ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Published: Feb 13, 2025, 3:01 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଅବସରରେ ଆଜି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ୨୩ ତାରିଖରେ ପ୍ରସାରିତ ହେବାକୁ ଥିବା ଚଳିତ ମାସର ମନ୍ କୀ ବାତ ପାଇଁ ମଧ୍ୟ ସେ ସମସ୍ତଙ୍କ ଠାରୁ ମତାମତ ଲୋଡ଼ିଛନ୍ତି।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି :

“ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା!

“ରେଡ଼ିଓ ଅନେକ ଲୋକଙ୍କ ପାଇଁ କାଳାତୀତ ଜୀବନରେଖା ହୋଇ ରହିଛି – ଲୋକଙ୍କୁ ସୂଚନା ଦେଇ, ପ୍ରୋତ୍ସାହିତ କରି ଏବଂ ଲୋକଙ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ ରେଡ଼ିଓ। ସମ୍ବାଦରୁ ସଂସ୍କୃତି, ସଙ୍ଗୀତରୁ କଥାକାର, ଆଦି ଦ୍ୱାରା ଏହା ସୃଜନଶୀଳତାର ଏକ ମାଧ୍ୟମ ହୋଇ ରହିଛି।

ରେଡ଼ିଓ ଦୁନିଆ ସହ ଯୋଡ଼ି ହୋଇ ରହିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ୨୩ ତାରିଖରେ ପ୍ରସାରିତ ହେବାକୁ ଥିବା ମନ୍ କୀ ବାତ  #MannKiBaat ପାଇଁ ମଧ୍ୟ ମୁଁ ଆପଣ ସମସ୍ତଙ୍କ ଠାରୁ ମତାମତ ଲୋଡ଼ୁଛି।

Related posts