Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଫେରାର ଥିବା ୨ ଜନ୍ତୁ ଶିକାରୀ ଗିରଫ: ବନ୍ଧୁକ ଗୁଳି, ବାରୁଦ ଜବତ
ଅପରାଧ

ଫେରାର ଥିବା ୨ ଜନ୍ତୁ ଶିକାରୀ ଗିରଫ: ବନ୍ଧୁକ ଗୁଳି, ବାରୁଦ ଜବତ

October 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ବନଖଣ୍ଡ ଚାରମାଳ ଜଙ୍ଗଲରୁ ଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗ ଫେରାର୍ ଥିବା ୨ ଶିକାରୀ ସହ ଗୋଟିଏ ବନ୍ଧୁକ , ଗୁଳି , ବାରୁଦ ଜବତ କରିଛି ବନ ବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ରେଞ ଅଧିନସ୍ଥ ଜଙ୍ଗଲରୁ ଗତ ଅଗଷ୍ଟ ମାସରେ ହରିଣ ଶିକାର ହୋଇଥିଲା। ଯାହା କି ବନ ବିଭାଗ ଖବର ପାଇ ଚାରମାଳ ଥାନା ବଡହିନ୍ଦୋଳ ଗ୍ରାମର କୃଷ୍ଣ ଭୋଇଙ୍କ ଘରୁ ବନବିଭାଗ ଟିମ୍ ତା୨୩/୮/୨୪ ରେ ଚଢଉ କରି ୨ ଟି ହରିଣ ମୁଣ୍ଡ , ୨ଟି ହରିଣ ଚମଡା, ୮ ଟି ହରିଣ ଖୁରା , ଗୋଟିଏ ଦେଶି ବନ୍ଧୁକ , ଗୁଳି ,ଲାଇଟ୍ ଓ ଛୁରୀ ଜବତ କରିଥିଲା। ଏଥିରେ ସାମିଲ୍ ଥିବା ଶିକାରୀ କୃଷ୍ଣ ଭୋଇ ଫେରାର୍ ଥିବାରୁ ବନବିଭାଗ ଗିରଫ କରିବାରେ ବିଫଳ ହୋଇଥିଲା । ବନବିଭାଗ ସେ ଦିନ ଠାରୁ ଶିକାରୀ କୁ ଧରିବାକୁ ଜାଲ ବିଛାଇ ଥିଲା।

ମଙ୍ଗଳବାର ସକାଳ ୮ ଟା ସମୟରେ ଶିକାରୀ ଦୁଇ ଜଣ ଜନ୍ତୁ ଶିକାର କରିବାକୁ ଯାଉଥିବା ବନବିଭାଗ କୌଣସି ସୁତ୍ରରୁ ଖବର ପାଇ ସୁଆନି ସଂରକ୍ଷିତ ଜଙ୍ଗଲକୁ ଯାଇ ଚଢଉ କରିଥିଲେ। ଜଙ୍ଗଲରୁ ଚାରମାଳ ଥାନା ବଡ ହିନ୍ଦୋଳ ଗ୍ରାମର ଶିକାରୀ କୃଷ୍ଣ ଭୋଇ ଏବଂ ଚାଟୁଣୀ ଗ୍ରାମର ସୁରେଶ ମୁଣ୍ଡା ଙ୍କୁ ଗିରଫ ସହ ଗୋଟିଏ ଦେଶି ବନ୍ଧୁକ, ଗୁଳି ଓ ବାରୁଦ ଜବତ କରିବାରେ ସଫଳ ହୋଇ ଥିଲା।

ବନ ବିଭାଗ ସେମାନଙ୍କୁ ପଚରାଉଚୁରା କରିବା ବେଳେ ହରିଣ ଶିକାର କରିଥିବା ସ୍ୱୀକାର କରିଥିଲେ। ଏସସିଏଫ ମେହେରବାନ୍ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ରେଞ ଅଧିକାରୀ ଦର୍ଶନିଆ ଭୋଇ, ଫରେଷ୍ଟର ବିଜୟ କୁମାର ବିଶ୍ୱାଳ, ଫରେଷ୍ଟ ଗାର୍ଡ ଅଜିତ୍ କୁମାର ସାହୁ ଏବଂ ବନବିଭଗର ଅନ୍ୟ କର୍ମଚାରୀ ମାନେ ସାମିଲ୍ ହୋଇଥିଲେ। ବନବିଭାଗ ସେମାନଙ୍କ ନାମରେ ମାମଲା ରୁଜୁ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଥିବା ଜଣା ପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026
Latest News

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.