ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ଶିବସେନା (ୟୁବିଟି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚ ମାମଲାର ଚର୍ଚ୍ଚା ବୃଦ୍ଧି ପାଇଛି। ମହାରାଷ୍ଟ୍ରର ୟବତମାଲ ଜିଲ୍ଲାର ୱାନି ହେଲିପ୍ୟାଡରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚକୁ ନେଇ ଚାଲିଥିବା ରାଜନୈତିକ ବିବାଦକୁ ନେଇ ନିର୍ବାଚନ ଆୟୋଗ ପ୍ରତିକ୍ରିୟା ରଖିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ SOP ଅନୁସରଣ କରାଯାଇଥିଲା।
ଆଦର୍ଶ ଆଚରଣ ସଂହିତା (MCC) ସହିତ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉପହାର ଏବଂ ନଗଦ ଅର୍ଥ ବଣ୍ଟନକୁ ରୋକିବା ପାଇଁ ନିର୍ବାଚନ ଅଧିକାରୀମାନେ ନିୟମିତ ଭାବରେ ଯାଞ୍ଚ କରନ୍ତି। ଏହି ପ୍ରରିପ୍ରେକ୍ଷୀରେ ଉଦ୍ଧବ ଠାକରେଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ଯାହାର ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟାମରେ ଘୁରିବୁଲୁଛି। ତେବେ ଏହି ଘଟଣା ପରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ନିର୍ବାଚନ ଆୟୋଗ ଭିଡିଓରେ ନିର୍ବାଚନ ଅଧିକାରୀଙ୍କୁ ଉଦ୍ଧବ ପଚାରୁଛନ୍ତି କି ସେମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ପ୍ରତିନିଧୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାରଙ୍କ ବ୍ୟାଗ ଯାଞ୍ଚ କରିଛନ୍ତି କି? ସେ ମଧ୍ୟ ଅଧିକାରୀମାନଙ୍କୁ ପଚାରିଥିବାରୁ ଶୁଣିବାକୁ ମିଳେ ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମହାରାଷ୍ଟ୍ରକୁ ନିର୍ବାଚନ ସମାବେଶକୁ ଆସିବା ସମୟରେ ବ୍ୟାଗ ଯାଞ୍ଚ କରୁଛନ୍ତି କି?