Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବାଲିଯାତ୍ରାରେ ଭିଆଇପିଙ୍କ ରାଜୁତି: ବଲିଉଡ୍ ନାଇଟ୍‌ରେ ସାଧାରଣ ଜନତାଙ୍କୁ ବାରଣ
ରାଜ୍ୟ ଖବର

ବାଲିଯାତ୍ରାରେ ଭିଆଇପିଙ୍କ ରାଜୁତି: ବଲିଉଡ୍ ନାଇଟ୍‌ରେ ସାଧାରଣ ଜନତାଙ୍କୁ ବାରଣ

November 27, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
VIP Dominance at Baliyatra: General Public Barred from Bollywood Night

କଟକ: ଐତିହାସିକ କଟକ ବାଲିଯାତ୍ରା ସାଧାରଣ ଲୋକଙ୍କ ମେଳା ଭାବେ ପରିଚିତ ହୋଇଥିଲେ ହେଁ, ଏହାର ତୃତୀୟ ସଂଧ୍ୟାରେ ଏକ ଭିନ୍ନ ତଥା ବିବାଦୀୟ ଚିତ୍ର ଦେଖିବାକୁ ମିଳିଛି। ଜନସାଧାରଣଙ୍କ ଟିକସ ଅର୍ଥରେ ଏହି ବିଶାଳ ମେଳା ଆୟୋଜିତ ହେଉଥିବା ବେଳେ, ବଲିଉଡ୍ ନାଇଟ୍ ଅବସରରେ ସାଧାରଣ ଦର୍ଶକଙ୍କୁ ମଞ୍ଚ ନିକଟରୁ ଦୂରେଇ ରଖାଯାଇ କେବଳ ବିଶିଷ୍ଟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ପରିବାରକୁ ଅଗ୍ରାଧିକାର ଦିଆଯାଇଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ସାଧାରଣ ଲୋକ ବ୍ୟାରିକେଡ୍ ବାହାରେ ଅଟକି ରହିଥିବା ବେଳେ, ଅନ୍ୟପଟେ ବାବୁମାନଙ୍କ ଗାଡ଼ି ପୁଲିସ ସୁରକ୍ଷାରେ ମେଳା ପଡ଼ିଆ ଭିତରକୁ ପ୍ରବେଶ କରିବା ଏବଂ କାର୍ଯ୍ୟକ୍ରମ ସରିବା ପରେ ଭୁରିଭୋଜନର ବ୍ୟବସ୍ଥା କରାଯିବା ଭଳି ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ଜିଲ୍ଲା ପ୍ରଶାସନ ଓ କଟକ କମିସନରେଟ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଭଳି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି।

ବାଲିଯାତ୍ରାର ତୃତୀୟ ସଂଧ୍ୟା ସମ୍ପୂର୍ଣ୍ଣ ଭାବେ ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀଙ୍କ ପାଇଁ ସମର୍ପିତ ହୋଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁ ସାଧାରଣ ଜନତାଙ୍କୁ କେନ୍ଦ୍ର କରି ବାଲିଯାତ୍ରା ଆୟୋଜିତ ହୁଏ, ସେମାନଙ୍କ ଯାତାୟାତ ଉପରେ କଟକଣା ଲଗାଇ ଚାରିଆଡ଼ୁ ମଞ୍ଚକୁ ଯିବା ରାସ୍ତାକୁ ସିଲ୍ କରିଦିଆଯାଇଥିଲା। ବାଲିଯାତ୍ରା ବୋଇତ ତୋରଣଠାରୁ ଆରମ୍ଭ କରି ବୈଷ୍ଣବ ପାଣି ମଞ୍ଚ ପର୍ଯ୍ୟନ୍ତ ପ୍ରାୟ ୩୦ ଫୁଟ୍ ଚଉଡ଼ା ରାସ୍ତାରେ ପୁଲିସ ପକ୍ଷରୁ ବ୍ୟାରିକେଡିଂ କରାଯାଇଥିଲା। ବ୍ୟାରିକେଡ୍‌ର ଗୋଟିଏ ପାଶ୍ୱର୍ରେ ସାଧାରଣ ଲୋକ ଲୋକପ୍ରିୟ କଣ୍ଠଶିଳ୍ପୀ ପାପନ୍‌ଙ୍କ ଗୀତ ଶୁଣିବା ପାଇଁ ବିକଳ ହେଉଥିବା ବେଳେ, ଠିକ୍ ସେହି ସମୟରେ ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀମାନେ ସପରିବାର ବୈଷ୍ଣବ ପାଣି ମଞ୍ଚ ସାମ୍ନାରେ ଗାଡ଼ିରୁ ଓହ୍ଲାଇ ଭିତରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିବା ବେଳେ, ଅଧିକାରୀମାନଙ୍କ ପରିବାରବର୍ଗ ମଧ୍ୟ ମଞ୍ଚ ଆଗରେ ବସି ଗୀତର ଆନନ୍ଦ ଉଠାଉଥିଲେ।

