ଆଜି ଯାଜପୁରରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

Published: Feb 8, 2025, 7:40 am IST

ଯାଜପୁର: ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ କାର୍ଯ୍ୟକ୍ରମ। ଯାଜପୁରର ବ୍ୟାସନଗର, କୋରେଇ ଏବଂ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ ରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ବଡ଼କଥା ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ରାଜ୍ୟର ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ମହିଳା ମାନଙ୍କୁ ୧ ମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ବ୍ୟାସନଗରରେ ବ୍ୟାସସରୋବର ପର୍ଯ୍ୟଟନ ସ୍ଥଳୀ ପାର୍କ, ନବନିର୍ମିତ ଟାଉନହଲ ଆଦି ଲୋକାର୍ପଣ କରିବେ। ସେହିପରି ଜିଲ୍ଲା ସଦର ମହକୁମାରେ ଯଯାତି କେଶରୀ ମେଡିକାଲ କଲେଜର ଶୁଭ ଉଦଘାଟନ କରିବା ସହିତ ଅନ୍ୟ କେତେକ ପ୍ରକଳ୍ପର ଉଦଘାଟନ କରିବେ। ଏଥିସହିତ ମୁଖ୍ୟମନ୍ତ୍ରୀ ଅନ୍ୟ କେତେକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ବୋଲି କୋରେଇ ବିଧାୟକ ଆକାଶ ଦାସ ନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେପଟେ ଏହି ମେଗା ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କ ନେତୃତ୍ୱରେ ଏବଂ ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୨୪ ଜଣ ଇନ୍ସପେକ୍ଟର, ୨୦୦ ଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ୨୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର ପ୍ରମୁଖ ଅଧିକାରୀ ମାନେ ସମସ୍ତ ଲାଇନିଂ ଡୀପାର୍ତ୍ମେଣ୍ଟ ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛନ୍ତି। ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ କରାଯାଉଛି।

ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ସମାଗମ ସ୍ଥଳ ଗୁଡିକରେ ସବୁ କିଛି ଯାଞ୍ଚ କରାଯାଉଛି।

Related posts