Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଜରୁରୀ ବୈଠକ
ଆଜିର ଖବର

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଜରୁରୀ ବୈଠକ

October 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କ୍ୟାବିନେଟ୍‌ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ପାଇଁ ଜାତୀୟ ବିପତ୍ତି ପ୍ରଶମନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ତ୍ତମାନ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସ୍ଥିତିରେ ଥିବା ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କମିଟିକୁ ବିସ୍ତୃତ ସୂଚନା ଦେଇଥିଲେ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ୨୨ ଅକ୍ଟୋବର ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ ଏବଂ ଧୀରେ ଧୀରେ ଅଧିକ ଘନିଭୂତ ହୋଇ ୨୩ ତାରିଖ ସକାଳ ସୁଦ୍ଧା ଏକ ସାମୁଦ୍ରିକ ଝଡ଼ରେ ପରିବର୍ତ୍ତିତ ହେବାର ସମ୍ଭାବନା ରହିଛି। ଏହାପରେ ସମ୍ଭାବ୍ୟ ବାତ୍ୟା ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ୨୪ ଅକ୍ଟୋବର ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ନେଇ ଆକଳନ କରାଯାଇଛି । ଧୀରେ ଧୀରେ ଏହା ଅଧିକ ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବା ସହିତ ଆସନ୍ତା ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଏହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହିତ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର କିମ୍ବା ସ୍ଥଳବିଶେଷରେ ୧୨୦ କିଲୋମିଟର ଛୁଇଁବା ନେଇ ଆକଳନ କରାଯାଇଛି।

ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ବାତ୍ୟାର ଗତିପଥରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି କରାଯାଇଥିବା ପ୍ରସ୍ତୁତି ସହିତ ସ୍ଥାନୀୟ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ କମିଟିକୁ ସୂଚନା ଦେଇଥିଲେ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରି ଦିଆଯାଇଛି ଏବଂ ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ନିରାପଦ ସ୍ଥାନକୁ ଫେରି ଆସିବାକୁ କୁହାଯାଇଛି।

ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ସ୍ଥିତି ଉପରେ ନଜର ରଖାଯାଇଛି। ଯଥେଷ୍ଟ ଆଶ୍ରୟସ୍ଥଳୀ, ବିଦ୍ୟୁତ ଯୋଗାଣ, ଔଷଧ ଏବଂ ଜରୁରୀକାଳୀନ ସେବାକୁ ପ୍ରସ୍ତୁତ ରଖାଯାଇଛି। ବିପଜ୍ଜନକ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ୧୪ଟି ଦଳକୁ ପଶ୍ଚିମବଙ୍ଗ ଏବଂ ୧୧ଟି ଦଳକୁ ଓଡ଼ିଶାରେ ମୁତୟନ ପାଇଁ ପ୍ରସ୍ତୁତ ରଖାଯାଇଛି। ସ୍ଥଳସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାର ଓ ସହାୟତା ଦଳ ସହିତ ଜାହାଜ, ବିମାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ପାରାଦୀପ ଓ ହଳଦିଆ ବନ୍ଦରକୁ ନିୟମିତ ସତର୍କ ସୂଚନା ଓ ମାର୍ଗଦର୍ଶିକା ଜାରି କରାଯାଉଛି। ଶକ୍ତି ମନ୍ତ୍ରଣାଳୟ ଓ ଦୂରସଞ୍ଚାର ବିଭାଗ ଦ୍ୱାରା ଜରୁରୀକାଳୀନ ଦଳକୁ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି।

ସବୁ କେନ୍ଦ୍ରୀୟ ଏଜେନ୍ସି ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରସ୍ତୁତି ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ପରେ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦ୍ୱାରା ସମସ୍ତ ଅତ୍ୟାବଶ୍ୟକ ନିରାକରଣ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉପରେ କ୍ୟାବିନେଟ ସଚିବ ଗୁରୁତ୍ୱାରୋପ କରିଥିଲେ। ଜୀବନ ହାନୀକୁ ଶୂନ୍ୟରେ ରଖିବା ଏବଂ ସମ୍ପତ୍ତି ଏବଂ ଭିତ୍ତିଭୂମିର କ୍ଷତି ହ୍ରାସ କରିବା ଉପରେ ଲକ୍ଷ୍ୟ ରଖାଯିବା ଉଚିତ୍‌। କ୍ଷତି ଘଟିବା ସ୍ଥିତିରେ ଅତ୍ୟାବଶ୍ୟକ ସେବାଗୁଡିକ ଅତି କମ୍ ସମୟ ମଧ୍ୟରେ ପୁନରୁଦ୍ଧାର କରିବା ଉପରେ ସେ ଜୋର୍‌ ଦେଇଥିଲେ।

ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା ଏବଂ ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରାଯିବା ଉପରେ କ୍ୟାବିନେଟ ସଚିବ ଜୋର୍‌ ଦେଇଥିଲେ। ସେ ଓଡିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଏବେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ଠିକ୍‌ ସମୟରେ ସହାୟତା ଯୋଗାଇ ଦିଆଯିବ। ସେ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରବଳ ବର୍ଷା କାରଣରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। କ୍ୟାବିନେଟ ସଚିବ ଏଥିପ୍ରତି ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ନଦୀବନ୍ଧ ସାଇଟରୁ ଜଳ ଛାଡ଼ିବା କାର୍ଯ୍ୟ କ୍ରମାନ୍ୱୟରେ କରାଯିବା ଉଚିତ୍‌ ଯାହାଦ୍ୱାରା ବନ୍ୟା ବିପଦକୁ ଏଡ଼ାଇ ଦିଆଯାଇପାରିବ।

ଏହି ବୈଠକରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ମତ୍ସ୍ୟ, ଶକ୍ତି, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ସଚିବ, ଆନ୍ଧ୍ରପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସଦସ୍ୟ (ବୈଷୟିକ), ଦୂରସଞ୍ଚାର ବିଭାଗଙ୍କ ବ୍ୟତୀତ ଏନଡିଏମଏ, ଭାରତୀୟ ପାଣିପାଗ ବିଭାଗ, ଏନଡିଆରଏଫ, ତଟରକ୍ଷୀ ବାହିନୀ, ଗୃହମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି ଡକ୍ଟର ଟି.ଭି. ସୋମନାଥନ ପ୍ରସ୍ତୁତି ସମୀକ୍ଷା ବଙ୍ଗୋପସାଗର ବାତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025
Latest News

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025

ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ତାଙ୍କୁ ମିଳିବ କି ବଡ଼ ଦାୟିତ୍ୱ?

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.