Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାନ କିଣା ପ୍ରକ୍ରିୟା ଉପରେ କଡ଼ା ନଜର, ତଦାରଖ କରୁଛନ୍ତି ୧୧ ଜିଲ୍ଲାରେ ୧୨୮୨ ନୋଡାଲ ଅଫିସର
ଆଜିର ଖବର

ଧାନ କିଣା ପ୍ରକ୍ରିୟା ଉପରେ କଡ଼ା ନଜର, ତଦାରଖ କରୁଛନ୍ତି ୧୧ ଜିଲ୍ଲାରେ ୧୨୮୨ ନୋଡାଲ ଅଫିସର

December 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରତି ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଉପରେ କଡ଼ା ନଜର, ତଦାରଖ କରୁଛନ୍ତି ୧୧ ଜିଲ୍ଲାରେ ୧୨୮୨ ନୋଡାଲ ଅଫିସର

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି। ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ କରିବା ପାଇଁ ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ବର୍ତ୍ତମାନ ୧୧ଟି ଜିଲ୍ଲା ତଥା ବରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ଝାରସୁଗୁଡା, ମାଲକାନଗିରି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଯାରି ରହିଛି । ଚାଷୀ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ ନିଯୁକ୍ତ ଦିଆଯାଇଛି।

ଆବଶ୍ୟକତା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଅଧିକାରୀ ମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଉଛି। ଏହି ୧୧ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୨୩ ଜଣ ସୁପରଭାଇଜର ଓ ୧୨୮୨ ଜଣ ନୋଡାଲ ଅଫିସର ନିଯୁକ୍ତ ଅଛନ୍ତି। ଏହି ଅଧିକାରୀ ମାନେ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ଚାଷୀ ମାନେ ସେମାନଙ୍କ ଅଭିଯୋଗ ପ୍ରତ୍ୟକ୍ଷ ଭାବେ ଜଣାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି।

ରାଜ୍ୟର ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ମୂଲ୍ୟ ବାବଦକୁ ୨୩ଶହ ଟଙ୍କା ଓ ଇନପୁଟ ସହାୟତା ରାଶି ଭାବେ ୮ଶହ ଟଙ୍କା ପ୍ରଦାନ କରାଯାଉଛି।

BJP Ads
ଧାନମଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025

ବ୍ରହ୍ମପୁର ସହରରେ ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର 

November 3, 2025
BJP Ads
Latest News

“ଆମେରିକା ଏବଂ ଚୀନ୍ ପରସ୍ପର ପାଇଁ ବିପଦ”: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

November 3, 2025

ଆଗାମୀ ସିରିଜ କେବେ ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ

November 3, 2025

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.