ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟାଳୟ 9A କୋଟଲା ରୋଡ୍, ନୂଆଦିଲ୍ଲୀକୁ ଆଜି ସ୍ଥାନାନ୍ତରିତ କରିଛି। ଆଗରୁ 47 ବର୍ଷ ଧରି 24 ଆକବର ରୋଡରେଏହି କାର୍ଯ୍ୟାଳୟ ଚାଲିଥିଲା। ଯାହା 139 ବର୍ଷର ଏହି ପୁରୁଣା ଦଳର ଅନେକ ସାକ୍ଷୀ ଏହି ପୁରୁଣା କୋଠାରେ ରହିଛି। ବହୁ ଇତିହାସ ଏହି ପୁରୁଣା କୋଠାରେ ସୃଷ୍ଟି ହୋଇଛି। ହେଲେ ଆଜି ସେହି ସ୍ଥାନରୁ କଂଗ୍ରେସ ତାହାର ଅଫିସକୁ ସ୍ଥାନାନ୍ତରିତ କରିଛି।
କଂଗ୍ରେସ ସାଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ପଞ୍ଚମ ତଳ ବିଶିଷ୍ଟ ଏହି ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଯାହା କି ଏହି ପ୍ରଚୀନ ଦଳର ଏକ ନୂତନ ଅଧ୍ୟାୟ ଲେଖିବ। ଦଳ ଏପରି ଏକ ସମୟରେ ନିଜ ଅଫିସ ସ୍ଥାନାନ୍ତରିତ କରିଛି ଯେତେବେଳେ ରାଜଧାନୀ ଦିଲ୍ଲୀରେ ଫେବ୍ରୁଆରୀ 5ରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି।
ଏହି କୋଠାର ନାମ ଇନ୍ଦିରା ଭବନ ରଖାଯାଇଛି। ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ସୋନିଆଙ୍କ ସହିତ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଉପସ୍ଥିତ ଥିଲେ।