Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରାଫିକ୍ ପୁଲିସଙ୍କ ଅତ୍ୟାଚାର ବିରୁଦ୍ଧରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ
ଆଜିର ଖବର

ଟ୍ରାଫିକ୍ ପୁଲିସଙ୍କ ଅତ୍ୟାଚାର ବିରୁଦ୍ଧରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ

February 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଭୁବନେଶ୍ଵର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଟ୍ରାଫିକ୍ ଥାନା- ୧ (ଭୁବନେଶ୍ଵର) ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଟ୍ରାଫିକ୍ ପୁଲିସର ମାତ୍ରାଧ‌ିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ପ୍ରତିବାଦ କରାଯାଇଥିଲା।

ଗତ ୧୧ ତାରିଖ ଦିନ ଦିପନ୍ବିତା ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଏକ କାର ଯୋଗେ ସ୍କୁଲରୁ ଘରକୁ ଫେରୁଥିଲେ। ଝିଅଟି ଗୋଟେ ଶିଶୁ। କାର ଡ୍ରାଇଭର ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଟ୍ରାଫିକ୍ ଥାନା (୧) ର କର୍ମଚାରୀ କାର ଡ୍ରାଇଭରକୁ ଅଟକ ରଖିଥିଲେ। ସେହି ମହିଳାଙ୍କ କହିବା ଅନୁଯାୟୀ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଓ ଅନ୍ୟ କର୍ମଚାରୀ ପ୍ରଣବ କୁମାର ଟୁଡ଼ୁ ବିନା ଇ-ଚାଲାଣରେ ଜୋରିମନା ବାବଦକୁ ନଗତ ଅର୍ଥ ପୈଠ ପାଇଁ ଦାବି କଲେ। ଗାଡ଼ିକୁ ଛାଡ଼ିଲେ ନାହିଁ।

ଏଠାରେ ପ୍ରସଙ୍ଗ ହେଉଛି ଗାଡ଼ି ଭିତରେ ୭/୮ ବର୍ଷ ଶିଶୁ ଛାତ୍ରୀ ନିର୍ଦ୍ଧୂମ ଖରାରେ ଏକା ଛଟ ପଟ ହେଉଥିଲା। ଟ୍ରାଫିକ୍ ପୁଲିସ ସେହି ଶିଶୁର ସୁରକ୍ଷା କିମ୍ବା ଜୀବନ ପ୍ରତି ଧ୍ୟାନ ଦେଲେ ନାହିଁ। ସେ ସ୍କୁଲରୁ ଫେରୁଥିବାରୁ ଭୋକ ଉପାଷରେ ଆଉଟୁ ପାଉଟୁ ହୋଇ ଛଟପଟ ହେଉଥିଲା। ଖରାରେ ୧ ଘଣ୍ଟା ସେହି ନିରୀହ ଶିଶୁକୁ ସିଝିବାକୁ ପଡ଼ିଥିଲା। ଏ ପଟେ ସେହି ଡ୍ରାଇଭର ସେହି ଶିଶୁର ଅବସ୍ଥା କଥା କହିଲେ ମଧ୍ୟ ଥାନା ଅଧିକାରୀ ଶୁଣିନଥିଲେ। ଘଣ୍ଟାଏ ପରେ ଅଭିଭାବକ ଆସି ୫୦୦ ଟଙ୍କା ପୈଠ କରିବା ପରେ ଗାଡ଼ି ଛଡ଼ାଯାଇଥିଲା।

ଏଠାରେ ପ୍ରଶ୍ନ ଉଠୁଛି ଯେ, ସେହି ଥାନା ଅଧିକାରୀଙ୍କ ପାଇଁ ଶିଶୁଟିର ଜୀବନ ବଡ଼ ନାଁ ଜୋରିମାନା ବଡ଼? ସୁତରାଂ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ଥାନା ଅଧିକାରୀ ଶ୍ରୀ ରାଣାଙ୍କୁ ଏବଂ ଏଥିରେ ଥିବା ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କକରିଛି। ତୁରନ୍ତ ଥାନା ଅଧିକାରୀଙ୍କୁ ବଦଳି କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ଟ୍ରାଫିକ ଅଧିକାରୀ ଶ୍ରୀ ରାଣାଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ମଧ୍ୟ ମାମଲା ଦାୟର କରାଯାଇଛି।

ପ୍ରଦେଶ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର, ୟାସିର ନଓ୍ୱାଳ, ଉଦିତ୍ ପ୍ରଧାନ, ସୁଦିପ ସାମଲ, ମନୋଜ ବିଶ୍ଵାଳ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ମହମ୍ମଦ ପରଭେଜ, ସନ୍ଦନ ସ୍ୱାଇଁ, ସତ୍ୟଜିତ ପଟ୍ଟନାୟକ ଓ ବହୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଧାରଣାରେ ସାମିଲ ହୋଇଥିଲେ।

ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ଚତୁର୍ଥୀରେ କେଉଁ ମୁହୂର୍ତ୍ତରେ ଗଣପତି ମୂର୍ତ୍ତି ଘରକୁ ଆଣିବା, ଜାଣନ୍ତୁ ଶୁଭ ସମୟ

August 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ

August 25, 2025

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025
Latest News

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025

ଗଣେଶ ଚତୁର୍ଥୀରେ କେଉଁ ମୁହୂର୍ତ୍ତରେ ଗଣପତି ମୂର୍ତ୍ତି ଘରକୁ ଆଣିବା, ଜାଣନ୍ତୁ ଶୁଭ ସମୟ

August 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ

August 25, 2025

ସୁନା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

August 25, 2025

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.