ମହାଶିବରାତ୍ରୀରେ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ବୁଡ଼ ପକାଇଲେ ୧ କୋଟିରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

Published: Feb 26, 2025, 12:53 pm IST

ନୂଆଦିଲ୍ଲୀ: ଆଜି ହେଉଛି ମହାକୁମ୍ଭ ମେଳାର ୪୫ ତମ ତଥା ଶେଷ ଦିନ। ଆଜି ମଧ୍ୟ ମହାଶିବରାତ୍ରୀର ସ୍ନାନ ପର୍ବରେ ଭକ୍ତଙ୍କ ଭିଡ ଜମିଛି। ଆଜି ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ୦୧ କୋଟି ୦୧ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ ପକାଇଛନ୍ତି।

ତେବେ ଆଜି ସକାଳେ ମହାକୁମ୍ଭରୁ ଫେରୁଥିବା ବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଞ୍ଝିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଝାଡ଼ଖଣ୍ଡର ଲାତେହର ଜିଲ୍ଲାର ରାସ୍ତାରେ ଅଟକି ରହିଥିବା ଟ୍ରକ ସହିତ ସାଂସଦଙ୍କ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ସାଂସଦଙ୍କ ବାମ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ତାଙ୍କୁ ରାଞ୍ଚିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ସୂଚନା ଦେଇଛି।

Related posts