Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ଆଜିର ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

October 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଓଡିଶା ସରକାରଙ୍କ ମାନସିକ ସ୍ୱାସ୍ଥ୍ୟ ଉପଦେଷ୍ଟା ପ୍ରଫେସର (ଡାକ୍ତର) ନୀଳମାଧବ ରଥ ଯୋଗଦେଇ ଉତମ ମାନସିକ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଚଳିତ ବର୍ଷର ଥିମ୍‌-“ଏଥର କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁୂ” ଉପରେ ଡାକ୍ତର ରଥ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଅନୁଷ୍ଠାନର ଉପ କୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍ନଜିତ୍ ମହାନ୍ତି, ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ସିଦ୍ଧାର୍ଥ ଗୌତମ ପ୍ରମୁଖ ଯୋଗଦେଇ କର୍ମକ୍ଷେତ୍ରରେ ସୁସ୍ଥ ମାନସିକତା ସହ ସଠିକ୍ ଭାବେ ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକତା ଆଲୋକପାତ କରିଥିଲେ। ଏଥିରେ ମାନସିକ ବିଭାଗ ତରଫରୁ ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଭବାନୀ ଶଙ୍କର ସିଟ୍‌, ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅଭିଷେକ ସାମଲ, ଡାକ୍ତର ସାଇପ୍ରସାଦ ରାୟ, ଡାକ୍ତର ସୁଜାତା ସାହୁ, ଡାକ୍ତର ଜ୍ଞାନେନ୍ଦ୍ର ରଘୁବଂଶୀ, ଡାକ୍ତର ସୁଚରିତା ମିଶ୍ର, ସିନିୟର୍ ରେସିଡେଂଟ ଡାକ୍ତର ସୁମାଇଲା ଆସିଫ୍ ପ୍ରମୁଖ ମାନସିକ ରୋଗ ଉପରେ ରହିଥିବା ବିଭିନ୍ନ ଭୁଲ ଧାରଣା, ରୋଗର ବିଭିନ୍ନ ଲକ୍ଷଣ ଏବଂ ଚିକିତ୍ସା ପଦ୍ଧତି ତଥା କର୍ମକ୍ଷେତ୍ରରେ କିପରି ବିଭିନ୍ନ ମାନସିକ ପରିସ୍ଥିତିକୁ ମୁକାବିଲା କରିହେବ ଏବଂ ଏକ ସୁସ୍ଥ ଜୀବନ ଯାପନ କରିହେବ ସେ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଅନ୍ୟ ବିଭାଗର ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।

ଆଇଏମ୍‌ଏସ୍ ଫୁଲନଖରା କ୍ୟାମ୍ପସ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଶିକ୍ଷା ଓ ଅନୁସନ୍ଧାନ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ

December 15, 2025

ଖନ୍ତାପଡ଼ା ଷ୍ଟେସନର ୟାର୍ଡ ପୁନଃମଡେଲିଂ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ 

December 15, 2025

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ସଫଳତାର ସହ ସମ୍ପନ୍ନ ହେଲା ଜଟିଳ ଟ୍ୟୁମର ଅସ୍ତ୍ରୋପଚାର

December 15, 2025

IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!

December 15, 2025
Latest News

୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ

December 15, 2025

ଖନ୍ତାପଡ଼ା ଷ୍ଟେସନର ୟାର୍ଡ ପୁନଃମଡେଲିଂ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ 

December 15, 2025

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ସଫଳତାର ସହ ସମ୍ପନ୍ନ ହେଲା ଜଟିଳ ଟ୍ୟୁମର ଅସ୍ତ୍ରୋପଚାର

December 15, 2025

IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!

December 15, 2025

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.