ନୂଆଦିଲ୍ଲୀ: ଫେବୃଆରୀ ୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସାତଜଣ ଆମ ଆଦମି ପାର୍ଟି ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ସୂଚନାନୁସାରେ, ଏହି ବିଧାୟକମାନେ ନିର୍ବାଚନ ପାଇଁ ଟିକେଟ୍ ନ ପାଇ ଅସନ୍ତୁଷ୍ଟ ହୋଇଥିଲେ ଏବଂ ଅନ୍ୟ ଦଳ ସହ ଯୋଗାଯୋଗରେ ଥିଲେ। ବର୍ତ୍ତମାନ ଏହି ନେତାମାନେ ଦଳ ଛାଡିବା ପରେ ଅନ୍ୟ AAP ବିଧାୟକମାନେ ଏକ ବଡ଼ ଦାବି କରିଛନ୍ତି।
ବାସ୍ତବରେ, ତିମାରପୁରରୁ ଆମ୍ ଆଦମୀ ପାର୍ଟିର ବିଧାୟକ ଦିଲୀପ ପାଣ୍ଡେ କହିଛନ୍ତି ଯେ, “ମୁଁ ମଧ୍ୟ ଅନ୍ୟ ଦଳମାନଙ୍କଠାରୁ AAP ଛାଡ଼ି ସେମାନଙ୍କ ଦଳରେ ଯୋଗଦେବା ପାଇଁ ପ୍ରଲୋଭନ ଦିଆଯାଇଛି, କିନ୍ତୁ ମୁଁ ପୂର୍ବରୁ ଥିଲି ଏବଂ ଆଜି ମଧ୍ୟ ଆମ୍ ଆଦମୀ ପାର୍ଟିରେ ରହିବି।” ପ୍ରକାଶ ଯେ, ଏହି ନିର୍ବାଚନରେ ଦିଲୀପ ପାଣ୍ଡେଙ୍କ ଟିକେଟ୍ ମଧ୍ୟ ବାତିଲ କରାଯାଇଛି।
ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟିର ବିଧାୟକ ରିତୁରାଜ ଝା ଦାବି କରିଛନ୍ତି ଯେ, ଅନ୍ୟ ଦଳ ମଧ୍ୟ ତାଙ୍କ ସହ ସମ୍ପର୍କ କରିଛନ୍ତି। ରିତୁରାଜ ଝା କହିଛନ୍ତି ଯେ, “ମୁଁ ମଧ୍ୟ ବିଜେପିରେ ଯୋଗଦେବାକୁ ଏବଂ ଆମ୍ ଆଦମୀ ପାର୍ଟି ଛାଡିବାକୁ ବିଜେପି ତରଫରୁ କଲ୍ ପାଇଥିଲି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ବିକ୍ରି ହୁଅନ୍ତି ନାହିଁ। ଆମର କିଛି ସାଥୀ ଆଜି ଇସ୍ତଫା ଦେଇଛନ୍ତି। ଇତିହାସ ସେମାନଙ୍କୁ କ୍ଷମା କରିବ ନାହିଁ। ସମସ୍ତଙ୍କୁ ଅରବିନ୍ଦ କେଜ୍ରିୱାଲ ତିଆରି କରିଥିଲେ। ପ୍ରକାଶ ଯେ ରିତୁରାଜ ଝା ଆମ୍ ଆଦମୀ ପାର୍ଟିର ବିଧାୟକ ଏବଂ ତାଙ୍କୁ ମଧ୍ୟ ଦଳ ଟିକେଟ ଦେଇନାହିଁ।
ସେପଟେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ବିଜେପି ସାଂସଦ ଅନୁରାଗ ଠାକୁର କହିଛନ୍ତି ଯେ, ଏହା ପୂର୍ବରୁ ସେମାନଙ୍କର ଦୁଇ ଦଳୀତ ନେତା ଇସ୍ତଫା ଦେଇଛନ୍ତି। ଏହା ଦର୍ଶାଉଛି ଯେ ଦିଲ୍ଲୀର ଲୋକମାନେ ନିଷ୍ପତ୍ତି ନେଇଛନ୍ତି, ବିଜେପି ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି।
ଇସ୍ତଫା ଦେଇଥିବା AAP ବିଧାୟକ:
ଭାବନା ଗୌଡ, ପାଲମ
ନରେଶ ଯାଦବ, ମହରୌଲି
ରାଜେଶ ଋଷି, ଜନକପୁରୀ
ମଦନ ଲାଲ, କସ୍ତୁରବା ନଗର
ରୋହିତ ମହରୌଲିଆ, ତ୍ରିଲୋକପୁରୀ
ବି ଏସ ଜୁନ୍, ବିଜୱାସନ୍
ପୱନ ଶର୍ମା, ଆଦର୍ଶ ନଗର।