ବଢିଲା ଅଚ୍ୟୁତ ସାମନ୍ତଙ୍କ ଅଡୁଆ, କମିଟ ଆଗରେ ହାଜର ହେବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ

Published: Feb 20, 2025, 6:56 pm IST

ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କ ଅଡୁଆ ବଢିବାରେ ଲାଗିଛି। ଆସନ୍ତାକାଲି ଶୁକ୍ରବାର ସଂଧ୍ୟାରେ ସେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ କମିଟ। ଶୁକ୍ରବାର ଦିନ ସଂଧ୍ୟା 6 ଟାରେ କମିଟ ଆଗରେ ହାଜର ହୋଇ ସମସ୍ତ କାଗଜପତ୍ର ଦେଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କିଟ୍ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ଏହି ଅନୁଷ୍ଠାନ ବିବାଦୀୟ ହୋଇପଡିଛି। ଏପରିକି ସଂସ୍ଥାର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ମାଡ ମାରି ହଷ୍ଟେଲରୁ ବାହାର କରିବା ଘଟଣା ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏ ନେଇ ନେପାଳ ପ୍ରଧାନମନ୍ତ୍ରୀ କଡା ସମାଲୋଚନା କରିବା ପରେ କେନ୍ଦ୍ର ସରକାର ଚେଇଁ ଉଠିଛନ୍ତି।

ଏହି ବଡ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏକ କମିଟ ଗଠନ କରିଛନ୍ତି। ଏଥିରେ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟ ଗଠନ ହୋଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ସଚିବ, ଉଚ୍ଚଶିକ୍ଷା ସଚିବ ପ୍ରମୁଖ ରହିଛନ୍ତି। ସେହି କମିଟ ଆଗରେ ତାଙ୍କୁ ହାଜର ହେବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି। ଏହାପରେ କଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Related posts