ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଫୋନ୍ରେ ଏକ ଭଏସ୍ ମେସେଜ ଜରିଆରେ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୈଫଙ୍କର ମଧ୍ୟ ବାବା ସିଦ୍ଦିକିଙ୍କ ଭଳି ଅବସ୍ଥା ହେବ ବୋଲି ଉକ୍ତ ମେସେଜରେ ଚେତାବନୀ ଦିଆଯାଇଛି। ବାବା ସିଦ୍ଦିକି ହତ୍ୟା ମାମଲାର ଫେରାର ଅଭିଯୁକ୍ତ ଜିଶାନ ଅଖତରଙ୍କ ନାମରେ କେହି ମିଛ ପରିଚୟ ଦେଇ ଏହି ଧମକ ଦେଉଛି ନା ଏହା ପ୍ରକୃତରେ ଅଖତରଙ୍କ ପକ୍ଷରୁ ଆସିଛି, ତାହାର ଯାଞ୍ଚ କରୁଛି ପୋଲିସ। ଏହି ମେସେଜଟି ପ୍ରକୃତରେ ଅଖତରଙ୍କ ନିକଟରୁ ଆସିଛି ନା ସେଲିବ୍ରିଟିମାନଙ୍କୁ ଧମକ ଦେବା ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଭୟଭୀତ କରିବା ପାଇଁ କେହି ବାବା ସିଦ୍ଦିକିଙ୍କ ହତ୍ୟା ମାମଲାର ଫେରାର ଥିବା ଅଭିଯୁକ୍ତ ଜିଶାନ ଅଖତରଙ୍କ ନାମରେ ମିଛ ପରିଚୟ ଦେଇ ଏପରି କରୁଛନ୍ତି, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ପୂର୍ବରୁ ଅଭିନେତା ତୁଷାର କପୁର ଏବଂ ଆୟୁଷ୍ମାନ ଖୁରାନାଙ୍କୁ ମଧ୍ୟ ଏହିଭଳି ଧମକ ମିଳିଥିଲା। ସୂଚନାଯୋଗ୍ୟ, ୨୦୨୪ ଅକ୍ଟୋବର ୧୨ ରାତିରେ ମୁମ୍ବାଇର ବାନ୍ଦ୍ରା ଇଷ୍ଟ ଅଞ୍ଚଳରେ ଥିବା ନିଜ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ୬୬ ବର୍ଷୀୟ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୩ଜଣ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲେ।


