Categories
ବିଶେଷ ଖବର ସ୍ବାସ୍ଥ୍ୟ

ଅଙ୍ଗ ଦାନ ନୀତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ଅଙ୍ଗ ଦାନ ଏବଂ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଦୂରଦୃଷ୍ଟି ସମ୍ପନ୍ନ ଗଠନମୂଳକ ସଂସ୍କାର ଆସିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଅଙ୍ଗ ଦାନ ଏବଂ ପ୍ରତିରୋପଣର ସ୍ଥିତି ସମୀକ୍ଷା କରିବାବେଳେ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍‍ କାର୍ଯ୍ୟକ୍ରମର ୯୯ ତମ ଏପିସୋଡରେ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଅଙ୍ଗ ଦାନ କରିବାକୁ ଆଗେଇ ଆସିବାଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ଦେଶରେ ଅଙ୍ଗ ଦାନ ପାଇଁ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।

ଦେଶରେ ମୋଟ ଅଙ୍ଗ ପ୍ରତିରୋପଣ ସଂଖ୍ୟା ୨୦୧୩ ରେ ୫୦୦୦ ରୁ ବୃଦ୍ଧି ହୋଇ ୨୦୨୨ ମସିହାରେ ୧୫୦୦୦ ରୁ ଅଧିକ ହୋଇପାରିଛି। ବର୍ତ୍ତମାନ ଜାତୀୟ ସ୍ତରରେ ଅର୍ଗାନ ଆଣ୍ଡ ଟିସୁ ନେଟୱାର୍କ (ଏନ୍‍ଓଟିଟିଓ), ଆଞ୍ଚଳିକ ସ୍ତରରେ (ଆରଓଟିଟିଓ) ଏବଂ ରାଜ୍ୟ ସ୍ତରରେ (ଏସ୍‍ଓଟିଟିଓ) ମାଧ୍ୟମରେ ଉନ୍ନତ ସମନ୍ୱୟ ହେତୁ ମୃତଦାତାଙ୍କ ଠାରୁ ମିଳୁଥିବା ଅଙ୍ଗ ବ୍ୟବହାର କରାଯାଉଛି। ୨୦୧୬ ମସିହାରେ ୯୩୦ ମୃତ ଦାତାମାନଙ୍କଠାରୁ ମିଳିଥିବା ୨୨୬୫ ଅଙ୍ଗ ବ୍ୟବହାର କରାଯାଇଥିଲାବେଳେ ୨୦୨୨ ମସିହାରେ ୯୦୪ ମୃତ ଦାତାମାନଙ୍କ ମଧ୍ୟରୁ ୨୭୬୫ ଅଙ୍ଗ ବ୍ୟବହାର କରାଯାଇପାରିଛି।

ହସ୍ପିଟାଲରେ ଅଙ୍ଗ ଦାନ ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିରୋପଣ ମାନୁଆଲ ଏବଂ ପ୍ରତିରୋପଣ ସମନ୍ୱୟ ରକ୍ଷାକାରୀଙ୍କ ତାଲିମ ପାଇଁ ଏକ ଷ୍ଟାଣ୍ଡାର୍ଡ ପାଠ୍ୟକ୍ରମରେ ଏନ୍‍ଓଟିଟିଓ କାର୍ଯ୍ୟ କରୁଛି। ଏହି ଉଭୟ ଦସ୍ତାବିଜ୍‍ ସଂପୂର୍ଣ୍ଣ ହୋଇ ଖୁବ ଶୀଘ୍ର ପ୍ରକାଶ ପାଇବ।

