ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

Published: Feb 25, 2025, 11:20 am IST

ଭୁବନେଶ୍ଵର: ନବରଙ୍ଗପୁର ବ୍ଲକ ଭତରା ସିଉନିରେ ଚାଲିଥିବା ଏକ ବାଲ୍ୟ ବିବାହକୁ ପ୍ରଶାସନ ପକ୍ଷରୁ ରୋକାଯାଇଛି। ଏହାପରେ ଉଭୟଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା। ବିବାହ ବୟସ ନହେବା ଯାଏ ଝିଅଙ୍କୁ ବାହା ଦେବେନି ବୋଲି ତାଙ୍କ ବାପା ଚୁକ୍ତି କରିଥିଲେ। ବାଲ୍ୟ ବିବାହ ଖବର ପାଇ ସୁପରଭାଇଜର ରଞ୍ଜିତା ସାହୁ, ଟାଉନ ଥାନାପୋଲିସ, ସଖୀକେନ୍ଦ୍ର କେସ ୱାର୍କର ଜସ୍ମିନ ସିଂ, ଚାଇଲ୍ଡ ଲାଇନ ସଂଯୋଜିକା ନିହାରିକା ଟାକରିଙ୍କ ସମେତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ବୁଝାଇବା ସହ ଏହା ଦଣ୍ଡନୀୟ ଅପରାଧ ବୋଲି ଉଭୟ ପରିବାର ଲୋକଙ୍କୁ କୁହାଯାଇଥିଲା। ଏହାପରେ ଉଭୟ ପରିବାର ଏହି ବିବାହ ରୋକି ବରାଯାତ୍ରୀ ଫେରାଇ ଦେଇଥିଲେ। ଉଭୟ ପରିବାର ଶିଶୁ ମଙ୍ଗଳ କମିଟିରେ ହଜାର ହୋଇଥିଲା। ବିବାହକୁ ବନ୍ଦ କରାଯାଇଥିଲା।

Related posts