ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଜି ନୁଆ ଗାଁ ରେ ଏକ ମଦ ପ୍ରସ୍ତୁତି କାରଖାନା ଉପରେ ଭଞ୍ଜନଗର, ବୁଗୁଡ଼ା ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ସଫଳତା ପାଇଛନ୍ତି ଅବକାରୀ ବିଭାଗ ପୋଲିସ। ଭଞ୍ଜନଗର ଅବକାରୀ ଅଧିକାରୀ ଅଲିଭା ମାଝୀଙ୍କ ନେତୃତ୍ବରେ ଏହି ଚଢ଼ାଉରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ବୁଗୁଡ଼ା ଓ ଭଞ୍ଜନଗର ଅବକାରୀ ବିଭାଗ କର୍ମଚାରୀଙ୍କ ସହଯୋଗରେ ଚୋରା ଦେଶୀ ମଦ ପ୍ରସ୍ତୁତି କରୁଥିବା ୮ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଅଟକ ରଖାଯାଇଛି। ଏହା ମଧ୍ୟରେ ୫ ଜଣ ମହିଳା ଅନ୍ତର୍ଭୁକ୍ତ। ଏଥି ସହିତ ଗୋଟିଏ ମୋଟରସାଇକେଲ, ୯୧୦ ଲିଟର ଦେଶୀମଦ, କିଛି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ୪ ହଜାର କିଲୋଗ୍ରାମରୁ ଅଧିକ ମଦ ପୋଚକୁ ବିଭାଗୀୟ ଅଧିକାରୀମାନେ ନଷ୍ଟ କରିଛନ୍ତି।
ମଦ ପ୍ରସ୍ତୁତି କାରଖାନା ଉପରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ: ୫ ମହିଳାଙ୍କ ସମେତ ୮ ଅଟକ
Published:
Jan 11, 2025, 6:36 pm IST