Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମରେ ନିୟନ୍ତ୍ରଣକୁ ଆସିଲା ଡେଙ୍ଗୁ
ଆଜିର ଖବର

ଗଞ୍ଜାମରେ ନିୟନ୍ତ୍ରଣକୁ ଆସିଲା ଡେଙ୍ଗୁ

January 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ ଡେଙ୍ଗୁ ଜ୍ଵର ନିୟନ୍ତ୍ରଣକୁ ଆସୁଛି। ୨୦୨୪ରେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୦୪ରେ ସୀମିତ ରହି ଥିବା ସୂଚନା ମିଳିଛି। ଗତବର୍ଷ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀ ଙ୍କ ମଧ୍ୟରୁ ୫୦ ଜଣ ବାହାର ରାଜ୍ୟ ଓ ଜିଲ୍ଲାରୁ ସଂକ୍ରମିତ ହୋଇ ଆସିଥିଲେ।

ସେହିପରି ୫୪ଜଣ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବାହାରୁ ସଂକ୍ରମିତ ହୋଇ ଆସିଥିବା ରୋଗୀଙ୍କ ନମୁନା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ତରଫରୁ ପରୀକ୍ଷା ପରେ ପଜିଟିଭ୍ ହୋଇଥିଲା। ଏଣୁ ସେହି ପଜିଟିଭ୍ ସଂଖ୍ୟା ଗଞ୍ଜାମ ଜିଲ୍ଲାର ତାଲିକାରେ ପଡ଼ିଛି। ନହେଲେ ପଜିଟିଭ୍ ସଂଖ୍ୟା ଆହୁରି କମିଥା’ନ୍ତା। ଗତ କିଛିବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ଵର କାୟା ମେଲିଥିଲା। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସଚେତନତା ଓ ‘ଦମନ’ ଅଭିଯାନର ସଫଳ ରୂପାୟନ ଯୋଗୁଁ ଜିଲ୍ଲାରେ ଡେଙ୍ଗୁ ଜ୍ଵରକୁ ନିୟନ୍ତ୍ରଣ କରାଯାଇପାରିଛି। ବିଶେଷକରି ବର୍ଷା ଦିନରେ ଡେଙ୍ଗୁ ଜ୍ଵର ବ୍ୟାପିଥାଏ। ସ୍ଥିର ପାଣିରେ ଡେଙ୍ଗୁ ମଶାର ବାହକ ଏଡିସ୍ ମଶା ସୃଷ୍ଟି ହୋଇଥାନ୍ତି।

ଗତବର୍ଷ ଯେଉଁ ଅଞ୍ଚଳରୁ ଡେଙ୍ଗୁ ପଜିଟିଭ୍ ମାମଲା ଆସୁଥିଲା, ସେହି ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଇ ଲୋକଙ୍କୁ ସଚେତନ କରି ମଶା ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ତାହା ସଫା କରିଥିଲା। ସେହିପରି ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ପାଣି ଜମା ନରଖିବା ପାଇଁ ସଚେତନ କରାଯାଇଥିଲା। ବିଭିନ୍ନ ସମୟରେ ମଶାମରା ଧୂଆଁ ଓ ନାଳରେ ଔଷଧ ସିଞ୍ଚନ ଯୋଗୁଁ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଥିଲା।

ଗଞ୍ଜାମ ଜିଲ୍ଲାରେ ୨୦୨୩ରେ ଡେଙ୍ଗୁ ପଜିଟିଭ୍ ୧୭୦ରେ ସୀମିତ ରହିଥିଲା। ସେହିପରି ୨୦୨୨ରେ ୧୬୧ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ଜିଲ୍ଲାରୁ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ।  ତେବେ ୨୦୨୪ରେ ମୋଟ ୩ହଜାର ୫୦୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ୍ ସଂଖ୍ୟା ୧୦୪ରେ ସୀମିତ ରହିଛି। ଏହି ସରକାରୀ ରେକର୍ଡ଼କୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି ଯେ, ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ ଡେଙ୍ଗୁ ଜ୍ଵର ନିୟନ୍ତ୍ରଣକୁ ଆସୁଛି।

ଗଞ୍ଜାମ ଡେଙ୍ଗୁ ସ୍ବାସ୍ଥ୍ୟ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025
Latest News

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.