Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରବିଆଇର ନୂତନ ଗଭର୍ଣ୍ଣର ହେବେ ସଞ୍ଜୟ ମଲହୋତ୍ରା, ନେବେ ଶକ୍ତିକାନ୍ତ ଦାସଙ୍କ ସ୍ଥାନ
ଆଜିର ଖବର

ଆରବିଆଇର ନୂତନ ଗଭର୍ଣ୍ଣର ହେବେ ସଞ୍ଜୟ ମଲହୋତ୍ରା, ନେବେ ଶକ୍ତିକାନ୍ତ ଦାସଙ୍କ ସ୍ଥାନ

December 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଞ୍ଜୟ ମଲହୋତ୍ରା ଆରବିଆଇର ନୂତନ ଗଭର୍ଣ୍ଣର ହେବେ। ତାଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସଞ୍ଜୟ ମଲହୋତ୍ରା ଡିସେମ୍ବର ୧୧ ତାରିଖରେ ଦାୟିତ୍ଵ ଗ୍ରହଣ କରିବେ। ଉଲ୍ଲେଖ ଯୋଗ୍ୟ ଯେ, ସଞ୍ଜୟ ମାଲହୋତ୍ରା ଜଣେ ୧୯୯୦ ଆଇଏଏସ୍ ବ୍ୟାଚ୍ ଅଫିସର, ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ୱ ସଚିବ ଥିଲେ। ତାଙ୍କ ନିଯୁକ୍ତି ବିଷୟରେ କହିବାକୁ ଗଲେ ଏହା ୩ ବର୍ଷ ହେବ। ବର୍ତ୍ତମାନର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ।

ସଞ୍ଜୟ ମାଲହୋତ୍ରା କିଏ?:

ସଞ୍ଜୟ ମାଲହୋତ୍ରା ୧୯୯୦ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ରାଜସ୍ଥାନ କ୍ୟାଡରର ଅଧିକାରୀ। ସେ କାନପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁ କମ୍ପ୍ୟୁଟର ବିଜ୍ଞାନରେ ଇଞ୍ଜିନିୟରିଂ ପଢିଥିଲେ ଏବଂ ଆମେରିକାର ପ୍ରିନ୍ସଟନ୍ ୟୁନିଭରସିଟିରୁ ପବ୍ଲିକ ପଲିସିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।

୩୩ ବର୍ଷ କ୍ୟାରିଅରରେ ସେ ଶକ୍ତି, ଅର୍ଥ ଏବଂ ଟିକସ, ସୂଚନା ପ୍ରଯୁକ୍ତିବିଦ୍ୟା, ଖଣି ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ନେତୃତ୍ୱ ଏବଂ ଅଭିଜ୍ଞତା ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ଅର୍ଥ ମନ୍ତ୍ରଣାଳୟରେ ରାଜସ୍ୱ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆର୍ଥିକ ସେବା ବିଭାଗର ସଚିବ ଭାବରେ କାର୍ଯ୍ୟ କରିଥିଲେ।

ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରୀ ସ୍ତରରେ ଅର୍ଥ ଏବଂ ଟିକସ କ୍ଷେତ୍ରରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି। ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳରେ, ସେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ସହ ଜଡିତ ନୀତି ପ୍ରସ୍ତୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

Breaking News RBI Governor Sanjay Malhotra
Share. Facebook Twitter LinkedIn Email WhatsApp Copy Link

Related Posts

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025

‘ଯଦି ତୁମେ ଶାନ୍ତି ଚାହୁଁଛ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’ ସିଡିଏସ୍ ଅନିଲ ଚୌହାନଙ୍କ ବାର୍ତ୍ତା

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025
Latest News

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025

‘ଯଦି ତୁମେ ଶାନ୍ତି ଚାହୁଁଛ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’ ସିଡିଏସ୍ ଅନିଲ ଚୌହାନଙ୍କ ବାର୍ତ୍ତା

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.