ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୭ ସନ୍ଧ୍ୟା ୫.୩୦ରେ ଭାରତ ମଣ୍ଡପମରେ Emerging Science, Technology and Innovation Conclave – ESTIC 2026 କୁ ଉଦ୍ଘାଟନ କରିବେ। ଏହି ଅବସରରେ ସେ ଜନସମାବେଶକୁ ସମ୍ବୋଧିତ କରିବେ।
ଅକ୍ଟୋବର ୨୭ ରୁ ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଦେଶ ବିଦେଶର ପ୍ରମୁଖ ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ, ଷ୍ଟାର୍ଟଅପ୍ ଓ ଶିଳ୍ପ ପ୍ରତିନିଧି ଏକାଠି ହେବେ।
୧୨ଟି କ୍ଷେତ୍ର ଉପରେ ଫୋକସ:
ଏହି କନ୍କ୍ଲେଭରେ AI, ବାୟୋଟେକ୍ନୋଲୋଜି, ଉନ୍ନତ ସାମଗ୍ରୀ, ଉତ୍ପାଦନ, ସ୍ୱାସ୍ଥ୍ୟସେବା, ଶକ୍ତି, ଜଳବାୟୁ ଓ ମହାସାଗର ବିଜ୍ଞାନ ସମେତ ୧୨ଟି ବିଷୟରେ ଆଲୋଚନା ହେବ। ପ୍ରୟୋଗଶାଳାରୁ ବଜାର ପର୍ଯ୍ୟନ୍ତ ନବାଚାରକୁ କିପରି ନିଆଯିବ ସେ ନେଇ ମନ୍ଥନ ହେବ।
ଏହି ଅବସରରେ ଏକ ବଡ଼ ପ୍ରଦର୍ଶନୀ ମଧ୍ୟ ହେବ, ଯେଉଁଥିରେ ୧୫୦ଟି ଡିପ୍-ଟେକ୍ ଷ୍ଟାର୍ଟଅପ୍ ସେମାନଙ୍କ ସ୍ୱଦେଶୀ ସଫଳତା ପ୍ରଦର୍ଶନ କରିବେ। AR/VR, ଡକ୍ୟୁମେଣ୍ଟାରୀ ଓ ଟେକ୍ ଡେମୋ ମାଧ୍ୟମରେ ବୈଜ୍ଞାନିକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯିବ।
ଏଥିସହ ଗ୍ଲୋବାଲ୍ କନେକ୍ଟ ନେଟୱାର୍କିଂ ଇଭେଣ୍ଟ ନାମରେ ଏକ ନୂଆ ପ୍ରୟାସ ଆରମ୍ଭ ହେବ, ଯେଉଁଥିରେ ୩୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇ ଅନ୍ତର୍ଜାତୀୟ ଗବେଷଣା ସହଭାଗିତା ଓ ଶିଳ୍ପ-ଶିକ୍ଷା ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିବେ।