ଚଳିତ ବର୍ଷ ବାଲିଯାତ୍ରାରେ ଏହା ଏକମାତ୍ର ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ହୋଇଥିବାରୁ କଣ୍ଠଶିଳ୍ପୀ ପାପନ୍‌ଙ୍କ ପ୍ରଦର୍ଶନ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ଫଳରେ ଆଜି ଦିନ ତମାମ ବାଲିଯାତ୍ରା ପଡ଼ିଆରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ସଂଧ୍ୟାରେ ବଲିଉଡ୍ ନାଇଟ୍ ପାଇଁ ଜନସାଧାରଣଙ୍କୁ ଅଟକାଇବା ଉଦ୍ଦେଶ୍ୟରେ ବୋଇତ ଗେଟ୍‌ଠାରୁ ବୈଷ୍ଣବ ପାଣି ମଞ୍ଚ ଅର୍ଥାତ୍ ଜାତୀୟ ପଲ୍ଲିଶ୍ରୀ ମେଳା ଗେଟ୍ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ବ୍ୟାରିକେଡିଂ କରାଯାଇଥିଲା। ବାଲିଯାତ୍ରା ଇତିହାସରେ ଏଭଳି କଡ଼ା ବ୍ୟବସ୍ଥା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। କେବଳ ପାସ୍‌ଧାରୀ ବ୍ୟକ୍ତି ହିଁ ଭିତରକୁ ପ୍ରବେଶ କରିପାରିବେ ବୋଲି ସ୍ଥାନେ ସ୍ଥାନେ ସୂଚନା ଫଳକ ମଧ୍ୟ ଲଗାଯାଇଥିଲା। କିନ୍ତୁ ଏହି ପାସ୍ କିଏ ଜାରି କଲା, କାହାକୁ ପ୍ରଦାନ କଲା ଏବଂ ପାସ୍ ବଣ୍ଟନର ପ୍ରକୃତ ପ୍ରକ୍ରିୟା କ’ଣ ଥିଲା, ସେନେଇ ସାଧାରଣରେ କୌଣସି ସ୍ପଷ୍ଟତା ନଥିଲା। ଅଭିଯୋଗ ଅନୁଯାୟୀ, ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀମାନେ ସମସ୍ତ ପାସ୍ ନିଜ ନିୟନ୍ତ୍ରଣରେ ରଖି ମନଇଛା ବାଣ୍ଟିଥିଲେ। ଫଳରେ ବିଭିନ୍ନ ଅଧିକାରୀ, ନେତା ଏବଂ ଦଳୀୟ କର୍ମୀଙ୍କ ପରିବାରବର୍ଗ ପାସ୍ ଧରି ସହଜରେ ଭିତରକୁ ପ୍ରବେଶ କରୁଥିଲେ। ଏପରିକି ପାସ୍ ନେଇଥିବା ଅନେକ ବ୍ୟକ୍ତି କାର୍ଯ୍ୟକ୍ରମ ଦେଖିବାକୁ ନ ଆସିବାରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ସିଟ୍ ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧ ହଜାର ପାସ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୨୦୦ଟି ସିଟ୍ ଫାଙ୍କା ପଡ଼ିଥିଲା। ତଥାପି ପ୍ରଶାସନ ଓ ପୁଲିସ ପକ୍ଷରୁ ସେହି ଖାଲି ସିଟ୍‌ଗୁଡ଼ିକରେ ଅନ୍ୟ କୌଣସି ଦର୍ଶକଙ୍କୁ ବସିବାକୁ ଅନୁମତି ଦିଆଯାଇନଥିଲା। ଅନ୍ୟପଟେ ବାଲିଯାତ୍ରା ପଡ଼ିଆରେ ହୋଇଥିବା ଏହି ଦିନିକିଆ ବ୍ୟାରିକେଡିଂ ଓ ବାଡ଼ ବ୍ୟବସ୍ଥା ସମ୍ପର୍କରେ ସାଧାରଣ ଲୋକଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଇନଥିଲା। ମେଳା ବୁଲିବାକୁ ଆସୁଥିବା ଲୋକେ କେଉଁ ରାସ୍ତା ଦେଇ ପଡ଼ିଆକୁ ଯିବେ ଏବଂ କେଉଁ ରାସ୍ତା ବନ୍ଦ ରହିବ, ସେନେଇ ଆଗୁଆ ଅବଗତ କରାଯାଇନଥିଲା। ବାଲିଯାତ୍ରାର ପ୍ରତ୍ୟେକ ଛୋଟବଡ଼ ସୂଚନା ପ୍ରଶାସନ ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଉଥିବା ବେଳେ, ବଲିଉଡ୍ ନାଇଟ୍ ସମୟର ଯାତାୟାତ ବ୍ୟବସ୍ଥା ସମ୍ପର୍କରେ କାହିଁକି ପୂର୍ବରୁ ସୂଚନା ଦିଆଗଲା ନାହିଁ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାଲିଯାତ୍ରା ଭିଆଇପି ସାଧାରଣ ଜନତା
Share. Facebook Twitter LinkedIn Email WhatsApp Copy Link

