Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଭର୍ଣ୍ଣାନ୍ସ ବିଲ୍- ୨୦୨୪ ଡ୍ରାଫ୍ଟ ଉପରେ ଅଂଶୀଦାରଙ୍କ ପରାମର୍ଶ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଗଭର୍ଣ୍ଣାନ୍ସ ବିଲ୍- ୨୦୨୪ ଡ୍ରାଫ୍ଟ ଉପରେ ଅଂଶୀଦାରଙ୍କ ପରାମର୍ଶ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ମନ୍ତ୍ରୀ

October 17, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀରେ ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ ୨୦୨୪ ର ଡ୍ରାଫ୍ଟ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ), ଜାତୀୟ କ୍ରୀଡ଼ା ମହାସଂଘ (ଏନ୍ଏସ୍ଏଫ୍) ଏବଂ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ସଂଗଠନ (ଏନ୍ଏସପିଓ) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ପରାମର୍ଶ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ଼ସେ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଶ୍ରୀମତୀ ପିଟି ଉଷା ଏବଂ କେନ୍ଦ୍ର ମନ୍ତ୍ରଣାଳୟର ମିଶନ ଅଲିମ୍ପିକ୍ ସେଲ୍ ଏବଂ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଡଃ ମାଣ୍ଡଭିୟ ତାଙ୍କ ଅଭିଭାଷଣରେ ଉତ୍କର୍ଷତା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିତ କରୁଥିବା ଏକ ସୁଦୃଢ଼ ଏବଂ ସ୍ୱଚ୍ଛ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଚାର୍ଟର ସମେତ ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ସଂଯୁକ୍ତ ଭାରତରେ ଏକ ସୁଦୃଢ଼ ଏବଂ ସ୍ୱଚ୍ଛ କ୍ରୀଡ଼ା ଶାସନ ଢାଞ୍ଚା ନିର୍ମାଣ କରିବା ପାଇଁ ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ ୨୦୨୪ ବିଲ୍ ଡ୍ରାଫ୍ଟ ଆମର ଲକ୍ଷ୍ୟରେ ଏକ ମାଇଲଖୁଣ୍ଟ। ଆମ କ୍ରୀଡ଼ା ସମୁଦାୟର ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ନୀତି ପ୍ରଣୟନ ପାଇଁ ବିଭିନ୍ନ ଅଂଶୀଦାର ଏବଂ ଜନସାଧାରଣଙ୍କ ସକ୍ରିୟ ସମ୍ପୃକ୍ତି ଗୁରୁତ୍ୱପୂର୍ଣ୍ଣ।

୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନାକୁ ସାକାର କରିବା ଦିଗରେ ଏହି ଡ୍ରାଫ୍ଟ ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯେଉଁଠାରେ କ୍ରୀଡ଼ା ଜାତୀୟ ଗୌରବ ଓ ଅଭିବୃଦ୍ଧିର ସ୍ତମ୍ଭ ଭାବେ ଉଭା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆଥଲେଟ୍-କେନ୍ଦ୍ରୀତ ମହାସଂଘଗୁଡ଼ିକୁ ସଶକ୍ତ କରି, ସୁରକ୍ଷିତ କ୍ରୀଡ଼ା ନୀତି ପ୍ରଣୟନ ଏବଂ ଆପିଲେଟ୍ ସ୍ପୋର୍ଟସ ଟ୍ରିବ୍ୟୁନାଲ ଗଠନ କରି ଆମେ ଏକ ଦୃଢ଼ ଢାଞ୍ଚା ନିର୍ମାଣ କରୁଛୁ ଯାହା କେବଳ ଆମ କ୍ରୀଡ଼ାବିତମାନଙ୍କୁ ସଶକ୍ତ କରିବ ନାହିଁ ବରଂ ବିଶ୍ୱ କ୍ରୀଡ଼ା ମଞ୍ଚରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ।