ଯୋଜନାର ଉତ୍ତମ କାର୍ଯ୍ୟକାରିତା ପାଇଁ ଏନଓଟିଟିଓ ରେ ସମନ୍ୱୟ, ଆଇଇସି, ତାଲିମ ଏବଂ ଏଚ୍‍ଆର / ଆକାଉଣ୍ଟ ପାଇଁ ଚାରୋଟି ସମାନ୍ତରାଳ ବ୍ୟବସ୍ଥା ସୃଷ୍ଟି କରାଯାଇଛି। ସମ୍ପ୍ରତି, ଭାରତ ସରକାର ସେହି କେନ୍ଦ୍ରୀୟ କର୍ମଚାରୀଙ୍କୁ ୪୨ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଛୁଟି ପ୍ରଦାନ କରୁଛନ୍ତି, ଯେଉଁମାନେ ଅନ୍ୟ ମଣିଷକୁ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଏକ ବିଶେଷ କଲ୍ୟାଣକାରୀ ପଦକ୍ଷେପ ଭାବରେ ଅଙ୍ଗ ଦାନ କରିଥାନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଦେଶରେ ଅଙ୍ଗ ଦାନ ବୃଦ୍ଧି ଏବଂ ପ୍ରତିରୋପଣ ଦିଗରେ ନୀତିଗତ ସଂସ୍କାର ପାଇଁ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସରୁ ଶିକ୍ଷା ଗ୍ରହଣ କରୁଛନ୍ତି।

Categories
ବିଶେଷ ଖବର

ଅତ୍ୟାବଶ୍ୟକୀୟ ଔଷଧଗୁଡ଼ିକର ଜାତୀୟ ସ୍ତରୀୟ ତାଲିକା, ୨୦୨୨ ଉନ୍ମୋଚନ କଲେ ଡ. ମନସୁଖ ମାଣ୍ଡଭିୟ

ଦିଲ୍ଲୀ: “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସମସ୍ତଙ୍କୁ ଔଷଧ, ଶସ୍ତାରେ ଔଷଧ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ପହଂଚକୁ ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା କମ୍ ମୂଲ୍ୟର, ଗୁଣବତାପୂର୍ଣ୍ଣ ଔଷଧକୁ ପ୍ରୋତ୍ସାହିତ କରିବ ଏବଂ ନାଗରିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ହେବାକୁ ଥିବା ଖର୍ଚ୍ଚ କମ କରିବା କ୍ଷେତ୍ରରେ ଯୋଗଦାନ ଦେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ଏହି ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ୨୦୨୨ର ଶୁଭାରମ୍ଭ କରି ଏହି କଥା କହିଥିଲେ। ଏହି ତାଲିକାରେ ୩୪ଟି ଔଷଧକୁ ମିଶାଇ ୩୮୪ଟି ଔଷଧକୁ ସାମିଲ୍ କରା ଯାଇଛି, ଯେତେବେଳେ କି ପୂର୍ବ ତାଲିକାରୁ ୨୬ଟି ଔଷଧକୁ ବାଦ୍ ଦିଆ ଯାଇଛି । ଏହି ଔଷଧ ଗୁଡିକୁ ୨୭ଟି ଶ୍ରେଣୀରେ ବର୍ଗୀକୃତ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ଔଷଧ ଗୁଡ଼ିକ ହେଉଛି ତାହା, ଯାହା ଉପଚାରର ପ୍ରଭାବ, ସୁରକ୍ଷା, ଗୁଣବତା ଏବଂ ସମୁଦାୟ ଖର୍ଚ୍ଚର ଆଧାରରେ ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆବଶ୍ୟକତା ଗୁଡିକୁ ପୂରଣ କରିଥାଏ। ଏନ୍ଏଲ୍ଇଏମ୍ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ତିନୋଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ଅର୍ଥାତ୍ ଖର୍ଚ୍ଚ, ସୁରକ୍ଷା ଏବଂ ପ୍ରଭାବକୁ ବିଚାର କରି ଔଷଧ ଗୁଡିକର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା। ଏହା ସ୍ୱାସ୍ଥ୍ୟର ଯତ୍ନ ପାଇଁ ଆବଶ୍ୟକ ସମ୍ବଳ ଗୁଡିକ ତଥା ବଜେଟ୍ର ସର୍ବାଧିକ ବ୍ୟବହାରରେ ମଧ୍ୟ ସାହାଯ୍ୟ କରିଥାଏ; ଔଷଧ କ୍ରୟ କରିବାର ନୀତି ନିୟମ, ସ୍ୱାସ୍ଥ୍ୟ ବୀମା, ଅନୁମୋଦନ କରିବାର ଅଭ୍ୟାସରେ ଉନ୍ନତି; ୟୁଜି / ପିଜି ନିମନ୍ତେ ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ; ଏବଂ ଫାର୍ମାସ୍ୟୁଟିକାଲ୍ ନୀତି ନିୟମ ଗୁଡିକ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏନ୍ଏଲ୍ଇଏମ୍ରେ, ଔଷଧ ଗୁଡିକୂ ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀର ସ୍ତର ଆଧାରରେ ବର୍ଗୀକୃତ କରା ଯାଇଥାଏ। ପି – ପ୍ରାଥମିକ: ଏସ୍ – ମାଧ୍ୟମିକ ଏବଂ ଟି – ଆନୁଷଙ୍ଗିକ।

