କଟକରେ ଖେଳିବେ ନା ନାହିଁ ବିରାଟ କୋହଲି?: ଆସିଲା ଅପଡେଟ୍, ଫିଟନେସ୍ ଉପରେ ବଡ ଖୁଲାସା

Published: Feb 8, 2025, 6:15 pm IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ବିରାଟ କୋହଲିଙ୍କ ଫିଟନେସ ଉପରେ ଏକ ବଡ଼ ଅପଡେଟ ଦେଇଛନ୍ତି। କୋହଲି ଦ୍ୱିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ଅଛନ୍ତି। ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ODI ସିରିଜରେ କୋହଲି ଖେଳିପାରିନଥିଲେ। ଏବେ ଦ୍ୱିତୀୟ ମ୍ୟାଚ୍ ରବିବାର ଦିନ କଟକ ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। କୋହଲିଙ୍କ ଫିଟନେସ ଉପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଶିକ୍ଷକ ଶୀତାଂଶୁ କୋଟକ୍ ଏକ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ, କୋହଲି ଦ୍ୱିତୀୟ ଦିନିକିଆ ପାଇଁ ଫିଟ୍ ଅଛନ୍ତି।

କୋହଲିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ନାଗପୁର ODI ରେ ଖେଳିପାରିନଲେ। କୋହଲିଙ୍କ ଅନୁପସ୍ଥିତିରେ ଶ୍ରେୟସ୍ ଆୟରଙ୍କୁ ସୁଯୋଗ ମିଳିଥିଲା ​​ଏବଂ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ସୂଚନା ଅନୁଯାୟୀ ବ୍ୟାଟିଂ କୋଚ୍ ଶୀତାଂଶୁ କୋଟକ୍ କୋହଲିଙ୍କ ଫିଟନେସ୍ ଉପରେ ଅପଡେଟ୍ ଦେଇଥିବା ବେଳେ ସେ ଦ୍ୱିତୀୟ ODI ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ଖେଳାଳି ଏକାଦଶ ବିଷୟରେ କୋଟକ୍ ପ୍ରକାଶ କରି ନାହାଁନ୍ତି।

Related posts