Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନ ବିରୋଧରେ ଜୋ ରୁଟ୍ ଙ୍କ ଦ୍ଵିଶତକୀୟ ପାଳି: ଏବେ କୋହଲିଙ୍କ ନିକଟତର ହେଲେ ଏହି ଇଂରାଜୀ ବ୍ୟାଟର
ଆଜିର ଖବର

ପାକିସ୍ତାନ ବିରୋଧରେ ଜୋ ରୁଟ୍ ଙ୍କ ଦ୍ଵିଶତକୀୟ ପାଳି: ଏବେ କୋହଲିଙ୍କ ନିକଟତର ହେଲେ ଏହି ଇଂରାଜୀ ବ୍ୟାଟର

October 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମୁଲତାନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଜୋ ରୁଟ୍ ଦ୍ଵିଶତକୀୟ ପାଳି ଖେଳିଛନ୍ତି। ପାକିସ୍ତାନୀ ବୋଲରମାନେ ରୁଟ୍ ସାମ୍ନାରେ ସମ୍ପୂର୍ଣ୍ଣ ଫ୍ଲପ୍ ଦେଖାଯାଉଥିଲେ। ରୁଟ୍ ୧୪ ଚୌକା ଓ ୪ ଛକା ସହାୟତାରେ ୩୦୫ ବଲରେ ୨୦୦ ରନ୍ ପୂରଣ କରିଛନ୍ତି। ଇଂରାଜୀ ବ୍ୟାଟ୍ସମ୍ୟାନ୍ ଏହି ଦ୍ଵିଶତକ ସହ ବିରାଟ କୋହଲିଙ୍କ ଅତି ନିକଟତର ହୋଇଛନ୍ତି।

ଟେଷ୍ଟରେ ଏହା ରୁଟ୍ ଙ୍କ ଷଷ୍ଠ ଦ୍ଵିଶତକ ଥିଲା। ବିରାଟ କୋହଲି ଏପର୍ଯ୍ୟନ୍ତ ଟେଷ୍ଟରେ ସାତଟି ଦ୍ୱିଶତକ ହାସଲ କରିଛନ୍ତି। ଏପରି ପରିସ୍ଥିତିରେ କୋହଲିଙ୍କ ରେକର୍ଡ ସହ ସମାନ ହେବା ପାଇଁ ରୁଟ୍ ଙ୍କୁ ଆଉ କେବଳ ଗୋଟିଏ ଦ୍ୱିଶତକ ଆବଶ୍ୟକ।

ଯେତେବେଳେ ରୁଟ୍ ୧୯୦ରନ୍ ସ୍କୋରରେ ବ୍ୟାଟିଂ କରୁଥିଲେ, ସେତେବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ତାଙ୍କ କ୍ୟାଚ୍ ଛାଡିଥିଲେ। ରୁଟ୍ ଙ୍କୁ ଜୀବନଦାନ ମିଳିବା ଯୋଗୁଁ ସେ ଦ୍ଵିଶତକ ପୂରଣ କରିଥିଲେ।

ପ୍ରକାଶ ଯେ, ଦ୍ଵିଶତକ ସହିତ ରୁଟ୍ ବର୍ତ୍ତମାନ ଇଂଲଣ୍ଡର ପ୍ରଥମ ବ୍ୟାଟ୍ସମ୍ୟାନ୍ ହେଲେ ଯିଏ, ୨୦ ହଜାର ଆନ୍ତର୍ଜାତୀୟ ରନ୍ ସ୍କୋର କଲେ। ଅର୍ଥାତ୍ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଇଂଲଣ୍ଡ ପାଇଁ ରୁଟ୍ ସର୍ବାଧିକ ରନ୍ ସ୍କୋରର ହୋଇପାରିଛନ୍ତି।

ଇଂଲଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍:

ଏହାର ଗୋଟିଏ ଦିନ ପୂର୍ବରୁ ରୁଟ୍ ଇଂଲଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଥିଲେ। ସେ ଇଂଲଣ୍ଡର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ଆଲାଷ୍ଟାୟର କୁକଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ହାସଲ କରିଛନ୍ତି।

ରୁଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୪୬ ଟି ଟେଷ୍ଟ ଖେଳିଛନ୍ତି (ଇଂଲଣ୍ଡ-ପାକିସ୍ତାନ ମୁଲତାନ ଟେଷ୍ଟକୁ ବାଦ ଦେଇ)। ସେ ନାଗପୁରରେ ଭାରତ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ୨୦୧୨ ରେ ଫର୍ମାଟରେ ଡେବ୍ୟୁ କରିଥିଲେ। ରୁଟ୍ ୫୦.୬୨ ହାରରେ ୨୬୭ ଇନିଂସରେ ୧୨ ହଜାର ୪୦୨ ରନ୍ ସ୍କୋର କରିଛନ୍ତି। ଏହି ଅବଧିରେ ସେ ୩୪ ଶତକ ଏବଂ ୬୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

joe root
Share. Facebook Twitter LinkedIn Email WhatsApp Copy Link

Related Posts

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Latest News

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.