ସେ ଏହାକୁ ବିସ୍ତାରରେ କହିଥିଲେ ଯେ, ଏହି ଅବଧାରଣା ଏହା ଉପରେ ଆଧାରିତ ଅଟେ ଯେ ସାବଧାନତା ସହିତ ବଛା ଯାଇଥିବା ଏକ ସୀମିତ ସୂଚୀ ସ୍ୱାସ୍ଥ୍ୟ ଯତ୍ନର ଗୁଣବତାରେ ସୁଧାର ଆଣିବ, ଶସ୍ତାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଔଷଧ ଗୁଡିକର ଉନ୍ନତ ପରିଚାଳନା କରିବ। ସେ କହିଥିଲେ ଯେ ଏନ୍ଏଲ୍ଇଏମ୍ ଏକ ଗତିଶୀଳ ଦସ୍ତାବିଜ୍ ଅଟେ ଏବଂ ପରିବର୍ତିତ ସ୍ୱାସ୍ଥ୍ୟ ପ୍ରାଥମିକତା ଗୁଡିକ ସହିତ ଫାର୍ମାସ୍ୟୁଟିକାଲ୍ ଜ୍ଞାନରେ ପ୍ରଗତିକୁ ଦେଖି ଏହାକୁ ନିୟମିତ ଆଧାରରେ ସଂଶୋଧିତ କରା ଯାଇଥାଏ। ଆବଶ୍ୟକୀୟ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା ପ୍ରଥମ ଥର ପାଇଁ ୧୯୯୬ରେ ପ୍ରସ୍ତୁତ କରା ଯାଇଥିଲା ଏବଂ ଏହାକୁ ପୂର୍ବରୁ ତିନି ଥର ୨୦୦୩, ୨୦୧୧ ଏବଂ ୨୦୧୫ରେ ସଂଶୋଧିତ କରା ଯାଇଥିଲା।

“ଚିକିତ୍ସା ଉପରେ ସ୍ୱତନ୍ତ୍ର ସ୍ଥାୟୀ ଜାତୀୟ ସମିତି (ଏସ୍ଏନ୍ସିଏମ୍)ର ଗଠନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ରେ କରା ଯାଇଥିଲା। ସମିତି ବିଶେଷଜ୍ଞ ମାନଙ୍କ ସହିତ ଏବଂ ହିତଧାରକ ମାନଙ୍କ ସହିତ ବ୍ୟାପକ ପରାମର୍ଶ କରିବା ପରେ ଏନ୍ଏଲ୍ଇଏଏମ୍, ୨୦୧୫ରେ ସଂଶୋଧନ ହୋଇଥିଲା ଏବଂ ଏନ୍ଏଲ୍ଇଏମ୍, ୨୦୨୨ରେ ଏହାର ରିପୋର୍ଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା। ଭାରତ ସରକାର ସମିତିର ସୁପାରିସ ଗୁଡିକୁ ଗ୍ରହଣ କରିଛନ୍ତି ଏବଂ ଏହି ତାଲିକାକୁ ସ୍ୱୀକାର କରି ନେଇଛନ୍ତି ବୋଲି ସେ କହିଥିଲେ।

ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏନ୍ଏଲ୍ଇଏମ୍ର ନିର୍ମାଣର ପ୍ରକ୍ରିୟା ହିତଧାରକ ମାନଙ୍କ ଠାରୁ ଆରମ୍ଭ କରି ବେଜ୍ଞାନିକ ଉତ୍ସ ଗୁଡିକ ଦ୍ୱାରା ସମର୍ଥିତ ପ୍ରତିକ୍ରିୟା/ଫିଡ୍ବ୍ୟାକ୍ ଏବଂ ଗ୍ରହଣ କରା ଯାଇଥିବା ସମାବେଶ/ବହିଷ୍କରଣ ସିଦ୍ଧାନ୍ତ ଉପରେ ନିର୍ଭର କରିଥାଏ।

