Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକରେ ପ୍ରାୟ ୪୦ଟି ପୂଜା ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବିଶେଷ ଖବର

କଟକରେ ପ୍ରାୟ ୪୦ଟି ପୂଜା ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଟକରେ ପ୍ରାୟ ୪୦ଟି ପୂଜା ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି।

କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ସେମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ମା’ଙ୍କ ଆଶିଷ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ସରକାର ନୂଆ ଆଶା ଉଦ୍ଦୀପନା ନେଇ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ଆସିଛି। ୧୦୦୦ ବର୍ଷର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା କଟକ ସହରର ସର୍ବାଙ୍ଗୀନ ବିକାଶ ସହ ଏହାକୁ ସ୍ମାର୍ଟ ସିଟି କରିବା ଏବଂ କଟକ-ଭୁବନେଶ୍ୱରକୁ ଟୁଇନ୍‌-ସିଟି ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରଯତ୍ନ କରୁଛନ୍ତି।

ଓଡ଼ିଶା ଆଗାମୀ ଦିନରେ ବିକଶିତ ଓଡ଼ିଶା ହେବ, ସମୃଦ୍ଧ ଓଡ଼ିଶା ହେବ। ବିକାଶର ଏହି ଯାତ୍ରା କଟକରୁ ଆରମ୍ଭ ହେବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓଡ଼ିଶାକୁ ଭଲ ପାଆନ୍ତି ଏବଂ ପୂର୍ବୋଦୟର ବିକାଶ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀରେ ଦୁର୍ଗାମେଢ଼ ଦେଖିବା ପରେ ଚାଉଳିଆଗଞ୍ଜ, ଶିଖରପୁର, ଯୋବ୍ରା, ରାଣୀହାଟ, କଲେଜ ଛକ, ଛତ୍ରବଜାର, ମଧୁପାଟଣା, ଖାନନଗର, ପିଠାପୁର, ଝୋଲାସାହି, ଦରଘାବଜାର, ଚୌଧୁରୀବଜାର, ଚାନ୍ଦିନୀଚୌକ, ତୁଳସୀପୁର, ସିଡିଏ ସେକଟର ୬ ଓ ୭, ବିଡାନାସୀ, ମାତାମଠ ସହ ପ୍ରାୟ ୪୦ଟି ଦୁର୍ଗାମେଢ଼ ପରିଦର୍ଶନ କରିଥିଲେ।

ପ୍ରତି ପୂଜାମଣ୍ଡପରେ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିବାବେଳେ ଆୟୋଜକ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ପୂଜା ମଣ୍ଡପ ବୁଲି ଦେଖିଥିଲେ।

DurgaPuja DurgaPuja2024 କଟକ ଦୁର୍ଗାପୂଜା ଦୁର୍ଗାପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ସମେତ ୧୦ଟି ରାଜ୍ୟ ପାଇଁ ରାଜ୍ୟସଭା ନିର୍ବାଚନ: ଘୋଷଣା ହେଲା ତାରିଖ

February 18, 2026

ପିଲାମାନଙ୍କୁ ଏବେ ଇଂଷ୍ଟାଗ୍ରାମ ଏବଂ ଫେସବୁକ ବ୍ୟବହାର ମନା!: ଯୋଜନା ପ୍ରସ୍ତୁତ କଲେ ସରକାର

February 18, 2026

‘ଅପରେସନ ସାଇବର କବଚ’ ଜାରି: ୨୩ ଅଭିଯୁକ୍ତ ଗିରଫ

February 18, 2026

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026
Latest News

ଓଡିଶା ସମେତ ୧୦ଟି ରାଜ୍ୟ ପାଇଁ ରାଜ୍ୟସଭା ନିର୍ବାଚନ: ଘୋଷଣା ହେଲା ତାରିଖ

February 18, 2026

ପିଲାମାନଙ୍କୁ ଏବେ ଇଂଷ୍ଟାଗ୍ରାମ ଏବଂ ଫେସବୁକ ବ୍ୟବହାର ମନା!: ଯୋଜନା ପ୍ରସ୍ତୁତ କଲେ ସରକାର

February 18, 2026

ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆର ହେବ ପରିବର୍ତ୍ତନ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

February 18, 2026

‘ଅପରେସନ ସାଇବର କବଚ’ ଜାରି: ୨୩ ଅଭିଯୁକ୍ତ ଗିରଫ

February 18, 2026

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.