WPL 2025: ପ୍ରଥମ ମ୍ୟାଚରେ ଗୁଜୁରାଟକୁ 6 ୱିକେଟରେ ପରାସ୍ତ କରି ଆରସିବି ରଚିଲା ଇତିହାସ

Published: Feb 14, 2025, 11:58 pm IST

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ 2025 ର ପ୍ରଥମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜୁରାଟ ଜିଆଣ୍ଟସକୁ 6 ୱିକେଟରେ ପରାସ୍ତ କରିଛି। ଡିଫେଣ୍ଡିଂ ଚାମ୍ପିଅନ୍ ଆରସିବି ଏକ ବଡ଼ ବିଜୟ ସହିତ ଚଳିତ ସଂସ୍କରଣ ଆରମ୍ଭ କରିଛି। WPL 2025 ର ପ୍ରଥମ ମ୍ୟାଚରେ ଗୁଜୁରାଟ ପ୍ରଥମେ ଖେଳି 20 ଓଭରରେ 201 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବେଙ୍ଗାଲୁରୁ ଦଳ 9 ଟି ବଲ ପୂର୍ବରୁ 4 ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ବେଙ୍ଗାଲୁରୁ ପାଇଁ ଏଲିସେ ପେରି 57 ରନ୍ ସଂଗ୍ରହ କରିଥିଲେ ଏବଂ ରିଚା ଘୋଷ 64 ରନ ସ୍କୋର କରି ଆରସିବି ବିଜୟରେ ଏକ ବଡ଼ ଅବଦାନ ରଖିଥିଲେ।

ଭଡୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଅଧିନାୟକ ସ୍ମୃତି ମନ୍ଧନା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୁଜୁରାଟ ବ୍ୟାଟିଂ କରି ସ୍କୋରବୋର୍ଡରେ 201 ରନ୍ ସ୍କୋର କରିବାରେ ସଫଳ ହୋଇଥିଲା। କିନ୍ତୁ ଦ୍ୱିତୀୟ ଇନିଂସରେ କାକର ଯୋଗୁଁ ବୋଲିଂ କରିବା କଷ୍ଟକର ହୋଇପଡିଥିଲା। ତେବେ ଆରସିବି ସ୍ମୃତି ମନ୍ଧନା (9 ରନ୍) ଏବଂ ଡାନିଏଲ୍ ୱାଏଟ୍ (4 ରନ୍) ଙ୍କ ୱିକେଟ୍ ହରାଇଥିଲା। କିନ୍ତୁ ଏଲିସେ ପେରି ଏବଂ ରିଚା ଘୋଷ ପରିସ୍ଥିତିର ସମ୍ପୂର୍ଣ୍ଣ ସୁଯୋଗ ନେଇଥିଲେ ଏବଂ ଆରସିବିକୁ ବିଜୟୀ କରିଥିଲେ।

ମହିଳା ପ୍ରିମିୟର ଲିଗ୍ ଇତିହାସରେ ସବୁଠାରୁ ବଡ ସ୍କୋରକୁ RCB ଦଳ ପୂରଣ କରିପାରିଛି। WPL ଇତିହାସରେ 200 ରୁ ଅଧିକ ରନ୍ ସଫଳତାର ସହ ପିଛା କରିବାରେ ଆରସିବି ମଧ୍ୟ ପ୍ରଥମ ଦଳ। ଏହାପୂର୍ବରୁ ଏହି ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସଙ୍କ ନାମରେ ଥିଲା, ଯେଉଁମାନେ 2024 ରେ ଗୁଜୁରାଟ ଜିଆଣ୍ଟସ ବିପକ୍ଷରେ 191 ର ଲକ୍ଷ୍ୟ ହାସଲ କରିଥିଲେ।

Related posts