ପର୍ଥରେ କେ.ଏଲ୍ ରାହୁଲଙ୍କ କୀର୍ତ୍ତିମାନ, ନିଜ ନାମରେ କଲେ ଏହି ସ୍ଵତନ୍ତ୍ର ରେକର୍ଡ

Published: Nov 22, 2024, 12:50 pm IST

ନୂଆଦିଲ୍ଲୀ: ପର୍ଥ ଟେଷ୍ଟରେ କେ.ଏଲ୍ ରାହୁଲ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ରାହୁଲ ୨୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି। କିନ୍ତୁ ଏହା ପୂର୍ବରୁ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି।

ରାହୁଲ ତାଙ୍କ ଟେଷ୍ଟ କ୍ୟାରିୟରରେ ୩ ହଜାର ରନ୍ ପୂରଣ କରିଛନ୍ତି। ଭାରତ ପାଇଁ ଏହା କରିବାରେ ସେ ୨୬ ତମ ଖେଳାଳି। ଏପର୍ଯ୍ୟନ୍ତ ୨୬ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ୩୦୦୦ କିମ୍ବା ଅଧିକ ଟେଷ୍ଟ ରନ୍ ସ୍କୋର କରିଛନ୍ତି। କେଏଲ ଏପର୍ଯ୍ୟନ୍ତ ଭାରତ ପାଇଁ ୯୨ ଇନିଂସରେ ୩୦୦୭ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୮ ଶତକ ଏବଂ ୧୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ରାହୁଲଙ୍କ ସର୍ବୋତ୍ତମ ଟେଷ୍ଟ ସ୍କୋର ହେଉଛି ୧୯୯ ରନ୍। ରାହୁଲ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି।

ଟେଷ୍ଟରେ ସର୍ବାଧିକ ରନ୍ ସ୍କୋର କରିବାରେ ବର୍ତ୍ତମାନର ଭାରତୀୟ ଖେଳାଳି ତାଲିକାରେ କୋହଲି ଶୀର୍ଷରେ ଅଛନ୍ତି। ସେ ୨୦୨ ଇନିଂସରେ ୯୦୪୫ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ୨୯ ଶତକ ସ୍କୋର କରିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯାଉଛି। ଏଥିରେ ଭାରତ ବହୁତ ଖରାପ ଆରମ୍ଭ କରିଛି।

Related posts