Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତେଲେଙ୍ଗାନାର ଆମ୍ବାସାଡର ଓ କେସିଆରଙ୍କ କାହାଣୀ
ବିଶେଷ ଖବର

ତେଲେଙ୍ଗାନାର ଆମ୍ବାସାଡର ଓ କେସିଆରଙ୍କ କାହାଣୀ

December 14, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବୌଦ୍ଧାୟନ ଆଚାର୍ଯ୍ୟ
ଦେଶରେ ଏବେ ବି ଚାଲିଛି ଆମ୍ବାସଡ଼ର ଜମାନା,ଆଉ ତେଲେଙ୍ଗାନାବାସୀ ଆମ୍ବାସଡ଼ରକୁ ପୁଣି ଥରେ ପସନ୍ଦ କରିଛନ୍ତି। ଦୃଢ ସଂକଳ୍ପ, ଦୀର୍ଘ ଦିନର ଲଢେଇ ଆଉ ଜନ୍ମମାଟିକୁ ସ୍ୱତନ୍ତ୍ର ଅଧିକାର। ଆଉ ସେଦିନର ଆନ୍ଦୋଳନ ହେଉ ବା ଆମରଣ ଅନଶନ, ଏ ସବୁ ଏବେ ତାଙ୍କୁ ବିଜୟୀ କରି କରି ଚାଲିଛି । ତେଲେଙ୍ଗାନା ରାଜ୍ୟଗଠନ ଆଂଦୋଳନର ନେତାରୁ ମୁଖ୍ୟମନ୍ତ୍ରୀ ହେବାର ଦଉଡରେ  ସେ ଏବେ ଅପ୍ରତିଦ୍ଵନ୍ଦୀ ସାଜିଛନ୍ତି । ଆମେ କହୁଛୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଟିଆରଏସର ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ କଥା । ୬୫ ବର୍ଷର ଏହି ନେତାଙ୍କ ସାମ୍ନାରେ ଫିକା ପଡିଯାଇଛି କଂଗ୍ରେସ,ସିପିଆଇ,ଟିଡ଼ିପି ମେଣ୍ଟ ।
ବିଶେଷ କରି ଭୋଟରଙ୍କୁ ପ୍ରଭାବିତ କରିବାର କୌଶଳ ତାଙ୍କୁ ପୁଣିଥରେ ରାଜ୍ୟର ଗାଦି ସମ୍ଭାଳିବାକୁ ସୁଯୋଗ ଦେଇଛି । ଆଉ ରାଓ ଦେଖାଇଛନ୍ତି ତାଙ୍କ ପ୍ରଭାବ । ତେବେ ସେତେ ସହଜ ନଥିଲା ରାଓଙ୍କ ମୁଖ୍ୟମନ୍ତ୍ରୀ ଚୌକି । ବିଶେଷ କରି ତେଲେଙ୍ଗାନା ରାଜ୍ୟ ଗଠନରେ ସେନାପତିର  ଭୂମିକା ନିର୍ବାହ କରିଥିଲେ ରାଓ । ବର୍ଷ ବର୍ଷ ଧରି ଆନ୍ଦୋଳନ କରିବା ସହ ଆମରଣ ଅନଶନରେ ସେ ବସିଥିଲେ ଆଉ ଦାବି କରିଥିଲେ ଯେ ଗଠନ ହେଉ ସ୍ୱତନ୍ତ୍ର ରାଜ୍ୟ ତେଲେଙ୍ଗାନା । ଆନ୍ଧ୍ରପ୍ରଦେଶ ଠିକ ଭାବେ ଅଧିକାର ଦେଉନଥିବାର ଅଭିଯୋଗ କରି ସେ ନିଜ ଦଳ ଟିଡ଼ିପିର ହାତ ମଧ୍ୟ ଛାଡିଦେଇଥିଲେ । ଆଉ ଏହାପରେ ତେଲେଙ୍ଗା ଲୋକଙ୍କ ସ୍ୱାଭିମାନ ପାଇଁ ଆରମ୍ଭ କରିଥିଲେ ନିଜର ସଂଘର୍ଷମୟ ଜୀବନ । ଗଠନ କରିଥିଲେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି । ଏହାପରେ ଉଠାଣିଗଡ଼ାଣି ଦେଇ ଗଡିଚାଲିଥିଲା ତାଙ୍କ ରାଜନୀତିର ଗାଡି । ବିଶେଷ କରି ତେଲେଙ୍ଗାନାର ସ୍ବପ୍ନ ଦେଖୁଥିବା ଏହି ମଣିଷ ସବୁ ମୁହୂର୍ତ୍ତରେ ଚାଁହୁଥିଲେ କେବେ ହେବ ନିଜ ମାଟିର ସ୍ୱତନ୍ତ୍ର ରାଜ୍ୟ ।
ଆନ୍ଦୋଳନ ଚାଲିଥିବାବେଳେ ପୋଲିସ ତାଙ୍କୁ ଅନେକଥର  ଗିରଫ କରିଥିଲା। ଧୀରେ ଧୀରେ ବଢିଥିଲା ଆନ୍ଦୋଳନର ପରିସୀମା। ଆଉ ଶେଷରେ ୨୦୧୪ ମସିହାରେ ଗଠନ ହୋଇଥିଲା ତେଲେଙ୍ଗାନା । ଆଉ ୪ ବର୍ଷ ୬ ମାସର ଏହି ସମୟ ସୀମାରେ କେସିଆର ପ୍ରସ୍ତୁତ କରିଥିଲେ ଏମିତି କିଛି ଯୋଜନା ଯାହାକି ଭୋଟରଙ୍କୁ ପ୍ରଭାବିତ କରିଥିଲା । ବିଶେଷ କରି ବିକାଶର ଗାଡିକୁ ତୀବ୍ରତର କରିବା ପାଇଁ କେସିଆର ୨୦୧୬ ମସିହାରେ ୧୦ଟି ଜିଲ୍ଲାକୁ ଭାଙ୍ଗି ୩୧ ଜିଲ୍ଲାରେ ପରିଣତ କରିଦେଇଥିଲେ । ଆଉ ଭୋଟର ବି ବୁଝିଥିଲେ ଏହି ଦଳର ଉଦ୍ଦେଶ୍ୟ। ହାଇଦ୍ରାବାଦ ରହଣି ଭିତରେ ଅନୁଭବ ହୋଇଥିଲା ଦଳ ଅପେକ୍ଷା ମାଟିକୁ ଗୁରୁତ୍ୱ ଦେଇଛନ୍ତି ଭୋଟର । ତେଲେଙ୍ଗାନାର ସ୍ୱାଭିମାନକୁ ବୁଝିଛନ୍ତି ଏଠାକାର ଭୋଟର ଆଉ ନିର୍ବାଚନ ପୂର୍ବରୁ କେସିଆରଙ୍କ ପାର୍ଟି ବି ଲୋକଙ୍କୁ ମନେପକାଇଦେଇଥିଲା କିଭଳି ତେଲେଙ୍ଗାନା ନିର୍ମାଣ ଆଗରୁ ସେମାନେ ଅବହେଳାର ଶିକାର ହେଉଥିଲେ । ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ପ୍ରଚାର ସବୁଠି ଥିଲା ସେହି ସମାନ ତୁଳନା। ଆଉ ଆମ୍ବାସଡ଼ର ପୁଣିଥରେ ତେଲେଙ୍ଗାନାରେ ଚାଲିଛି।
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.