ଆଜି ଖୋର୍ଦ୍ଧାରେ ‘’ୱାଟରସେଡ ଅଭିଯାନ’’ ର ସର୍ବଭାରତୀୟ ସ୍ତରରେ ଉଦଘାଟନୀ ଉତ୍ସବ

Published: Feb 5, 2025, 9:24 am IST

ଭୁବନେଶ୍ଵର: ଭୂମି ସମ୍ପଦ ବିଭାଗ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକାଉନ୍ନୟନ ନିର୍ଦ୍ଧେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ଆଜି ଅପରାହ୍ନ ୧୨ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ହାବେଳୀ ପଡିଆଠାରେ ‘’ୱାଟରସେଡ ଅଭିଯାନ’’ ର ସର୍ବଭାରତୀୟ ସ୍ତରରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ କରାଯିବା ସହ ଜଳବିଭାଜିକା ଜନସଚେତନତା ପ୍ରଚାର ଗାଡିର ଶୁଭାରମ୍ଭ କରାଯିବ।

ଉକ୍ତ କାର୍ଯ୍ୟକ୍ରମରେ ଜଳବିଭାଜିକା ମାର୍ଗଦର୍ଶକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଜନସଚେତନତା ଶିବିର, ପ୍ରାକୃତିକ ସମ୍ପଦର ସୁପରିଚାଳାନା ଓ ଜଳ ସଂରକ୍ଷଣ ସମ୍ବନ୍ଧୀୟ ଆଲୋଚନାଚକ୍ରର ଆୟୋଜନ କରାଯିବ।

ଉକ୍ତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂହ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲାପରିଷଦ ସଭାପତି ଓ ଉପ ସଭାପତି ଗୋପୀନାଥ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ।

Related posts