Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୈକ୍ଷିକ ପ୍ରଗତିର ମାଇଲ ଖୁଂଟ ‘ପରଖ’
ଆଜିର ଖବର

ଶୈକ୍ଷିକ ପ୍ରଗତିର ମାଇଲ ଖୁଂଟ ‘ପରଖ’

December 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଉପଲବ୍ଧି ସ୍ତରକୁ ଆକଳନ କରିବା ଓ ଶିକ୍ଷାର ଗୁଣାତ୍ମକ ପ୍ରଗତିକୁ ମାପିବା ପାଇଁ ୨୦୦୦ ମସିହା ପର ଠାରୁ ପ୍ରତି ୩ ବର୍ଷରେ ଥରେ ସମଗ୍ର ଭାରତ ବର୍ଷରେ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହୋଇଆସୁଅଛି।

ବୁଧବାର ଦିନ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଫଳତାର ସହ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହା ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ପ୍ରଶ୍ନପତ୍ର ମାଧ୍ୟମରେ ଆକଳନ କରାଯାଇଥିଲା।

ନୟାଗଡ ଜିଲ୍ଲାର ୮ଟି ବ୍ଲକର ତୃତୀୟ ଶ୍ରେଣୀରେ ୨୮ଟି ବିଦ୍ୟାଳୟ, ଷଷ୍ଠ ଶ୍ରେଣୀର ୪୮ଟି ବିଦ୍ୟାଳୟ ଓ ନବମ ଶ୍ରେଣୀରେ ୪୬ଟି ବିଦ୍ୟାଳୟରେ ଏହି ପରଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥରେ ତୃତୀୟ ଶ୍ରେଣୀର ୯୭୨ ଜଣ, ଷଷ୍ଠ ଶ୍ରେଣୀର ୧୦୩୫ ଜଣ ଓ ନବମ ଶ୍ରେଣୀର ୧୨୫୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ସେହିପରି ତୃତୀୟ ଶ୍ରେଣୀର ୯୦ ଜଣ, ଷଷ୍ଠ ଶ୍ରେଣୀର ୧୨୯ ଜଣ ଓ ନବମ ଶ୍ରେଣୀର ୧୭୯ ଜଣ ଶିକ୍ଷକଶିକ୍ଷୟତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ଠାରୁ ପ୍ରଶ୍ନପତ୍ର ଓ ଓଏମଆର ସିଟ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ରାଜସୁନାଖଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ ଏବଂ ବାଙ୍କୋଇ ପାଂଚଗଡ ଅନଙ୍ଗ ନରେନ୍ଦ୍ର ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ସର୍ବମୋଟ ୧୨୮ ଜଣ ଗୁରୁ ଛାତ୍ରଛାତ୍ରୀ ଏଥିରେ ପରୀକ୍ଷକ କାର୍ଯ୍ୟ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତିମୟୀ ପ୍ରିୟଦର୍ଶିନୀ, ରାଜସୁନାଖଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର ପ୍ରମୂଖ ଏହାକୁ ପରିଚାଳନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ସ୍ୱଚ୍ଛତା ପଖୱାଡା : ପୂର୍ବତଟ ରେଳପଥର ଦୁଇ ସପ୍ତାହୀୟ ସ୍ୱଚ୍ଛତା ଅଭିଯାନ

October 1, 2025

ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 1, 2025

କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମାଙ୍କୁ କଲେ ଦର୍ଶନ

October 1, 2025
Latest News

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

October 1, 2025

ସ୍ୱଚ୍ଛତା ପଖୱାଡା : ପୂର୍ବତଟ ରେଳପଥର ଦୁଇ ସପ୍ତାହୀୟ ସ୍ୱଚ୍ଛତା ଅଭିଯାନ

October 1, 2025

ବାୟୋମେଡିକାଲ ରିସର୍ଚ୍ଚ କ୍ୟାରିୟର ପ୍ରୋଗ୍ରାମର ତୃତୀୟ ପର୍ଯ୍ୟାୟକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

October 1, 2025

ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.