ସେନା ଦିବସରେ ଭାରତୀୟ ସେନାର ଅଦମ୍ୟ ସାହସକୁ ସାଲ୍ୟୁଟ୍ କଲେ ପ୍ରଧାନମନ୍ତ୍ରୀ

Published: Jan 15, 2025, 3:47 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେନା ଦିବସରେ ଭାରତୀୟ ସେନାର ଅଦମ୍ୟ ସାହସକୁ ସାଲ୍ୟୁଟ୍ କରିଛନ୍ତି । ଭାରତୀୟ ସେନା ଦୃଢ଼ ସଂକଳ୍ପ, କର୍ତ୍ତବ୍ୟପରାୟଣତା ଏବଂ ଉତ୍ସର୍ଗୀକୃତତାର ପ୍ରତୀକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମ ସରକାର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବର୍ଷ ବର୍ଷ ଧରି ଆମେ ଅନେକ ସଂସ୍କାର ଆଣିବା ସହ ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ” ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଆଜି ସେନା ଦିବସରେ, ଆମେ ଭାରତୀୟ ସେନାର ଅସୀମ ସାହସକୁ ସାଲ୍ୟୁଟ୍ କରୁଛୁ, ଯାହା ଆମ ଦେଶର ସୁରକ୍ଷା ପାଇଁ ପ୍ରହରୀ ଭାବରେ ଛିଡା ହୋଇଛି । ପ୍ରତ୍ୟେକ ଦିନ କୋଟି କୋଟି ଭାରତୀୟଙ୍କ ନିରାପତ୍ତାକୁ ନିଶ୍ଚିତ କରୁଥିବା ସାହସୀମାନଙ୍କ ଦ୍ୱାରା କରାଯାଇଥିବା ବଳିଦାନକୁ ମଧ୍ୟ ଆମେ ମନେ ରଖିଛୁ ।”

“ଭାରତୀୟ ସେନା ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଏବଂ ଉତ୍ସର୍ଗୀକୃତତାର ଉଦାହରଣ । ଆମର ସୀମା ସୁରକ୍ଷା କରିବା ବ୍ୟତୀତ ଆମର ସେନା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାନବିକ ସହାୟତା ଯୋଗାଇବାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।”

“ଆମ ସରକାର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ । ବର୍ଷ ବର୍ଷ ଧରି ଆମେ ଅନେକ ସଂସ୍କାର ଆଣିଛୁ ଏବଂ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଇଛୁ । ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ।”

Related posts