Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ଓଡିଶାରେ କିପରି ବିଜେପି କଲା ସରକାର, କଲେ ଖୋଲାସା
ଜାତୀୟ ଖବର

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ଓଡିଶାରେ କିପରି ବିଜେପି କଲା ସରକାର, କଲେ ଖୋଲାସା

November 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶାରେ କିପରି ବିଜେପି କଲା ସରକାର, କଲେ ଖୋଲାସା

ଭୁବନେଶ୍ବର: ଆଜି ଭୁବନେଶ୍ବରକୁ ତିନିଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଭୁବନେଶ୍ବରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସେ ଯୋଗଦେବେ। ଆଜି ଅପରାହ୍ନରେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ବାହାରେ ହୋଇଥିବା ଏକ ମଞ୍ଚରେ ନିଜର ଅଭିଭାଷଣ ରଖିଥିଲେ।

ଏହି ମଞ୍ଚରେ ମୋଦି ପ୍ରଥମେ ଓଡିଆରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମେ ଜୟଜଗନ୍ନାଥ ବୋଲି କହିଥିଲେ। ଏହାପରେ ଓଡିଶାର ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର ଓଡିଆରେ କହି ଅଭିଭାଷଣ ଆରମ୍ଭ କରିଥିଲେ। ଆଜି ପ୍ରଭୃ ଲିଙ୍ଗରାଜଙ୍କ ଧାମକୁ ଆସି ନିଜକୁ ଧନ୍ୟ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଓଡିଶା ପର୍ବରେ ଯୋଗ ଦେଇଥିବା କଥା କହିଥିଲେ। ସେଠାରେ ସେ ମସଲା ଚାହା ପିଇ ବେଶ ସନ୍ତୁଷ୍ଠ ହୋଇଥିଲେ ବୋଲି କହିଥିଲେ। ସେହି ଉତ୍ସବରେ ସେ ଓଡିଶାର ପରଂପରା ଏବଂ ସଂସ୍କୃତିକୁ ଉଦଜିବିତ କରିଥିଲା ବୋଲି କହିଥିଲେ। ସେହିପରି ନିକଟରେ କଟକ ବାଲିଯାତ୍ରା ଉପରେ ମଧ୍ୟ ମୋଦି ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ।

ତେବେ ସେହି ମଞ୍ଚରେ ପ୍ରଧାନମନ୍ତ୍ରୀ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ସର୍ବଭାରତୀୟ ଡିଜିପି ସମ୍ମିଳନୀ କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଛି। ହେଲେ କେବେ ଓଡିଶାରେ ଏହା କରାଯାଇଛି କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ପ୍ରଥମ ଥର ପାଇଁ ଓଡିଶାରେ ଏହି ସମ୍ମିଳନୀ କରାଯାଉଛି। ସବୁ ରାଜ୍ୟର ଡିଜିପିମାନେ ଜଗନ୍ନାଥଙ୍କ ଆର୍ଶିବାଦ ନେଇ ଯିବେ ବୋଲି ସେ କହିଥିଲେ।

ତେବେ ରାଜନୈତିକ ପୃଷ୍ଠଭୂମି ନେଇ ମୋଦି କହିଥିଲେ ଯେ, ଓଡିଶାରେ ଆମେ ପୂର୍ବ ସରକାରକୁ ସମର୍ଥନ କରିଥିଲୁ। ଏହାକୁ ନେଇ ଦଳ ଭିତରେ ମତଭେଦ ରହୁଥିଲା। ହେଲେ ତାହାକୁ ଆମେ ଖାତିର ନ କରି ଓଡିଶାର ବିକାଶ କାର୍ଯ୍ୟରେ ସମସ୍ତ ସହଯୋଗ ଦେଇଥିଲୁ। ସେମାନେ ଆମ ଯୋଜନାର ନାମ ପରିବର୍ତ୍ତନ କରି ନିଜ ନାମରେ ପ୍ରଚାର କରୁଥିଲେ। ତଥାପି ଆମେ ଲୋକଙ୍କ ବିକାଶ କରୁଥିଲୁ। ଆଉ ସେହି ଲୋକଙ୍କ ଆର୍ଶିବାଦରେ ଆଜି ଓଡିଶାରେ ବିଜେପି ସରକାର ଗଠନ କରିପାରିଛି।

