Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌
ଜାତୀୟ ଖବର

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Iran sends 7 conditions to Trump to end the war.
Iran sends 7 conditions to Trump to end the war.

ତେହେରାନ: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ ମଧ୍ୟରେ ଇରାନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ୭ଟି ସର୍ତ୍ତ ପଠାଇଛି। ଦୀର୍ଘ ମାସ ଧରି ଚାଲିଥିବା ଏହି ଯୁଦ୍ଧକୁ ସମାପ୍ତ କରିବା ପାଇଁ ଆମେରିକାର ଜବାବକୁ ଇରାନ ଅପେକ୍ଷା କରିଥିବା ଜଣାପଡ଼ିଛି। ଆମେରିକା ଓ ଇରାନର ତିକ୍ତତା ଯୋଗୁ ଏବେ ସାଉଦି ଆରବ ଓ ୟେମେନରେ ସକ୍ରିୟ ହୁତି ବିଦ୍ରୋହୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଏସବୁ ଭିତରେ ଇରାନ ପକ୍ଷରୁ ଯୁଦ୍ଧ ବନ୍ଦର ୭ ସର୍ତ୍ତ ଟ୍ରମ୍ପଙ୍କ ପାଖକୁ ପଠାଯାଇଛି। କାତାର ମାଧ୍ୟମରେ ଏହି ସର୍ତ୍ତଗୁଡ଼ିକୁ ୱାଶିଂଟନ ପାଖକୁ ପଠାଯାଇଛି।

ଇରାନର ସୁପ୍ରିମ ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ମୋହସେନ ରେଜାଇଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ୭ ମାସରେ ପହଞ୍ଚି ଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଇରାନ ନିଜର ସର୍ତ୍ତ ଉପସ୍ଥାପନ କରି ସାରିଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜବାବକୁ ଅପେକ୍ଷା କରାଯାଇଛି। ରବିବାର ଏକ୍ସରେ ରେଜାଇ କହିଛନ୍ତି, “ଆମେରିକା ସରକାର ଘୋଷଣା କରିଥିବା ବୁଝମଣା ଆଲୋଚନାକୁ ଆଗକୁ ନେବା ପାଇଁ ଇରାନ ୭ଟି ସର୍ତ୍ତ ରଖିଛି। ଇରାନର ବାର୍ତ୍ତା ସଂପୂର୍ଣ୍ଣ ସ୍ପଷ୍ଟ। ଯଦି ୱାଶିଂଟନ ନିଜେ ସୃଷ୍ଟି କରିଥିବା ଗୋଳିଆ ସ୍ଥିତିରୁ ମୁକୁଳିବାକୁ ଚାହେଁ, ତା’ହେଲେ ଦେଶ ପାଖରେ ଇରାନର ଅଧିକାର ଓ ସର୍ତ୍ତକୁ ମାନିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।”

