ଆଜି ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ, ଅପରାହ୍ନରେ ଶପଥ ଗ୍ରହଣ

Published: Feb 26, 2025, 2:59 pm IST

ନୂଆଦିଲ୍ଲୀ: ଆଜି ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ କରାଯିବ। ଯାହାକୁ ନେଇ ବିହାର ରାଜନୀତି ବେଶ ଉଠୁଛି ପଡୁଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଅଦଳବଦଳ ହେବ ବୋଲି ସଙ୍କେତ ଦେଇସାରିଲେଣି। ଆଜି ରାଜ୍ୟ କ୍ୟାବିନେଟରୁ ରାଜସ୍ବମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଜୟସ୍ବାଲ ଇସ୍ତଫା ପ୍ରଦାନ କରିଛନ୍ତି।

ତାଙ୍କର କହିବା କଥା ଯେ, ଆଜି ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବ। ସେଥିପାଇଁ ମୁଁ ଇସ୍ତପା ଦେଇଛି। ମୋତେ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛି। ତେଣୁ ମୁଁ ସେଥିରେ ମନୋନିବେଶ କରିବି ବୋଲି ସେ କହିଛନ୍ତି। ତେବେ ଏହି ନୂଆ ମନ୍ତ୍ରୀମଣ୍ଡଳରେ ବିଜେପିର ପାଞ୍ଚ ଜଣ ବିଧାୟକ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ବୋଲି କୁହାଯାଉଛି।

ବର୍ତ୍ତମାନ ବିହାର ମିଳିତ ସରକାରର ମନ୍ତ୍ରୀ ପରିଷଦରେ ମୋଟ 30 ଜଣ ମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିର 15 ଜଣ ଥିବା ବେଳେ ଜେଡେୟୁର 13 ଜଣ ଅଛନ୍ତି। ସେହିପରି ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ଜଣେ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି।

ନୂଆ ମନ୍ତ୍ରୀମଣ୍ଡଳ ଆଜି ଅପରାହ୍ନରେ ଶପଥ ନେବେ ବୋଲି ଜଣାପଡିଛି।

Related posts