ସଂଶୋଧିତ ଏନ୍ଏଲ୍ଇଏମ୍, ଯାହା ଦେଶକୁ ନିଜର ନାଗରିକ ମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ ଆଗକୁ ନେଇଯିବ, ତାହା ପାଇଁ ହିତଧାରକ ମାନଙ୍କୁ ଶୁଭେଚ୍ଛା ଜଣେଇ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ରୋଗାଣୁରୋଧୀ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା “ଏକ ବଡ଼ ଆହ୍ୱାନ ରୂପରେ ମୁଣ୍ଡ ଟେକୁଛି । ଆମର ବୈଜ୍ଞାନିକ ମାନଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ ଆହ୍ୱାନ ଅଟେ ଏବଂ ଆମକୁ ଏଏମ୍ଆର୍ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ଏନ୍ଏଲ୍ଇଏମ୍ ୨୦୨୨ର ସଂଶୋଧନ ଶିକ୍ଷାବିତ ମାନଙ୍କୁ, ଉଦ୍ୟୋଗପତି ମାନଙ୍କୁ ଏବଂ ସାର୍ବଜନୀନ ନୀତି ବିଶେଷଜ୍ଞ ଇତ୍ୟାଦି ମାନଙ୍କ ସହିତ ଜଡିତ ହିତଧାରକ ମାନଙ୍କୁ ଏବଂ ଡବ୍ଲ୍ୟୁଏଚ୍ଓ ଇଏମ୍ଏଲ୍ ୨୦୨୧ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗୁଡିକ ସହିତ ନିରନ୍ତର ପରାମର୍ଶ ପରେ କରା ଯାଇଛି।

ଏନ୍ଏଲ୍ଇଏମ୍ରେ ସାମିଲ୍ କରିବା ନିମନ୍ତେ ନିମ୍ନଲିଖିତ ମାନଦଣ୍ଡ ଗୁଡିକ ପାଳନ କରା ଯାଇଥାଏ:

୧. ଭାରତରେ ଯାହା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଅଟେ, ସେହିସବୁ ରୋଗ ପାଇଁ ଉପଯୋଗୀ।
୨. ଲାଇସେନ୍ସ/ଅନୁମୋଦିତ ଔଷଧ ମହାନିୟନ୍ତ୍ରକ (ଭାରତ) (ଡିସିଜିଆଇ)ଙ୍କ ଦ୍ୱାରା ହେବ।
୩. ବୈଜ୍ଞାନିକ ପ୍ରମାଣ ଗୁଡିକର ଆଧାର ଉପରେ ପ୍ରଭାବକାରିତା ଏବଂ ସୁରକ୍ଷା ପ୍ରୋଫାଇଲ୍ ପ୍ରମାଣିତ କରିଥିବ।
୪. ତୁଳନାତ୍ମକ ଭାବେ ଶସ୍ତା ହୋଇଥିବ।
୫. ବର୍ତମାନ ଉପଚାର ମାର୍ଗଦର୍ଶିକା ଅନୁସାରେ ହୋଇଥିବ।
୬. ଭାରତର ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ ଅଧୀନରେ ସୁପାରିସକୃତ (ଉଦାହରଣ ସ୍ୱରୂପ ଲିମ୍ଫାଟିକ୍ ଫାଇଲେରିଆ ୨୦୧୮ର ଉନ୍ମୁଳନ ନିମନ୍ତେ ତୁରନ୍ତ ଯୋଜନାର ଇଭରମେକ୍ଟିନ ଅଂଶ ବିଶେଷ)।
୭. ଯେତେବେଳେ ଗୋଟିଏ ଚିକିତ୍ସିକୀୟ ବର୍ଗରୁ ଏକାଧିକ ଔଷଧ ଉପଲବ୍ଧ ହୋଇଥାଏ, ତେବେ ସେହି ବର୍ଗର ଏକ ପ୍ରୋଟୋଟାଇପ୍ / ଚିକିତ୍ସିକୀୟ ରୂପରେ ସବୁଠାରୁ ଉପଯୁକ୍ତ ଔଷଧ ସାମିଲ୍ ହେବା ଉଚିତ୍।
୮. ସମୁଦାୟ ଉପଚାରର ମୂଲ୍ୟ ଉପରେ ବିଚାର କରା ଯାଇଥାଏ, କେବଳ କୌଣସି ଗୋଟିଏ ଔଷଧର ମୂଲ୍ୟ ଉପରେ ନୁହେଁ।
୯. ସ୍ଥିରୀକୃତ ଅନୁପାନର ସମଷ୍ଟି ଗୁଡ଼ିକୁ ଏଥିରେ ସାଧାରଣତଃ ସାମିଲ୍ କରାଯାଇ ନଥାଏ।
୧୦. ଯେତେବେଳେ କୌଣସି ଟୀକାକୁ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ଯେମିତି ରୋଟାଭାଇରସ୍ ଟୀକା) ରେ ସାମିଲ୍ କରା ଯାଇଥାଏ, ତାହା ସେତେବେଳେ ସେହି କାମ କରିଥାଏ।