Related Posts

ପରିସୀମନ ବିଲ୍ କୁ ସମର୍ଥନ କରିବେ କି ନବୀନ ପଟ୍ଟନାୟକ?: ସ୍ପଷ୍ଟ କଲେ ବିଜେଡି ନେତା

November 27, 2026

ରାଜଧାନୀରେ ପାରଦ ଖସିବା ସହ ବଢ଼ିଲା ଶୀତ

November 27, 2026

କିଏ ହେବେ ନୂଆ କଂସ ମହାରାଜ? ୪୪ କଳାକାରଙ୍କ ମଧ୍ୟରେ କଡ଼ା ଟକ୍କର, ଆଜି ଭାଗ୍ୟ ପରୀକ୍ଷା

November 27, 2026

ଖାଦ୍ୟଯୋଗାଣ, ଖାଉଟିକଲ୍ୟାଣ ବିଭାଗ ଓ ପିଏନ୍‌ବି ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ

November 27, 2026
Latest News

ପରିସୀମନ ବିଲ୍ କୁ ସମର୍ଥନ କରିବ ଡିଏମକେ!: ରଖିଲା ସର୍ତ୍ତ

November 27, 2026

ବାଲିଯାତ୍ରାରେ ଭିଆଇପିଙ୍କ ରାଜୁତି: ବଲିଉଡ୍ ନାଇଟ୍‌ରେ ସାଧାରଣ ଜନତାଙ୍କୁ ବାରଣ

November 27, 2026

ପରିସୀମନ ବିଲ୍ କୁ ସମର୍ଥନ କରିବେ କି ନବୀନ ପଟ୍ଟନାୟକ?: ସ୍ପଷ୍ଟ କଲେ ବିଜେଡି ନେତା

November 27, 2026

ପରିସୀମନ ବିଲ୍ ସମୟରେ ସଂସଦରୁ ଦୂରେଇ ରହିବ ଏସ୍ ପି?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

November 27, 2026

ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣକୁ ନେଇ ସଂସଦ ସରଗରମ, ସାଂସଦଙ୍କୁ ହ୍ୱିପ୍ ଜାରି

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.