ହଂକଂ ଏସୀୟ କପ୍ କାନୋ ପ୍ରତିଯୋଗିତା: ତିନୋଟି ସ୍ୱର୍ଣ୍ଣ ଜିତିଲେ ଜଗତପୁରର ଆଥଲେଟମାନେ

Published: Jan 13, 2025, 9:31 am IST

ନୂଆଦିଲ୍ଲୀ: କୋଲକାତା ଆଞ୍ଚଳିକ କେନ୍ଦ୍ର ଅଧୀନରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଜାତୀୟ ଉତ୍କର୍ଷ କେନ୍ଦ୍ର (NCOE) ଜଗତପୁରରୁ ଦୁଇଜଣ କାୟାକିଂ ଏବଂ କାନୋଇଂ ଆଥଲେଟ୍ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ ଏବଂ ସଲାମ୍ ସୁନିଲ ସିଂହ 9 ରୁ 12 ଜାନୁଆରୀ 2025 ମଧ୍ୟରେ ଅନୁଷ୍ଠିତ ହେଉ ଥିବା ଏସୀୟ କାନୋ ପ୍ରତିଯୋଗିତା ହଂକଂ 2024-25 (ସ୍ପ୍ରିଣ୍ଟ ଏବଂ ମାରାଥନ) ରେ ଅଂଶଗ୍ରହଣ କରିଥିଲେ। ସୁଶ୍ରୀ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ 23 ବର୍ଷରୁ କମ୍ ମହିଳା ବର୍ଗରେ K1-1000mts ଏବଂ K1-500mts ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ସଲାମ୍ ସୁନିଲ ସିଂହ C1-200mts ପୁରୁଷ ବରିଷ୍ଠ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସତ୍ୟଜିତ ସଂକୃତ, ସାଇ ଆଞ୍ଚଳିକ କେନ୍ଦ୍ର କୋଲକାତାର ଉପ-ମହାନିର୍ଦ୍ଦେଶକ ଏବଂ ତ୍ରୈଲୋକ୍ୟନାଥ ସାହୁ, ସାଇ ଇନଚାର୍ଜ ଓଡ଼ିଶା ଉପନିର୍ଦ୍ଦେଶକ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆଥଲେଟ ଏବଂ NCOE ଜଗତପୁର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ଆଥଲେଟଙ୍କୁ NCOE ଜଗତପୁରରେ ଏଲ୍ ଜନସନ ସିଂହ, K&C ପ୍ରଶିକ୍ଷକ, ଦଳୀପ ସିଂହ ବେନିୱାଲ, K&C ପ୍ରଶିକ୍ଷକ ଏବଂ HPM, ଅନ୍ୟ କାୟାକିଂ ଏବଂ କାନୋଇଂ ପ୍ରଶିକ୍ଷକ ଏବଂ NCOE ଜଗତପୁରର ସହାୟକ କର୍ମଚାରୀମାନେ ତାଲିମ ଦେଉଛନ୍ତି। ଆଥଲେଟମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରୀ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି।

Related posts