ଏନ୍ଏଲ୍ଇଏମ୍ ୨୦୨୨କୁ ଏହି ଠାରେ ଦେଖି ହେବ:

https://cdsco.gov.in/opencms/opencms/system/modules/CDSCO.WEB/elements/download_file_division.jsp?num_id=OTAxMQ==

ରାଜେଶ ଭୂଷଣ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଡଃ ଭି. ଜି. ସୋମାନୀ, ଡିସିଜିଆଇ, ଡଃ. ମନଦୀପ କୁମାର ଭଣ୍ଡାରୀ, ଯୁଗ୍ମ ସଚିବ, ଡଃ ୱାଇ. କେ. ଗୁପ୍ତା, ଉପାଧ୍ୟକ୍ଷ ଏସ୍ଏନ୍ସିଏମ୍ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାର ଅଭାବ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ଦେଶରେ ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ।

ଏଭଳି ଦାବିକୁ ନିର୍ଦ୍ଦିଷ୍ଟ ଭାବେ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ସେ ନଭେମ୍ବର ମାସର ସାର ଉତ୍ପାଦନ ଲକ୍ଷ୍ୟ ସମୀକ୍ଷା କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ଚାହିଦା ତୁଳନାରେ ଉତ୍ପାଦନ ବୃଦ୍ଧି ପାଇବ। ୪୧ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଆବଶ୍ୟକ ଥିବା ବେଳେ ୭୬ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ କରାଯିବ। ଅନୁରୂପ ଭାବେ ୧୮ ଲକ୍ଷ ମେଟ୍ରିକ ଟନ୍ ଡିଏପି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଚାହିଦା ପରିମାଣ ୧୭ ଲକ୍ଷ ମେଟ୍ରିକ ଟନ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୧୫ ଲକ୍ଷ ମେଟ୍ରିକ ଟନ୍ ଏନପିକେର ଚାହିଦା ରହିଥିବା ବେଳେ ୩୦ ଲକ୍ଷ ମେଟ୍ରିକ ଟନ୍ ଏନପିକେ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସାର ମହଜୁଦ କରି ନରଖିବା ଲାଗି କେନ୍ଦ୍ରମନ୍ତ୍ରୀ ସମସ୍ତ ଚାଷୀ ଭାଇମାନଙ୍କୁ ଅନୁରୋଧ କରିଛନ୍ତି। ଗୁଜବ ସୃଷ୍ଟିକାରୀଙ୍କ ପ୍ରତି ଧ୍ୟାନ ନଦେବା ପାଇଁ ସେ ନିବେଦନ କରିଛନ୍ତି। ଗୁଜବକୁ ଢାଲ କରି ସାର କଳାବଜାର କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି।

ଶ୍ରୀ ମାଣ୍ଡଭିୟ ଆଶ୍ବାସନା ଦେଇ କହିଛନ୍ତି ଯେ ଦେଶରେ ଯଥେଷ୍ଟ ପରିମାଣରେ ସାରା ଉତ୍ପାଦନ ଏବଂ ପରିବହନ ଉପରେ କେନ୍ଦ୍ର ସରକାର ଧ୍ୟାନ ରଖିଛନ୍ତି। ଚାଷୀମାନଙ୍କୁ ଯଥେଷ୍ଟ ପରିମାଣର ସାର ଯୋଗାଣ ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।