Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆବର୍ଷରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବୈଠକ, ନେଲେ ଏହି ନିଷ୍ପତି
ବିଶେଷ ଖବର

ନୂଆବର୍ଷରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବୈଠକ, ନେଲେ ଏହି ନିଷ୍ପତି

January 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆବର୍ଷରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବୈଠକ, ନେଲେ ଏହି ନିଷ୍ପତି

ଭୁବନେଶ୍ବର: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଶ୍ରେଷ୍ଠ ବିଭାଗ ଭାବେ ପରିଣତ କରିବା ପାଇଁ ଅଧିକାରୀ ଓ କର୍ମଚାରୀବୃନ୍ଦ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଆହ୍ୱାନ ଜଣାଇଛନ୍ତି। ଆଜି ପୂର୍ବାହ୍ନରେ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ନୂତନ ବର୍ଷର ଶୁଭକାମନା ଜ୍ଞାପନ କରି ମନ୍ତ୍ରୀ ଡ. ମହାପାତ୍ର ଏହି ମର୍ମରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ନିର୍ମାଣରେ ବିଭାଗର କ୍ରିୟାଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡା. ମହାପାତ୍ର ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ସରକାର ଗଠନର ଗୋଟିଏ ବର୍ଷ ପୂରଣ ହେଉଥିବା ଦୃଷ୍ଟିରୁ ଚଳିତ ବର୍ଷଟି ଗୁରୁତ୍ୱପୂର୍ଣ୍ଣ ଏବଂ ନିକଟରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ମଧ୍ୟ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ଦର୍ଶାଇଥିଲେ।

ଏହି ସମାବେଶ ପାଳନର ସଫଳତା ଆମ୍ଭମାନଙ୍କ ପାଇଁ ସମ୍ମାନର କଥା ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଲେ ଯେ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଆୟୋଜନ ଅପେକ୍ଷା ଓଡ଼ିଶାର ଆୟୋଜନ ଯେପରି ସର୍ବୋତ୍କୃଷ୍ଟ ହେବ ଏବଂ ଓଡ଼ିଆ ସ୍ୱାଭିମାନ ତଥା ଅସ୍ମିତାର ପରାକାଷ୍ଠା ପ୍ରଦର୍ଶନ କରିବ, ସେଥି ପାଇଁ ବିଭାଗ ଉଲ୍ଲେଖନୀୟ କାର୍ଯ୍ୟ କରିବା ଉପରେ ସମସ୍ତେ ଧ୍ୟାନ ଦେବେ ବୋଲି ତାଙ୍କର ଆଶା। ରାଜ୍ୟର ଗରିବ ଲୋକମାନଙ୍କ ନ୍ୟାୟୋଚିତ ଅଧିକାର ପୂରଣରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଶକ୍ତ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଡା. ମହାପାତ୍ର ଆଶାପ୍ରକାଶ କରିଥିଲେ।

ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ସହିତ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜ୍ଞାପନ କରିଥିଲେ। ସେ ବିଭାଗର କାର୍ଯ୍ୟାବଳୀ ଉପରେ ବିସ୍ତୃତ ସୂଚନା ଦେବା ସାଙ୍ଗକୁ ବିକଶିତ ଓଡ଼ିଶା ନିର୍ମାଣରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦର୍ଶାଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଷ୍ଠାପର ଓ ଶୃଙ୍ଖଳିତ ହୋଇ ମିଶନ୍‌ ମୋଡ଼୍‌ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସିଂହଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀବୃନ୍ଦ ସମବେତ ହୋଇଥିଲେ।

ଗୃହ ଓ ନଗର ଉନ୍ନୟନ ନୂଆବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.