ପ୍ରସ୍ତାବିତ ପ୍ରଶାସନିକ ସଂସ୍କାର, ଆଥଲେଟ୍ କଲ୍ୟାଣ ପଦକ୍ଷେପ ଏବଂ କ୍ରୀଡ଼ା ପ୍ରଶାସନରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉପରେ ବିଭିନ୍ନ ଏନ୍ଏସ୍ଏଫ୍, ଏନ୍ଏସପିଓ ଏବଂ ଆଇଓଏର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଆଥଲେଟମାନଙ୍କ ଅଧିକାରର ସୁରକ୍ଷା, କ୍ରୀଡ଼ା ସଂସ୍ଥାଗୁଡ଼ିକର କାର୍ଯ୍ୟଧାରାକୁ ଶୃଙ୍ଖଳିତ କରିବା ଏବଂ ଭାରତର ବିଶ୍ୱସ୍ତରୀୟ କ୍ରୀଡ଼ା ମାନ୍ୟତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଡ୍ରାଫ୍ଟ ବିଲକୁ ସଂଶୋଧନ କରିବାରେ ସେମାନଙ୍କ ମୂଲ୍ୟବାନ ମତାମତକୁ ସତର୍କତାର ସହ ବିଚାର କରାଯିବ ବୋଲି ଡ. ମାଣ୍ଡଭିୟ ଅଂଶୀଦାରମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ନିରପେକ୍ଷ ଖେଳ, ଅନ୍ତର୍ଭୁକ୍ତୀକରଣ ଏବଂ କ୍ରୀଡ଼ାବିତଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରୁଥିବା ପରିବେଶ ସୃଷ୍ଟି କରି ଭାରତକୁ ଏକ ବିଶ୍ୱ କ୍ରୀଡ଼ା ଶକ୍ତିରେ ପରିଣତ କରିବା ପାଇଁ ମନ୍ତ୍ରଣାଳୟର ଦୃଷ୍ଟିକୋଣକୁ ସେ ଦୋହରାଇଥିଲେ।

ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ ୨୦୨୪ ଡ୍ରାଫ୍ଟରେ କ୍ରୀଡ଼ାବିତମାନଙ୍କ ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା, ନୈତିକ ଶାସନ ସୁନିଶ୍ଚିତ କରିବା ଏବଂ ପ୍ରଭାବଶାଳୀ ବିବାଦ ସମାଧାନ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଏକ ବ୍ୟାପକ ଢାଞ୍ଚା ସ୍ଥାପନ କରାଯାଇଛି। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଭାରତୀୟ କ୍ରୀଡ଼ାପାଇଁ ଲାଭଦାୟକ ଏକ ଆଇନ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଅଂଶୀଦାରଙ୍କ ଠାରୁ ବୁଝାମଣା, ପରାମର୍ଶ ଏବଂ ମତାମତ ସଂଗ୍ରହ କରିବା।

ଡ୍ରାଫ୍ଟ ବିଲ୍ ଉପରେ ଅଂଶୀଦାର ଏବଂ ସାଧାରଣ ଜନତା ସେମାନଙ୍କ ପରାମର୍ଶ ଏବଂ ମତାମତ ବାଣ୍ଟିବାକୁ ଉତ୍ସାହିତ ବୋଲି କେନ୍ଦ୍ରମନ୍ତ୍ରୀ ଦୋହରାଇଛନ୍ତି। ୨୫.୧୦.୨୦୨୪ ସୁଦ୍ଧା ଇମେଲ୍ ଆଇଡି draft.sportsbill[at]gov[dot]in  ମାଧ୍ୟମରେ ଏହି ମନ୍ତବ୍ୟ ଗୁଡିକ ମନ୍ତ୍ରଣାଳୟକୁ ପଠାଯାଇପାରିବ। ଡ୍ରାଫ୍‌ଟ ନ୍ୟାସନାଲ୍ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍ କୁ  https://yas.nic.in/sports/draft-national-sports-governance-bill-2024-inviting-comments-suggestions-general-public-and ରେ ଦେଖା ଯାଇ ପାରିବ।

ଭାରତ ପାଇଁ ଏକ ପ୍ରଗତିଶୀଳ ଏବଂ ସ୍ଥାୟୀ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଢାଞ୍ଚା ଗଠନ ରେ ଆଥଲେଟ୍, ପ୍ରଶାସକ, ବିଶେଷଜ୍ଞ ଏବଂ ଜନସାଧାରଣଙ୍କ ସ୍ୱରକୁ ଅନ୍ତର୍ଭୁକ୍ତ କରିବା ସୁନିଶ୍ଚିତ କରିବା ଦିଗରେ ଡ୍ରାଫ୍ଟ ବିଲ୍ ଆଗେଇ ଚାଲିଥିବା ବେଳେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବିଭିନ୍ନ ଅଂଶୀଦାରଙ୍କ ସହ ଯୋଗାଯୋଗ ଜାରି ରଖିବ।

ଆଇଓଏ ଗଭର୍ଣ୍ଣାନ୍ସ ବିଲ୍- ୨୦୨୪ ଜାତୀୟ କ୍ରୀଡ଼ା ମହାସଂଘ ଡ. ମନସୁଖ ମାଣ୍ଡଭିୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025
Latest News

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.