ସେହିପରି କତରର ଅଲ ଜାଜେରା ପ୍ରସାରଣ କରିଥିବା ଗୋଟିଏ ସାକ୍ଷାତକାରରେ ରେଜାଇ କହିଛନ୍ତି ଯେ ସବୁ ପକ୍ଷ ସହ ଯୁଦ୍ଧ ବନ୍ଦ, ଜବତ ହୋଇଥିବା ଇରାନ ସମ୍ପତ୍ତି ରିଲିଜ ଓ ଇରାନୀୟ ବନ୍ଦରରେ ଆମେରିକା ନୌସେନା କରିଥିବା ଅବରୋଧର ଅନ୍ତ ଆଦି ସର୍ତ୍ତ ଯୁଦ୍ଧ ବନ୍ଦ ପାଇଁ ରଖାଯାଇଛି। ୟେମେନ ଓ ସାଉଦୀ ମଧ୍ୟରେ ଚାଲିଥିବା ଲଢ଼େଇ ବନ୍ଦ ହେବା ସପକ୍ଷରେ ମଧ୍ୟ ଇରାନ ରହିଥିବା ରେଜାଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, “ଆମେ ମଧ୍ୟସ୍ଥତା କରୁଥିବା କତରର ଯୋଗାଯୋଗରେ ରହିଛୁ। କତର ଆମ ସର୍ତ୍ତଗୁଡ଼ିକୁ ଆମେରିକା ପାଖରେ ପହଞ୍ଚାଇଛି। ଆମେ ଏବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜବାବକୁ ଅପେକ୍ଷା କରିଛୁ। ସର୍ତ୍ତଗୁଡ଼ିକୁ ମାନିନେବା ୱାଶିଂଟନ ପାଇଁ ଭଲ ହେବ। ଟ୍ରମ୍ପଙ୍କ ଧମକରେ କୌଣସି ସଫଳତା ମିଳିବ ନାହିଁ। ଆମେ ଗୋଟିଏ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛୁ।” ଇରାନ ବିପକ୍ଷରେ ଆମେରିକା ପୁଣି ଷ୍ଟ୍ରାଇକ କରିବାର ଆଶଙ୍କା ଥିବା କଥାକୁ ମଧ୍ୟ ରେଜାଇ ସ୍ୱୀକାର କରିଛନ୍ତି। ଏଥିସହ ଇରାନ ଏବେ ଯୁଦ୍ଧକୁ ଯଥା ଶୀଘ୍ର ସମ୍ଭବ ଶେଷ କରିବା ପାଇଁ ଇରାନ ଗୋଟିଏ ନୂଆ ଶୈଳୀରେ କାର୍ଯ୍ୟ କରୁଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ହମଲା କରିବାରୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଫେବୃଆରୀ ୨୮ ହମଲାରେ ଇରାନ ନିଜର ସୁପ୍ରିମ ଲିଡର ଅଲୀ ଖାମେନେଇଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦଙ୍କୁ ହରାଇଥିଲା। ଏହାର ଜବାବରେ ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ଓ ଇସ୍ରାଏଲର ସମ୍ପତ୍ତି ଗୁଡ଼ିକୁ ଟାର୍ଗେଟ କରିବାରୁ ସ୍ଥିତି ଜଟିଳ ହୋଇଛି। ଜୁନ ୧୭ରେ ଯୁଦ୍ଧ ବନ୍ଦ ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଓ ଇରାନ ପ୍ରତିପକ୍ଷ ମସୁଦ ପେଜେସ୍କିଆନ ଗୋଟିଏ ୧୪ ପଏଣ୍ଟ ବିଶିଷ୍ଟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ତତ୍କାଳ ସାମରିକ ବିବାଦ ବନ୍ଦ କରିବା ସହ ୬୦ ଦିନ ଭିତରେ ଚୂଡ଼ାନ୍ତ ବୁଝାମଣା ପ୍ରସ୍ତୁତ କରିବାକୁ ଉଭୟ ରାଜି ହୋଇଥିଲେ। କିନ୍ତୁ ଜୁଲାଇ ୮ରେ ହଠାତ୍ ଟ୍ରମ୍ପ ଡିଲ୍ ଓଭର ବୋଲି ଘୋଷଣା କରିଥିଲେ। ଇରାନ ମଧ୍ୟ ଚୁକ୍ତି ନିୟମକୁ ଆମେରିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ବୁଝାମଣାପତ୍ରରେ ଥିବା ସର୍ତ୍ତକୁ ରଦ୍ଦ କରିଥିଲା। ଏହାକୁ ନେଇ ଏବେ ଉଭୟ ଦେଶ ମଧ୍ୟରେ ଟକରାଟକରି ଜାରି ରହିଛି।

ଇରାନ ଟ୍ରମ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026

“ଦିଲ୍ଲୀରେ ବଡ଼ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ”: କେସି ଭେନୁଗୋପାଳ

October 10, 2026

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026
Latest News

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.