ପ୍ରଧାନମନ୍ତ୍ରୀ ଓଡିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବେଶ ପ୍ରଶାଂସା କରିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଗାଁର ଲୋକେ ଅନୁଭବ କଲେଣି ଯେ, ମୁଖ୍ୟମନ୍ତ୍ରୀ ଆମ ପାଖକୁ ଆସିଛନ୍ତି। ପୂର୍ବରୁ ଏହା କେବେ ହେଉ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଓଡିଶା ସରକାରଙ୍କ ଧାନ ସହାୟକ ମୂଲ୍ୟ, ସୁଭଦ୍ରା ଯୋଜନା ପ୍ରଭୃତିକୁ ବେଶ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡିଶାର ପ୍ରଥମ ଥର ପାଇଁ ଡିଜି ସମ୍ମିଳନୀ ଆୟୋଜନ ହେଲା, ଏହାପରେେ ପୁରୀରେ ଡିସେମ୍ବର ଚାରି ତାରିଖରେ ନୈସେନା ଦିବସ ହେବ, ସେହିପରି ଜାନୁୟାରୀରେ ଭୁବନେଶ୍ବରରେ ହେବ ପ୍ରବାସୀ ଓଡିଶା ଦିବସ। ଏହାଦ୍ବାରା ଓଡିଶାର ନାମ ବିଶ୍ବ ସ୍ତରରେ ବେଶ ପ୍ରଚାର ପ୍ରସାର ହେବ। ଓଡିଶାର ଗୌରବ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହା ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବନୀ ବୈଷ୍ଣବ, ସାଂସଦ ବୈଜୟନ୍ତ ପଣ୍ଡା, ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗଦେଇଥିଲେ। ଏହାପରେ ମୋଦି ଭୁବନେଶ୍ବରରେ ବିଭିନ୍ନ ସ୍ଥାନ ବୁଲି କାର ଭିତରେ ଲୋକଙ୍କ ଅଭିବାଦନ ଗ୍ରହଣ କରି ରାଜଭବନରେ ପହଞ୍ଚିଛନ୍ତି।

DGConfrence narendra modi PM In Odisha PM Narendra Modi PMModiinOdisha ଓଡିଶାରେ ମୋଦି ଡିଜି ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025

ଯୋଗୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ପୂର୍ବ ପାକିସ୍ତାନର ପରିବାରକୁ ଭୂମି ଅଧିକାର, ୧୦ ହଜାର ପରିବାରରେ ଖୁସି

July 22, 2025

ଆଜିଠାରୁ ଆରମ୍ଭ ହେବ ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ MPV ର ବୁକିଂ, ଜାଣନ୍ତୁ ମୂଲ୍ୟ

July 22, 2025

ଏପଟେ ନୂତନ ସଭାପତି ଆବଶ୍ୟକ, ସେପଟେ ଇସ୍ତଫା ଦେଲେ ଉପରାଷ୍ଟ୍ରପତି: ଏବେ କ’ଣ କରିବ ବିଜେପି?

July 22, 2025
Latest News

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025

ଯୋଗୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ପୂର୍ବ ପାକିସ୍ତାନର ପରିବାରକୁ ଭୂମି ଅଧିକାର, ୧୦ ହଜାର ପରିବାରରେ ଖୁସି

July 22, 2025

ଆଜିଠାରୁ ଆରମ୍ଭ ହେବ ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ MPV ର ବୁକିଂ, ଜାଣନ୍ତୁ ମୂଲ୍ୟ

July 22, 2025

ଏପଟେ ନୂତନ ସଭାପତି ଆବଶ୍ୟକ, ସେପଟେ ଇସ୍ତଫା ଦେଲେ ଉପରାଷ୍ଟ୍ରପତି: ଏବେ କ’ଣ କରିବ ବିଜେପି?

July 22, 2025

ଆମେରିକାର ଟି-ମୋବାଇଲକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ହେଲା ଜିଓ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.