Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗନ୍ନାଥ ପାଣିଙ୍କୁ ଯନ୍ତ୍ରୀ ଗୌରବ ସମ୍ମାନ, ଦେବେନ୍ଦ୍ର ବିଶିଙ୍କୁ ପ୍ରତିଭା ସମ୍ମାନ
ଆଜିର ଖବର

ଜଗନ୍ନାଥ ପାଣିଙ୍କୁ ଯନ୍ତ୍ରୀ ଗୌରବ ସମ୍ମାନ, ଦେବେନ୍ଦ୍ର ବିଶିଙ୍କୁ ପ୍ରତିଭା ସମ୍ମାନ

December 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ବିଶ୍ୱ ବିଖ୍ୟାତ ପାରମ୍ପରିକ ଯନ୍ତ୍ରୀ ତଥା ଜଳପୁରୁଷ କାର୍ଜୀ ମାଝୀଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ଦୁର୍ଗମ ଓ ଅଖ୍ୟାତ ଅଞ୍ଚଳରେ ନିଜର ପାରମ୍ପରିକ ଜ୍ଞାନ କୌଶଳ ଦ୍ୱାରା ଜଳସେଚନର ସୁବ୍ୟବସ୍ଥା କରିବା ଆଜି ବି ଆଶ୍ଚର୍ଯ୍ୟର ବିଷୟ ଅଟେ। କାର୍ଜୀ ମାଝୀଙ୍କ ଏଇ ନିଆରା ଉଦ୍ୟମ ସାରା ବିଶ୍ୱକୁ ରାହା ଦେଖାଇବ।

ସେହିପରି ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ତ୍ୟାଗ ଓ ବଳିଦାନ ଆଜି ବି ଅବିସ୍ମରଣୀୟ ହୋଇ ରହିବ ବୋଲି ଆଜି ଭବାନୀପାଟଣାସ୍ଥିତ ଟାଉନ ହଲ ଠାରେ ଆୟୋଜିତ ସହିଦ ରେଣ୍ଡୋ ମାଝୀ ସ୍ମୃତି ସପ୍ତାହ ଓ ଜଳପୁରୁଷ କାର୍ଜୀ ମାଝୀ ବର୍ଷ ପାଳନ ସମାରୋହ ଏବଂ ରାଜ୍ୟସ୍ତରୀୟ ସେମିନାର ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଓଡିଶାର ଅଗ୍ରଣୀ ସାମାଜିକ ଓ ବୈପ୍ଲବିକ ସଂଗଠନ ଦଳିତ ଆଦିବାସୀ ମହାସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଆଦିବାସୀ ମହାସଂଘର ସଭାପତି ବାଳକୃଷ୍ଣ ଶବର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ. ଅଜୟ କୁମାର ମିଶ୍ର, ଅବସରପ୍ରାପ୍ତ ଅବକାରୀ କମିସନର ଗଙ୍ଗାଧର ମାଝୀ, ଅବସରପ୍ରାପ୍ତ କୋଷାଗାର ଅଧିକ୍ଷକ ମହେଶ୍ୱର ମାଝୀ, ନୂଆପଡା ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ, ବିଶିଷ୍ଟ ସମାଜସେବୀ ସତ୍ୟ ନାରାୟଣ ପଟ୍ଟନାୟକ, ବିଶିଷ୍ଟ କବି ଭବାନୀଶଙ୍କର ନିଆଲ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ମହାସଂଘର କାର୍ଯ୍ୟକାରୀ ସଭାପତି ରମେଶ ମାଝୀ, ଉପସଭାପତି ଛବିଲାଲ ନିଆଲ, ମହାସଚିବ ଦେବୀପ୍ରସାଦ ସିନ୍ଦୁର ପ୍ରମୁଖ ଯୋଗ ଦେଇଥିଲେ।

ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ସମାରୋହରେ କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ କାର୍ଯ୍ୟକାରୀ ସଦସ୍ୟ ମହେନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖିଗୁଡ଼ା ଉପରଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣିଙ୍କୁ ଜଳପୁରୁଷ କାର୍ଜୀ ମାଝୀ ଯନ୍ତ୍ରୀ ଗୌରବ ସମ୍ମାନ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶିଙ୍କୁ ଜଳପୁରୁଷ କାର୍ଜୀ ମାଝୀ ପ୍ରତିଭା ସମ୍ମାନ, ଧନସିଂ ମାଝୀଙ୍କୁ ବୀର ସହିଦ ରେଣ୍ଡୋ ମାଝୀ ପ୍ରତିଭା ସମ୍ମାନ, ଖାମସିଂ ମାଝୀଙ୍କୁ ବୀର ସହିଦ ରେଣ୍ଡୋ ମାଝୀ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ମହାସଂଘର ଉପସଭାପତି ଚୂଡ଼ାମଣି ମାଝୀ, ଭୀଷ୍ମଦେବ ଭୋଇ, ସାଧାରଣ ସଂପାଦକ ହରିଶଙ୍କର ମାଝୀ, ସୁଶୀଲ କୁମାର ବାଗ, ଜିଲ୍ଲା ସମ୍ପାଦକ ଦିନେଶ ମଲ୍ଲିକ, ନଗର କମିଟି ସଭାପତି ଚକ୍ରଧର ସେଠୀ, କାର୍ଯ୍ୟକାରୀ ସଭାପତି ଅଭୟ ଚରଣ ନାଏକ, ଧବଳେଶ୍ୱର ମାଝୀ, ଉପଦେଷ୍ଟା ନିମାଞ୍ଚଳ ନାଏକ, ସରୋଜ ବାଗ, ନାଦରାଜ ନାଏକ, ଉପସଭାପତି ରାଜେଶ ଦୀପ, ପ୍ରକାଶ ମଙ୍ଗରାଜ, ଜଗନ୍ନାଥ ପ୍ରସାଦ ମାଝୀ, ପ୍ରଦୀପ ନାଏକ, ନଗର ସାଧାରଣ ସମ୍ପାଦକ ମାନସ ରଞ୍ଜନ ସିନ୍ଦୁର, କାର୍ଯ୍ୟକାରୀ ସଦସ୍ୟ ମଦନ ମାଝୀ, ରାଜ୍ୟ ଆଦିବାସୀ କଲ୍ୟାଣ ସଂଘର ସଂଗଠନ ସମ୍ପାଦକ ଈଶ୍ୱର ନାଏକ, ଲାଞ୍ଜିଗଡ ବ୍ଲକ ସଭାପତି ହରିଶଙ୍କର ପାତ୍ର, ସୌଭାଗ୍ୟବତୀ ଧଙ୍ଗଡାମାଝୀ, ଜ୍ୟୋତିର୍ମୟ ହରପାଲ ପ୍ରମୁଖ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏଥିରେ କଳାହାଣ୍ଡି, ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁସଂଖ୍ୟକ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଯୋଗଦେଇଥିବାବେଳେ ବହୁସଂଖ୍ୟାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.