Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନେଇ କୌଶଲ୍ୟାଗଙ୍ଗରେ କର୍ମଶାଳାକୁ ଉଦଘାଟନ କଲେ ମନ୍ତ୍ରୀ
ଜାତୀୟ ଖବର

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନେଇ କୌଶଲ୍ୟାଗଙ୍ଗରେ କର୍ମଶାଳାକୁ ଉଦଘାଟନ କଲେ ମନ୍ତ୍ରୀ

October 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନେଇ କୌଶଲ୍ୟାଗଙ୍ଗରେ କର୍ମଶାଳାକୁ ଉଦଘାଟନ କଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ନୂତନ ଜ୍ଞାନକୌଶଳର ଉପଯୋଗ କ୍ରମେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ ଦେଇଛନ୍ତି।

କୌଶଲ୍ୟାଗଙ୍ଗଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୪ ଦିନିଆ ମତ୍ସ୍ୟଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପରୋକ୍ତ ମର୍ମରେ ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା ଲକ୍ଷ୍ୟରେ ପ୍ରାଣୀସଂପଦ ବିକାଶ, ମତ୍ସ୍ୟଚାଷ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗ ଏବଂ ଉଦ୍ୟାନଚାଷ ଜରିଆରେ ମହିଳା ସଶକ୍ତିକରଣକୁ ବିସ୍ତୃତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ମହିଳା ପ୍ରଶିକ୍ଷାର୍ଥୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ରମେ ଗ୍ରାମପଞ୍ଚାୟତ ପୁଷ୍କରିଣୀଗୁଡ଼ିକରେ ବାୟୋଫ୍ଲକ୍‌ ତଥା ଅନ୍ୟାନ୍ୟ ମାଛଚାଷ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଯଥେଷ୍ଟ ଲାଭବାନ୍‌ କରାଇବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ପ୍ରକାଶ କରିଥିଲେ।

ମନ୍ତ୍ରୀ ଶ୍ରୀ ମଲ୍ଲିକ କୌଶଲ୍ୟାଗଙ୍ଗସ୍ଥିତ ମାଛ ଜାଅଁଳ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ କାର୍ପ ମାଛ ଜାଅଁଳ. ଗୁଣ୍ଡ ଜାଆଁଳ ଉତ୍ପାଦନ, ହାଚେରୀର ବିକାଶ, ରଙ୍ଗୀନ ମାଛଚାଷ ଇତ୍ୟାଦି ନେଇ ଅବଗତ ହୋଇଥିଲେ। ଚଳିତ ଆର୍ଥିକ ବର୍ଷରେ ମାଛ ଜାଆଁଳ କେନ୍ଦ୍ରରେ ଏ ଯାବତ୍‌ ୩୮ କୋଟି ଗୁଣ୍ଡ ଜାଆଁଳ ରେକର୍ଡ ଉତ୍ପାଦନ ହୋଇଥିବାରୁ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଅନୁରୂପ ଭାବରେ ଶ୍ରୀ ମଲ୍ଲିକ ପ୍ରାୟ ୩୧ କିସମର ରଙ୍ଗୀନ ମାଛ ଉତ୍ପାଦନ ହେଉଥିବା ଜାଣି ଖୁସି ପ୍ରକଟ କରିଥିଲେ।

ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ପରିଦର୍ଶନ ସମୟରେ ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ (ବୈଷୟିକ) ଦେବାନନ୍ଦ ଭଞ୍ଜ, ଉପନିର୍ଦ୍ଦେଶକ (ତାଲିମ) ଜଗଦୀଶ ଚନ୍ଦ୍ର ପଣ୍ଡା, ମତ୍ସ୍ୟ ସମବାୟ ସମିତି ମହାସଂଘର ଉପନିର୍ଦ୍ଦେଶକ ଏସ୍‌. ଏସ୍‌. ସିଂହ, ନିର୍ବାହୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିରଜା ପ୍ରସାଦ ଦ୍ୱିବେଦୀ, ସହକାରୀ ମତ୍ସ୍ୟ ଅଧିକାରୀ ଅରୋଶ୍ରୀ ବିଶ୍ୱାଳ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏନ୍‌. ସି. ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ।

କୌଶଲ୍ୟାଗଙ୍ଗ ଗୋକୁଳାନନ୍ଦ ମଲ୍ଲିକ ମାଛ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ସବୁ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଉ: ସମନ୍ୱୟ ସମିତି

August 24, 2025

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ପିତାକୁ ୭ ବର୍ଷ କାରାଦଣ୍ଡାଦେଶ

August 24, 2025

ରାଶିଫଳ: ଅଗଷ୍ଟ ୨୪ ତାରିଖ ରବିବାରରେ ସାତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଲା

August 24, 2025

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025
Latest News

ସବୁ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଉ: ସମନ୍ୱୟ ସମିତି

August 24, 2025

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ପିତାକୁ ୭ ବର୍ଷ କାରାଦଣ୍ଡାଦେଶ

August 24, 2025

ରାଶିଫଳ: ଅଗଷ୍ଟ ୨୪ ତାରିଖ ରବିବାରରେ ସାତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଲା

August 24, 2025

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.