
ଅନୁଗୋଳ/ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଓ ଢେଙ୍କାନାଳ ଗସ୍ତରେ ଥିବା ବେଳେ ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସ୍ଥିତ ବନଦୁର୍ଗା ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ କହିଥିଲେ ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଶ୍ରୀ ପ୍ରଧାନ ମା’ଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ଓ ମଙ୍ଗଳ କାମନା କରିଥିଲେ।
ଅନୁରୂପ ଭାବରେ ଅନୁଗୋଳ ବଅଁରପାଳ ତଳମୂଳ ସ୍ଥିତ ଶ୍ରୀ ଶ୍ରୀ ଦୁର୍ଗା ମାଧବ ମନ୍ଦିର ଏବଂ ଶନିଶ୍ଚର ମନ୍ଦିର ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।