Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ

December 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ  ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ଜୟୀ ରାଜଗୁରୁ ଟାଉନ ହଲ ରେ ମହା ସମାରୋହରେ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୃଥିରାଜ ହରିଚନ୍ଦନ, ମନ୍ତ୍ରୀ ଆଇନ ଅବକାରୀ ଓ ପୁର୍ତ୍ତ ବିଭାଗ ଓଡ଼ିଶା ସରକାର। ଏଥି ସହିତ ସମାନ୍ନୀୟା ସାଂସଦ, ଭୂବନେଶ୍ୱର ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନିୟ ଜିଲ୍ଲାପାଳ, ଚଞ୍ଚଳ ରାଣା, ସମ୍ମାନିୟ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ,‌ ସମ୍ମାନିୟ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ପ୍ରମୁଖ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଥମେ କବିତା ପାଠୋତ୍ସବ କରାଯାଇଥିଲା। ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା। ଉତ୍ତରିୟ ଏବଂ ବିଭିନ୍ନ ଚାରା ପ୍ରଦାନ କରାଯାଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ତତ୍ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା।

ସଭା କାର୍ଯ୍ୟରେ ‌ ମାନ୍ୟବର ମନ୍ତ୍ରୀ, ତାଙ୍କ ବକ୍ତବ୍ୟ ରଖି କହିଲେ ଯେ, ଅଟଳ ବିହାରି ବାଜପାୟୀ, ଜଣେ ସୁବକ୍ତା, କୁଟନିତିଜ୍ଞ, ବିଚକ୍ଷଣ ରାଜନିତିଜ୍ଞ ଏବଂ ଜଣେ ରାଷ୍ଟ୍ର ନିତିଜ୍ଞ ଭାବରେ ତାଙ୍କର ଛାପ ଛାଡ଼ି ଯାଇଛନ୍ତି। ଆଣବିକ ଶକ୍ତି ପରିକ୍ଷଣ ପ୍ରତିବନ୍ଧକ ପ୍ରତିବାଦରେ ସେ କିଛି ନ କହି ଆହୁରି ଅଧିକ ଆଣବିକ ଶକ୍ତି ପରିକ୍ଷଣ ପାଇଁ ଉତ୍ସାହିତ କରିଥିଲେ।

ସେହିପରି ସାଂସଦ ସୁଶାସନ ହେଉଛି ଆମ ସମସ୍ତଙ୍କର ମୁଳାଧାର। ଅ‌ନ୍ତୋଦୟ ଯୋଜନା ରେ ସମସ୍ତଙ୍କ ବିକାଶ ପାଇଁ ସହଯୋଗ କରିବା ସୁ ଶାସନ ବୁଝାଇଥାଏ।

ବିଧାୟକ ସୁଶାସନ ବିଷୟ ରେ ବୁଝାଇ କହିଲେ ଯେ, ସମସ୍ତ ଙ୍କୁ ଭଲପାଇବା ହେଉଛି ମଣିଷର ଲକ୍ଷ ହବା ଦରକାର। ନିଜ କୁ ଭୁଲିଯାଇ ପରିବାର ପ୍ରତି ପରିବାରରୁ ଦୁରେଇ ପଡୋଶୀ ଙ୍କୁ ଏବଂ ପଡୋଶୀ ଙ୍କ ଠାରୁ ସମାଜ କୁ ଗୁରୁତ୍ବ ଦେବାକୁ ସେ ପ୍ରାଧାନ୍ୟ ଦେଇଛନ୍ତି। ବ୍ୟବସ୍ଥା ର ପରିବର୍ତନ ସହ ମାନସିକତାର ପରିବର୍ତନ ରେ ମୁଁ ଶାସନ ପରିଲକ୍ଷିତ ହୁଏ।

ଶେଷରେ ଜିଲ୍ଲାପାଳ ସୁଶାସନ ଉପରେ ବକ୍ତବ୍ୟ ରଖିଥିଲେ ଯେ ଏହା କେବଳ ସରକାର କିମ୍ବା ପ୍ରଶାସନ ଉପରେ କାର୍ଯ୍ୟକାରୀତାକୁ ବୁଝାଇନଥାଏ ବରଂ ପ୍ରତ୍ୟେକ ନାଗରିକ, ଉପଭୋକ୍ତା ଙ୍କ କାର୍ଯ୍ୟକ୍ରମରେ ‌ ଲାଗୁ କରିପାରିଲେ କୃତାର୍ଥ ହୋଇପାରିବ।

ଶେଷରେ ଜିଲ୍ଲା ସ୍ତରରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଏବଂ ମହା ବିଦ୍ୟାଳୟ ସ୍ତରୀୟ ହୋଇଥିବା ଡିଵେଟ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା। ଏହାର ତାଲିକା ଦିଆଗଲା।

କବିତା ପାଠୋତ୍ସବ ରେ ଭାଗ ନେଇଥିବା ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ପରିଷଦ, ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ଜିଲ୍ଲା ର ବିଭିନ୍ନ ବିଭାଗୀୟ ଅଧିକାରୀ, ସରପଞ୍ଚ, ଜନ ସାଧାରଣ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଖୋର୍ଦ୍ଧା, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଜିଲ୍ଲା ସଂସ୍କୃତି ଅଧିକାରୀ ଚୋୖଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ଅତିରିକ୍ତ ଜିଲ୍ଲାପାଳ, ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅଟଳ ବିହାରୀ ବାଜପେୟୀ ଖୋର୍ଦ୍ଧା ପୁର୍ବତନ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.