
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ଵାର କେବେ ଖୋଲିବ ଭକ୍ତମାନେ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଦ୍ଵାର ଖୋଲିବାର ତାରିଖ ଏବଂ ସମୟ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଏକାଦଶ ଜ୍ୟୋତିର୍ଲିଙ୍ଗ ବାବା କେଦାରନାଥଙ୍କ ଦ୍ୱାର ଆସନ୍ତା ୨ ତାରିଖ ସକାଳ ୭ ଟାରେ ଖୋଲିବ।
ବାବାଙ୍କ ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ୱର ମନ୍ଦିରରେ ଏହି ତାରିଖ ଘୋଷଣା କରାଯାଇଥିଲା। ଏହି ସମୟରେ କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଧିକାରୀଙ୍କ ସହ ନିରନ୍ତର ବୈଠକ କରି ବିଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି।
ମଇ ୪ ତାରିଖରେ ବଦ୍ରିନାଥ ଧାମର ଦ୍ଵାର ଖୋଲିବ। ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ନିକଟରେ ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପୃଷ୍ଠା ମାଧ୍ୟମରେ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ‘ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ୪ ମଇ ୨୦୨୫ ରେ ବ୍ରହ୍ମମୂହୁର୍ତ୍ତ ସକାଳ ୬ ଟାରେ ଖୋଲିବ।