Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଚେସ ଚାମ୍ପିୟନ ଡି ଗୁକେଶଙ୍କୁ ଧନ ବର୍ଷା, ଆଇପିଏଲରେ ମିଳେ ନାହିଁ ଏତେ ପରିମାଣର ଟଙ୍କା
ଆଜିର ଖବର

ବିଶ୍ୱ ଚେସ ଚାମ୍ପିୟନ ଡି ଗୁକେଶଙ୍କୁ ଧନ ବର୍ଷା, ଆଇପିଏଲରେ ମିଳେ ନାହିଁ ଏତେ ପରିମାଣର ଟଙ୍କା

December 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚେସ ଜଗତରେ ଏକ ନୂତନ ଅଧ୍ୟାୟ ଲେଖିଛନ୍ତି। ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ ଚାମ୍ପିଅନସିପ୍ 2024 ରେ ସେ 7.5-6.5 ସ୍କୋରରେ ଚାଇନାର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ୱ ଟାଇଟଲ ଜିତିଛନ୍ତି। ଏହି ବିଜୟ ସହିତ 18 ବର୍ଷୀୟ ଗୁକେଶ ବିଶ୍ୱ ଚେସ ଚାମ୍ପିୟନ ହେବାରେ ସବୁଠାରୁ କନିଷ୍ଠ ଖେଳାଳି ହୋଇଛନ୍ତି। ବିଶ୍ୱନାଥ ଆନନ୍ଦଙ୍କ ପରେ ସେ ଏହି ସମ୍ମାନଜନକ ଟାଇଟଲ୍ ଜିତିବାରେ ଦ୍ୱିତୀୟ ଭାରତୀୟ।

ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି:

ଆନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (FIDE) ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛି ଜେଇ, “ଡି ଗୁକେଶ ଇତିହାସର ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ୍!” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ନେତାମାନେ ତାଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଐତିହାସିକ ଏବଂ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଏହି ବିଜୟ ଯୁବପିଢୀଙ୍କ ପାଇଁ ଏକ ପ୍ରେରଣାଦାୟକ ଉତ୍ସ।

ଗୁକେଶ କେତେ ପୁରସ୍କାର ରାଶି ପାଇଲେ?:

ଏହି ବିଜୟ ପରେ ଡି ଗୁକେଶଙ୍କ ପୁରସ୍କାର ରାଶି ବିଷୟରେ ଅନେକ ଆଲୋଚନା ହେଉଛି। 18 ବର୍ଷ ବୟସରେ, ଗୁକେଶଙ୍କୁ ଏତେ ପୁରସ୍କାର ରାଶି ମିଳିଛି ଯାହାକି ଆଇପିଏଲର ସବୁଠାରୁ ବଡ ଖେଳାଳିଙ୍କ ଦ୍ୱାରା ପ୍ରାପ୍ତ ପରିମାଣଠାରୁ ଅଧିକ।

FIDE ନିୟମ ଅନୁଯାୟୀ, ପ୍ରତ୍ୟେକ ମ୍ୟାଚ୍ ଜିତିବା ପାଇଁ 200,000 ଡଲାର (ପ୍ରାୟ 1.69 କୋଟି ଟଙ୍କା) ପୁରସ୍କାର ଦିଆଯାଏ। ତିନୋଟି ମ୍ୟାଚ୍ ଜିତି ଗୁକେଶ 600,000 ଡଲାର୍ (ପ୍ରାୟ 5.09 କୋଟି ଟଙ୍କା) ରୋଜଗାର କରିଥିବାବେଳେ ଡିଙ୍ଗ୍ ଲିରେନ୍ ଦୁଇଟି ମ୍ୟାଚ୍ ଜିତି 400,000 ଡଲାର୍ (ପ୍ରାୟ 3.39 କୋଟି ଟଙ୍କା) ଜିତିଥିଲେ।

ମୋଟ ପୁରସ୍କାର ରାଶି 2.5 ମିଲିୟନ୍ ଡଲାର ଥିଲା (ପ୍ରାୟ 21.2 କୋଟି ଟଙ୍କା)। ଏଥିମଧ୍ୟରୁ 1.5 ମିଲିୟନ୍ ଡଲାର୍ (ପ୍ରାୟ 12 କୋଟି ଟଙ୍କା) ଉଭୟ ଖେଳାଳିଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଇଥିଲା। ପ୍ରତ୍ୟେକ ଖେଳାଳିଙ୍କୁ 750,000 ଡଲାର (ପ୍ରାୟ 6.36 କୋଟି ଟଙ୍କା) ମିଳିଥିଲା।

ଡି ଗୁକେଶଙ୍କୁ ମୋଟ 1,350,000 ଡଲାର (ପ୍ରାୟ 11.45 କୋଟି ଟଙ୍କା) ମିଳିଥିବାବେଳେ ଡିଙ୍ଗ ଲିରେନ 1,150,000 ଡଲାର (ପ୍ରାୟ 9.75 କୋଟି ଟଙ୍କା) ପାଇଛନ୍ତି।

narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବୈଠକ

December 11, 2025

T20 ବିଶ୍ୱକପ୍ ପୂର୍ବରୁ ବଡ଼ ଝଟକା, 3 ବିଲିୟନ ଡଲାରର ଚୁକ୍ତି ଛାଡିଲା Jio Hotstar

December 11, 2025

ଆସନ୍ତାକାଲିଠାରୁ ୧୯ ବର୍ଷରୁ କମ୍ ଏସିଆ କପ୍: ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ୍, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

December 11, 2025

ଅକ୍ଷୟ ଶକ୍ତି ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ୱର ସହ ଚୁକ୍ତିନାମା କଲେ ଗ୍ରୀଡ଼କୋ ଏବଂ ଏନଟିୟୁ ସିଙ୍ଗାପୁର

December 11, 2025
Latest News

ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବୈଠକ

December 11, 2025

T20 ବିଶ୍ୱକପ୍ ପୂର୍ବରୁ ବଡ଼ ଝଟକା, 3 ବିଲିୟନ ଡଲାରର ଚୁକ୍ତି ଛାଡିଲା Jio Hotstar

December 11, 2025

ଆସନ୍ତାକାଲିଠାରୁ ୧୯ ବର୍ଷରୁ କମ୍ ଏସିଆ କପ୍: ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ୍, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

December 11, 2025

ଅକ୍ଷୟ ଶକ୍ତି ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ୱର ସହ ଚୁକ୍ତିନାମା କଲେ ଗ୍ରୀଡ଼କୋ ଏବଂ ଏନଟିୟୁ ସିଙ୍ଗାପୁର

December 11, 2025

ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ମଞ୍ଜୁର କଲେ କେନ୍ଦ୍ର ସରକାର

December 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.