![](https://thesamikhsya.com/odia/wp-content/uploads/2025/02/delet-51.jpg)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ସମାପ୍ତ ହେବା ପରେ ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରାଯାଇଛି। ଏହାପୂର୍ବରୁ ବର୍ତ୍ତମାନ ରାଜ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ଚାନ୍ଦନୀ ଚୌକର ଜେପି ଅଗ୍ରୱାଲଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ମୁଦିତ ଅଗ୍ରୱାଲ ନୂଆଦିଲ୍ଲୀରୁ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତଙ୍କ ଉପରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସନ୍ଦୀପ ଦୀକ୍ଷିତ ଚାନ୍ଦନୀ ଚୌକ ଆସନରୁ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ପୁନରଦୀପ ସାହନିଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି।
ମୁଦିତ ଅଗ୍ରୱାଲ ଅଭିଯୋଗ କରିଛନ୍ତି ଯେ, ସନ୍ଦୀପ ଦୀକ୍ଷିତ ତାଙ୍କ ଭଉଣୀଙ୍କ ଜରିଆରେ ମୋର ନିର୍ବାଚନ କାର୍ଯ୍ୟାଳୟ ହଟାଇବାକୁ ଘର ମାଲିକଙ୍କ ଉପରେ ଚାପ ପକାଇଥିଲେ। ସେ ସନ୍ଦୀପ ଦୀକ୍ଷିତଙ୍କୁ ତାଙ୍କ ପିତା ତଥା କଂଗ୍ରେସର ବରିଷ୍ଠ ନେତା ଜେପି ଅଗ୍ରୱାଲଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି।
ଅଧିକାଂଶ ଏକଜିଟ୍ ପୋଲରେ କଂଗ୍ରେସର ଖାତା ଖୋଲିନାହିଁ:
ଫେବୃଆରୀ 5 ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ସମାପ୍ତ ହେବା ପରେ ଏକଜିଟ୍ ପୋଲର ଫଳାଫଳ ଅନେକ ଏଜେନ୍ସି ଦ୍ୱାରା ପ୍ରକାଶ ପାଇଥିଲା। ଅଧିକାଂଶ ଏକଜିଟ୍ ପୋଲରେ କଂଗ୍ରେସର ଖାତା ଖୋଲୁନାହିଁ।