ବିରାଟ କୋହଲି ଏପର୍ଯ୍ୟନ୍ତ ଟେଷ୍ଟରେ ସାତଟି ଦ୍ୱିଶତକ ହାସଲ କରିଛନ୍ତି। ଏପରି ପରିସ୍ଥିତିରେ କୋହଲିଙ୍କ ରେକର୍ଡ ସହ ସମାନ ହେବା ପାଇଁ ରୁଟ୍ ଙ୍କୁ ଆଉ କେବଳ ଗୋଟିଏ ଦ୍ୱିଶତକ ଆବଶ୍ୟକ।

ଯେତେବେଳେ ରୁଟ୍ ୧୯୦ରନ୍ ସ୍କୋରରେ ବ୍ୟାଟିଂ କରୁଥିଲେ, ସେତେବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ତାଙ୍କ କ୍ୟାଚ୍ ଛାଡିଥିଲେ। ରୁଟ୍ ଙ୍କୁ ଜୀବନଦାନ ମିଳିବା ଯୋଗୁଁ ସେ ଦ୍ଵିଶତକ ପୂରଣ କରିଥିଲେ।

ପ୍ରକାଶ ଯେ, ଦ୍ଵିଶତକ ସହିତ ରୁଟ୍ ବର୍ତ୍ତମାନ ଇଂଲଣ୍ଡର ପ୍ରଥମ ବ୍ୟାଟ୍ସମ୍ୟାନ୍ ହେଲେ ଯିଏ, ୨୦ ହଜାର ଆନ୍ତର୍ଜାତୀୟ ରନ୍ ସ୍କୋର କଲେ। ଅର୍ଥାତ୍ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଇଂଲଣ୍ଡ ପାଇଁ ରୁଟ୍ ସର୍ବାଧିକ ରନ୍ ସ୍କୋରର ହୋଇପାରିଛନ୍ତି।

ଇଂଲଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍:

ଏହାର ଗୋଟିଏ ଦିନ ପୂର୍ବରୁ ରୁଟ୍ ଇଂଲଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଥିଲେ। ସେ ଇଂଲଣ୍ଡର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ଆଲାଷ୍ଟାୟର କୁକଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ହାସଲ କରିଛନ୍ତି।

ରୁଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୪୬ ଟି ଟେଷ୍ଟ ଖେଳିଛନ୍ତି (ଇଂଲଣ୍ଡ-ପାକିସ୍ତାନ ମୁଲତାନ ଟେଷ୍ଟକୁ ବାଦ ଦେଇ)। ସେ ନାଗପୁରରେ ଭାରତ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ୨୦୧୨ ରେ ଫର୍ମାଟରେ ଡେବ୍ୟୁ କରିଥିଲେ। ରୁଟ୍ ୫୦.୬୨ ହାରରେ ୨୬୭ ଇନିଂସରେ ୧୨ ହଜାର ୪୦୨ ରନ୍ ସ୍କୋର କରିଛନ୍ତି। ଏହି ଅବଧିରେ ସେ ୩୪ ଶତକ ଏବଂ ୬୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

Related posts