ଗୋଦାବରୀଶ ମହାବିଦ୍ୟାଳୟର ୬୧ ତମ ବାର୍ଷୀକ କ୍ରୀଡା ଉତ୍ସବ ଉଦଯାପିତ

Published: Dec 10, 2024, 8:22 pm IST

ବାଣପୁର: ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ବର୍ଗର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଦିବସରେ ଛାତ୍ରଛାତ୍ରୀ ମାନେ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ଦ୍ୱିତୀୟ ଦିବସରେ ଉଚ୍ଚ ଡିଆଁ, ଜାଭଲିନ୍, ଡିସ୍କସ୍ ଓ ସଟ୍ ପୁଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟ ଆଲୁମନି କମିଟି ସଭାପତି ଜୀତେନ୍ଦ୍ର ଭୋଳ ଓ ସମ୍ମାନ୍ନିତ ଅତିଥିଭାବେ ସ୍ୱାମୀ ସନ୍ଦୀପନି ମହାରାଜ ଯୋଗ ଦେଇ ପିଲାମାନକୁ କ୍ରୀଡାର ଦୈନନ୍ଦିନ ଜିବନରେ ଆବଶ୍ୟକତା ପ୍ରସଙ୍ଗରେ ଉଦବୋଧନ ଦେଇଥିଲେ।

ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ଡ଼ ଏସ୍ ପି ଏନ୍ ଏସ ବର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ଯୁକ୍ତ ୨ କାର୍ଯ୍ୟକାରି ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର, ପୂର୍ବତନ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ, କ୍ରୀଡ଼ା ପରିଷଦର ଉପସଭାପତି ଅଧ୍ୟାପକ ପୁଲିଂନ ବିହାରୀ ଜେନା, ଡକ୍ଟର ଗୁରୁ କିଶୋର ନାୟକ, ଅଜୟ କୁମାର ଦାସ, ଅଧ୍ୟାପିକା ଉର୍ବଶୀ ସ୍ଵାଇଁ, ଅନିତା ଗୌଡ ଓ ବିଭିନ୍ନ୍ ସ୍କୁଲ ରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଯୁକ୍ତ ୩ ବାଳକ ବର୍ଗରେ ଓମ୍ ପ୍ରକାଶ ସ୍ୱାଇଁ, ଯୁକ୍ତ ୨ ବାଳକ ବର୍ଗରେ ଦେବୀ ପ୍ରସାଦ ଦାସ, ଯୁକ୍ତ ୩ ବାଳିକା ବର୍ଗରେ କୁମାରୀ ରଞ୍ଜିତା ଜେନା ଓ ଯୁକ୍ତ ୨ ବାଳିକା ବର୍ଗରେ ଶ୍ରଦ୍ଧାଞ୍ଜଳୀ ପ୍ରଧାନ ଚାମ୍ପିୟନ ହୋଇଥିଲେ।

Related posts